୪୨ ମୌଜାରେ ପାରମ୍ପରିକ ରାମଲୀଳା ମହୋତ୍ସବ ଅନୁଷ୍ଠିତ 

କଟକ  : କଟକ ସଦର ୪୨ ମୌଜା ଉପକଣ୍ଠ ମିର୍ଜାଇପୁର ଗ୍ରାମର ପାରମ୍ପରିକ ରାମଲୀଳା ପ୍ରାୟ ଦୁଇଶହ ବର୍ଷ ତଳୁ ହୋଇଆସୁଛି ।  ପଣା ସଂକ୍ରାନ୍ତି ସମୟରୁ ରାମାୟଣର ନାଟକ ପୁସ୍ତକ ପୂଜାର୍ଚ୍ଚନା କରି ଅଭିନେତା ମାନେ ନିଜର ଅଭ୍ୟାସ ପୂର୍ବକ ନାଟକ ମଞ୍ଚସ୍ଥ ନେଇ ପ୍ରସ୍ତୁତି ହୋଇଥାନ୍ତି । ସମସ୍ତେ ଆମିଷ ଖାଇବା ବନ୍ଦ କରି ସାତ୍ଵିକ ଖାଦ୍ୟ ଗ୍ରହଣ,ସୁଦ୍ଧପୁତ ଭାବେ ନିଷ୍ଠାର ସହିତ ରାମଲୀଳାରେ ଯୋଗ ଦେଇଥାନ୍ତି ।  ମିର୍ଜାଇପୁର ଗ୍ରାମରେ ଆଡମ୍ବର ଭାବେ ରଜପର୍ବ ପାଳନ ସହ ୨ ଦିନିଆ ରାମଲୀଳା ଅନୁଷ୍ଠିତ ହୋଇ ଆରମ୍ଭରୁ ମଞ୍ଚରେ ରାମ ଲକ୍ଷ୍ମଣଙ୍କ ବନ୍ଦନା କରାଯାଇ ଖୋଳଝାଞ୍ଜ ତାଳରେ ରାମ ଲକ୍ଷ୍ମଣ  ଭରତ ଶତ୍ରୁଘନ ହନୁମାନ ସୁଗ୍ରୀବଙ୍କୁ ନଚାଯାଏ ଓ ପୁରାତନ ହନୁମାନ ମୁଖା ପୂଜା କରାଯାଇ ଦକ୍ଷ ସଂଗଠକ ତଥା ନାଟ୍ୟ ନିର୍ଦ୍ଦେଶକ ସନ୍ତୋଷ ପତି ଓ ନୃତ୍ୟ ସଙ୍ଗୀତ ନିର୍ଦ୍ଦେଶକ ଦେବେନ୍ଦ୍ର ବାରିକଙ୍କ ନିର୍ଦ୍ଦେଶନାରେ ଖୁବ ସୁନ୍ଦର ରାମଲୀଳା ନୃତ୍ୟନାଟିକା ପରିବେଷଣ ହୋଇଯାଇଛି । ମା ଜାଗୁଳାଇ ପାଖରୁ ପୂଜା କରାଯାଇ ରାମ ଲକ୍ଷ୍ମଣ ହନୁମାନ ସୁଗ୍ରୀବ  ଭରତ ଶତ୍ରୁଘନଙ୍କୁ ବିଶାଳ ଶୋଭାଯାତ୍ରା ମାଧ୍ୟମରେ ଗ୍ରାମ ଦାଣ୍ଡରେ ପରିକ୍ରମା କରାଯାଇଥିଲା । ଏହି ଉତ୍ସବରେ କେଳୁ ଚରଣ ମହାରଣା,କାହ୍ନୁ ଚରଣ ପତି,ସଦାନନ୍ଦ ଭୋଇ,ବିନାୟକ ମହାରଣା,କୃଷ୍ଣ ଚରଣ ଜେନା,ଇଶ୍ୱର ଓଝା ଏବଂ ସମସ୍ତ ଗ୍ରାମବାସୀ ଉପସ୍ଥିତ ରହି ସହଯୋଗ କରିବା ସହ ରାମଲୀଳାକୁ ଉପଭୋଗ କରିଥିଲେ ।

Leave A Reply

Your email address will not be published.