କଣ୍ଟାବାଞ୍ଜି ୧୯/୬ ବଲାଙ୍ଗୀର ଜିଲ୍ଲାର କଣ୍ଟାବାଞ୍ଜି ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚାଲିଛି ଦାଦାଗିରି ଓ ବ୍ୟାପାର, ସରକାରୀ ଡାକ୍ତରଖାନା ନିଯୁକ୍ତି ପାଇଥିବା ଡାକ୍ତର ମାନେ ବେସରକାରୀ ତଥା ବେଆଇନ କ୍ଲିନିକ ମାନଙ୍କରେ ପ୍ରାକ୍ଟିସ କରୁଥିବା ଦର୍ଶାଇ ଗରିବ ଖଟିଖିଆ ମଜୁରିଆ ମାନଙ୍କୁ ଲୁଟ କରୁଥିବା ଅଭିଯୋଗ କରିଛନ୍ତି ସିଧାସଳଖ ଭାବେ ରମେଶ ଜୈନ, ସୂଚନା ଯୋଗ୍ୟ ଯେ ଗତ କିଛି ଦିନ ତଳେ ରମେଶ ଜୈନ ତାଙ୍କ ପତ୍ନୀ ସରସ୍ଵତୀ ଦେବୀଙ୍କୁ ଚିକିତ୍ସା ପାଇଁ ନେଇଥିବା ବେଳେ ଡାକ୍ତର ମାନେ ଉପସ୍ଥିତ ନଥିଲେ, ତାଙ୍କର ଡ୍ୟୁଟି ସମୟରେ ପ୍ରାକ୍ଟିସର ନାରେ ବେଆଇନ ଭାବେ ଲୁଟୁଥିବା କ୍ଲିନିକରେ ଗରିବ ଲୋକଙ୍କୁ ଲୁଟୁଥିଲେ ଡାକ୍ତର, ଅନ୍ୟ ପକ୍ଷରେ ଡ୍ୟୁଟିରେ ଥିବା ନର୍ସ ଓ ସୁରକ୍ଷା କର୍ମୀମାନେ ରମେଶ ଜୈନଙ୍କୁ ସେହି ବେଆଇନ କ୍ଲିନିକକୁ ନେଇ ଚିକିତ୍ସା କରେଇବା ପାଇଁ ପରାମର୍ଶ ଦେଉଥିଲେ, ଖବର ପରିବେଷଣ ହେଲା ପରେ ମଧ୍ୟ କୌଣସି ପ୍ରକାର ପରିବର୍ତ୍ତନ ନ ଆସିବା ହେତୁ ସିଡିଏମଓ ନିକଟକୁ ଡାକ ଯୋଗେ ପତ୍ର ଲେଖି ଅଭିଯୋଗ କରିଛନ୍ତି ରମେଶ ଜୈନ, ସୂଚନା ଯୋଗ୍ୟ ଯେ ରାଜ୍ୟ ସରକାର ନିଶୁଳ୍କରେ ଗରିବ ଲୋକଙ୍କ ପାଇଁ ଚିକିତ୍ସା ବ୍ୟବସ୍ଥା କରିଥିବା ବେଳେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଡାକ୍ତର ମାନଙ୍କୁ ନିଯୁକ୍ତି କରିଛନ୍ତି, କିନ୍ତୁ ଦୁଃଖର ବିଷୟ ଯେ ଏହି ଡାକ୍ତର ମହାଶୟ ମାନେ ଗରିବଙ୍କ ସେବା କରିବା ବଦଳରେ ବେଆଇନ ଭାବେ ଘରୋଇ କ୍ଲିନିକ ଚଳାଉଥିବା ବ୍ୟାପାରିଙ୍କ ନିକଟରେ ହାଲିଆ ରହିଛନ୍ତି, ଗଣମାଧ୍ୟମ ପ୍ରତିନିଧିମାନେ କିଛି ଏବିଷୟରେ ଡାକ୍ତର ମାନଙ୍କୁ ପଚାରିବାରୁ ସୁରକ୍ଷା ଗାର୍ଡ ମାନଙ୍କୁ ଝଗଡ଼ା କରିବା ପାଇଁ ନିଯୁକ୍ତ କରିଛନ୍ତି, ଏକ ପ୍ରକାର ପ୍ରଫେସନାଲ ଗୁଣ୍ଡା କହିଲେ କିଛି କମ ହେବ ନାହିଁ, ଏନେଇ ରମେଶ ଜୈନ କଣ୍ଟାବାଞ୍ଜି ଥାନାରେ ଏତଲା ମଧ୍ଯ ଦେଇଥିଲେ ହେଲେ କୌଣସି କାର୍ଯ୍ୟାନୁଷ୍ଠାନ ନ ହେବାରୁ ପୁଣିଥରେ ସିଡିଏମଓଙ୍କ ନିକଟକୁ ଡାକ ଯୋଗେ ପତ୍ର ଲେଖି ଅଭିଯୋଗ କରିଛନ୍ତି