ବୁଗୁଡା : ସ୍ଥାନୀୟ ଐତିହାସିକ ଶୈବପୀଠ ବୁଦ୍ଧଖୋଲର ପାଦଦେଶରେ ଥିବା କଲ୍ୟାଣ ମଣ୍ଡପ ଠାରେ ବୁଦ୍ଧଖୋଲ ଉନ୍ନୟନ ସମିତିର ନୂତନ ଭାବେ କର୍ମକର୍ତ୍ତା ଚୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମ କାଳରେ ଧରଣୀ ଧର ପଣ୍ଡା-କାର୍ଯକାରୀ ସଭାପତି , ଏ.ଚନ୍ଦନ ଚର୍ଚ୍ଚିତ ପାତ୍ର-ଉପସଭାପତି , ସୁରେଶ ଚନ୍ଦ୍ର ଦାଶ – ସାଧାରଣ ସମ୍ପାଦକ , ବିଶ୍ବମୋହନ ମିଶ୍ର – ସମ୍ପାଦକ , , କେ.ତ୍ରିଲୋଚନ ଦୋରା – କୋଷାଧକ୍ଷ , ନିଳାମ୍ବର ବିଷୋୟୀ – କାର୍ଯକାରୀ କୋଷାଧକ୍ଷ ଏବଂ ବସନ୍ତ କୁମାର ଦଳେଇ – ଉପଦେଷ୍ଟା ଭାବେ ସର୍ବସମ୍ମତି କ୍ରମେ ଚୟନ ହୋଇଥିଲେ । ଏଥିସହ ଏ ଅବସରରେ ରାଜ୍ୟ ସରକାରଙ୍କ ଶ୍ରମ ଓ ନିଯୁକ୍ତି ଏବଂ ରାଜ୍ଯ କର୍ମଚାରୀ ବୀମା ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କୁ ବୁଦ୍ଧଖୋଲ ଉନ୍ନୟନ ସମିତି ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା ।