ବ୍ରହ୍ମପୁର:- ବ୍ରହ୍ମପୁର ଆଇଟିଆଇରେ ଜିଲ୍ଲାର ୬୦୦ ରୁ ଅଧିକ ଶିକ୍ଷକ ଓ
ଶିକ୍ଷୟତ୍ରୀ ଯୋଗ ଦେଇ ବ୍ରହ୍ମପୁର ଆଇଟିଆଇ କେଉଁଭଳି ନଷ୍ଟ ରୁ ଶ୍ରେଷ୍ଠ ଓ ଅର୍ଥ
ମଧ୍ୟ ଉପାର୍ଜନ କରିହେବ ସେହି ବିଷୟରେ ବୁଝିଥିଲେ।ବ୍ରହ୍ମପୁର ଆଇଟିଆଇ ସାରା ଦେଶରେ
ଏକ ମଡେଲ ଆଇଟିଆଇ ହୋଇଥିବାରୁ ରାଜ୍ୟ ଓ ରାଜ୍ୟ ବାହାରୁ ବହୁ ବିଶିଷ୍ଟ ବ୍ୟକ୍ତି ମାନେ
ବୁଲିବା ନିମନ୍ତେ ଆସିଥାନ୍ତି।ଏଠାରେ ପଢ଼ୁଥିବା ପିଲାମାନେ ଭଲ ଉଚ୍ଚମାନର ଦକ୍ଷତା
ପରେ ସରକାରୀ ଓ ବେସରକାରୀ କମ୍ପାନୀ ମାନଙ୍କରେ ନିଯୁକ୍ତି ପାଇଥାନ୍ତି।ଏଠାକାର
ପିଲାମାନେ କିଭଳି ୱେଷ୍ଟ ରୁ ୱେଲଥ କରୁଛନ୍ତି ଏହି ବିଷୟରେ ଅନୁଷ୍ଠାନର ଅଧକ୍ଷ ଡ଼
ରଜତ କୁମାର ପାଣିଗ୍ରାହୀ ବିଝାଇଥିଲେ।ଆଜିର ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥିଭାବେ
ପିଡ଼ି ଡିଆରଡିଏ କୀର୍ତ୍ତି ୱାସନ, ସଂମାନିତ ଅତିଥିଭାବେ ବିଇଏମ୍ସି କମିଶନର ଯେ
ସୋନାଲ,ଡ଼ିଇଓ ଗଂଜାମ ବନିତା ସେନାପତି ଯୋଗ ଦେଇଥିଲେ।ଶେଷରେ ବ୍ରହ୍ମପୁର ଆଇଟିଆଇ
ଦ୍ୱାରା ସ୍କାରପରେ ନିର୍ମିତ ସମସ୍ତ ଜିନିଷ ବୁଲି ଦେଖିଥିଲେ।