ଦରମା ନପାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସମ୍ମୁଖରେ ପ୍ରତିବାଦ

 ଭଦ୍ରକ ଜିଲ୍ଲାରେ କୋଭିଡି ସମୟରେ ଲୋକମାନଙ୍କୁ ଭେକସିନ ଦେଉଥିବା ଭେକ୍ସିନେଟର ମାନେ ଦୀର୍ଘ ମାସ ହେବ ଦରମା ପାଇ ନ ଥିବାରୁ ସେମାନେ ଆଜି ଜିଲ୍ଲା ମୁଖ୍ୟ ଚିକିସ୍ୟା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିଛନ୍ତି। କେବଳ ସେତିକି ନୁହେଁ , ମେଡିକାଲରେ ଡାଟା ଏଣ୍ଟ୍ରି ଅପ୍ରେଟର ମାନେ ବି ଦରମା ପାଇନାହାଁନ୍ତି। ଏହି କର୍ମଚାରୀମାନେ କୋଭିଡ଼ି ଭେକସିନ ନେଇ ଗାଁ ଗାଁରେ ବୁଲି ଭେକସିନ ଦେଇଥିଲେ ମଧ୍ୟ ଠିକ ସମୟରେ ଦରମା ପାଇ ନାହାନ୍ତି। ବାରମ୍ବାର ବିଭାଗୀୟ ଅଧିକାରୀ ଜଣାଇଥିଲେ ମଧ୍ୟ କେହି ଶୁଣୁ ନଥିବା କହିଛନ୍ତି ଭେକ୍ସିନେଟର କର୍ମଚାରୀ। ଆଗରପଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର 15 ଜଣ ଆଶାକର୍ମୀ କର୍ମଚାରୀ 2 ମାସ ହେବ ମାନେ ଦରମା ପାଇ ପାରୁ ନାହାନ୍ତି। ସେପଟେରେ ଯେଉଁ ଡେଲିଭରି ପେସେଣ୍ଟ ଆସୁଛନ୍ତି ଠିକ ଭାବରେ ଦରମା ପାଉ ନାହାନ୍ତି, ଜନ୍ମ ସାର୍ଟିଫିକେଟ ବି ଠିକ ସମୟରେ ପାଉନାହାନ୍ତି ବୋଲି ଅଭିଯୋଗ କରିଛନ୍ତି ଆଶାକର୍ମୀ ମାନେ। ଯାହାକୁ ନେଇ ସେମାନେ ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିଛନ୍ତି। ସେମାନେ ଦାବି କରିଛନ୍ତି ତାଙ୍କୁ ତୁରନ୍ତ ଦରମା ପ୍ରଦାନ କରାଯାଉ। ଏ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ସହ ଆଲୋଚନା କରିବା ସହ ତାଙ୍କୁ ତୁରନ୍ତ ଦରମା ପ୍ରଦାନ କରାଯିବା ନେଇ ପ୍ରତିଶୃତି ପାଇବା ପରେ ଆନ୍ଦୋଳନରୁ ଓହରିଥିଲେ ବିକ୍ଷୋଭକାରୀ ମାନେ।

Leave A Reply

Your email address will not be published.