ନାକଡେଇଁ ରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଉଲୁଣ୍ଡା – ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ ଅନ୍ତର୍ଗତ ନାକଡେଇଁ ନାଗେଶ୍ୱର ଯୁବକ ସଂଘ ଠାରେ ନେହେରୁ ଯୁବ କେନ୍ଦ୍ର ଆନୁକୂଲ୍ୟରେ ଆଜି ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଇଛି ।ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ପତଞ୍ଜଳି ଯୁବାଭାରତର ଯୋଗ ପ୍ରଶିକ୍ଷକ ଦୁର୍ଗା ଚରଣ ସାହୁ ଓ ସମ୍ମାନିତ ଅତିଥି ଭାବରେ ରାଜେନ୍ଦ୍ର କୁମାର ଦେହୁରୀ ଓ ସାମ୍ବାଦିକ ମଣ୍ଟୁ ମନ୍ତ୍ରା ଯୋଗ ଦେଇଥିଲେ ।ଏଥିରେ ସମାଜସେବୀ ହୃଷିକେଶ ଦେହେରୀ ଅତିଥି ପରିଚୟ ପ୍ରଦାନ କରିଥିଲେ ।ଏହି କାର୍ଯ୍ୟକ୍ରମ ରେ ଯୋଗାଚାର୍ଯ୍ୟ ଯୋଗ ର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବିଷୟରେ ଆଲୋଚନା କରିଥିଲେ ।ଗ୍ରାମର ସମସ୍ତ ଯୋଗ ପ୍ରେମୀ ଅଂଶ ଗ୍ରହଣ କରି ଯୋଗ ଦିବସ ର ପ୍ରୋଟକଲ ଆଧାରରେ ଯୋଗ ଅଭ୍ୟାସ କରାଯାଇଥିଲା ।ଯୋଗ ଦ୍ୱାରା ଶରୀର ସୁସ୍ଥ ରହେ ।ଏଥିରେ ନାଗେଶ୍ୱର ଯୁବକ ସଂଘ ର ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।ଶେଷରେ ଜ୍ଞାନ ଭରତ ଦେହେରୀ ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.