ବାଲେଶ୍ୱର ନୂତନ ଜିଲ୍ଲାପାଳଙ୍କ ବାଲିଆପାଳ ଗସ୍ତ

ବାଲେଶ୍ୱର ନୂତନ ଜିଲ୍ଲାପାଳ ଦତ୍ତାତ୍ରେୟ ବି ସିନ୍ଧେ ମଙ୍ଗଳବାର ବାଲିଆପାଳ ବ୍ଲକ ଗସ୍ତରେ ଆସି ତହସିଲ ଅଫିସରେ ବିଡ଼ିଓ ଓ ତହସିଲଦାର ଦୁଇଟି ଦାଇତ୍ୱରେ ଥିବା ଦୀପକ କୁମାର ଦାଶଙ୍କ ସହିତ ଆଲୋଚନା କରିବା ସହିତ  ବାଲିଆପାଳ ରେ ପ୍ରସ୍ତାବିତ ସୁବର୍ଣ୍ଣରେଖା ବନ୍ଦର ବିଷୟରେ ସ୍ଥାନୀୟ ବୁଦ୍ଧିଜୀବୀ, ଖବର ଦାତା , ନିର୍ବାଚିତ ଜନପ୍ରତିନିଧି,ଓ ଜନସାଧାରଣ ଙ୍କ ସହିତ ଆଲୋଚନା କରିଥିଲେ।ପରେ ଜିଲ୍ଲାପାଳ ଶ୍ରୀ ସିନ୍ଧେ ବନ୍ଦର ଏରିଆ,ଡଗରା, ଚୌମୁଖ,କଙ୍କଡ଼ାପାଳର ସୁବର୍ଣ୍ଣରେଖାର ନଦୀ ଓ  ସମୁଦ୍ର ମୁହାଣ ସ୍ଥଳକୁ ଯାଇ  ବୋଲି ଦେଖିଥିଲେ।ତାଙ୍କ ସହିତ ସୁବର୍ଣ୍ଣରେଖା ବନ୍ଦର କର୍ତ୍ତୃପକ୍ଷକଙ୍କ ଏକ ଟିମ ଉପସ୍ଥିତ ଥିଲେ।ଆଶ୍ଚର୍ଯ୍ୟର କଥା ହେଉଛି ସବୁଥର ପରି ଏଥର କୌଣସି ବିରୋଧ ନ ଥିଲା।ଜିଲ୍ଲାପାଳ ପୁରା ସ୍ଥାନ ବୋଲିଥିଲେ।ପୂର୍ବରୁ କୌଣସି ବଡ ଅଧିକାରୀଙ୍କୁ ବନ୍ଦର ଏରିଆ କୁ ପଶିବାକୁ ଦେଉ ନ ଥିବାବେଳେ ଏଥର ସମ୍ପୂର୍ଣ୍ଣ ଓଲଟା ଥିଲା।ବନ୍ଦର ବିରୋଧୀ ମାନେ ସୂଚନା ପାଇ ନ ଥାଆନ୍ତୁ କି ବିରୋଧୀଙ୍କ ପୂର୍ବପରି ମନବଳ ଭାଙ୍ଗିଗଲାଣି ବିରୋଧ କରିବା ପାଇଁ ଜଣା ପଡ଼ିନାହିଁ।ତେବେ ଜିଲ୍ଲାପାଳ ଜନ ଶୁଣାଣି ମାଧ୍ୟମରେ ବନ୍ଦର ସୁନିଶ୍ଚିତ ହେବ ବୋଲି ଖବର ଦାତା ମାନଙ୍କ ପ୍ରଶ୍ନର ଉତ୍ତରରେ କହିଛନ୍ତି।

Leave A Reply

Your email address will not be published.