ବାଲିଆପାଳ – ବାଲିଆପାଳ ଥାନା ଅନ୍ତର୍ଗତ ରେମୁ ଗ୍ରାମରେ ତିନିଜଣ ନାବାଳିକା ପୋଖରୀ ରେ ଗାଧଉଥିବା ସମୟ ଯାଇ ବୁଡି ଯାଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳ ଆନ୍ୟ ଦୁଇଜଣ ଗୁରୁତର ହୋଇ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟ ରେ ଚିକିତ୍ସିତ ହେଉଛନ୍ତି। ସୂଚନା ମୁତାବକ ରେମୁ ଗ୍ରାମର ସମ୍ପର୍କୀୟ ଗଦାଧର ଜେନାଙ୍କ ବାହାଘର ଭୋଜି ରେ ଯୋଗ ଦେବା ପାଇଁ ଆସି ଥିବା ସମର୍ପକୀୟ ଲଙ୍ଗଲେଶ୍ଵର ଗ୍ରାମର ଅନନ୍ୟା ପାତ୍ର, (୧୨),କାଳନ୍ଦା ଗ୍ରାମର ଜୟଲକ୍ଷ୍ମୀ ପରିଡା, (୧୩)କାଠ ଶାଗଡ଼l ଗ୍ରାମର ମନୋରମା ପାତ୍ର (୧୩), ବର୍ଷ,ପାଖ ପୋଖରୀ କୁ ଗାଧେଇ ବାକୁ ଯାଇ ଥିବା ବେଳେ ବୁଡି ଯାଇ ଥିଲେ, ସମର୍କୀୟ ମାନେ ଗୁରତର ଅବସ୍ଥା ରେ ୩ ଜଣକୁ ଉଦ୍ଧାର କରି ପ୍ରଥମେ ବାଲିଆପାଳ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତି କରି ଥିଲେ।ମନୋରମା ର ଅବସ୍ଥା ସଂକଟପନ୍ନ ଥିବାରୁ ତାକୁ ପ୍ରଥମେ ବାଲେଶ୍ଵର ସ୍ଥନ୍ତାରିତ କରାଯାଇଥିଲା ହେଲେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲା। ଏନେଇ ବାଲିଆପାଳ ଥାନାରେ ୨୪/୨୨ ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇ ଶବ ବ୍ୟବଚ୍ଛେଦ କରାଯାଇଛି। ଅନ୍ୟ ଦୁଇଜଣଙ୍କର ଅଵସ୍ଥା ସଙ୍କଟା ପର୍ଣ୍ଣ ହେବାରୁ ସେମାଙ୍କୁ ବାଲେଶ୍ୱର ମୁଖ୍ୟ ଡାକ୍ତର ଖାନାକୁ ସ୍ଥାନାନ୍ତିତ କରାଇଥିବାର ସୂଚନା ମିଳୁଛି।