ପଦ୍ମପୁର ବିଧାୟକ ବିଜୟ ରଞ୍ଜନ ବରିହା ଙ୍କ ଭଉଣୀ ବିନ୍ଦୁ ବରିହା ଙ୍କ ଅକାଳ ବିଯୋଗ

ପାଟଣାଗଡ଼ : ପାଟଣାଗଡ଼ ବ୍ଲକ ଗେର୍ଡା ପଞ୍ଚାୟତ ଦାବମାଲ ଗ୍ରାମ ର ସ୍ବର୍ଗତ ବିଶିଷ୍ଟ  ନାଏବ ସରପଞ୍ଚ ତଥା ବିଂଝାଲ ସମାଜ ସଭାପତି ଦୂର୍ଯ୍ୟୋଧନ ବରିହା ଙ୍କ ବଡ଼ ବୋହୂ ତଥା  ଟଙ୍କଧର ବରିହା ଙ୍କ ଧର୍ମପତ୍ନୀ  ତଥା ପଦ୍ମପୁର ବିଧାୟକ ବିଜୟ ରଞ୍ଜନ ବରିହା ଭଉଣୀ ବିନ୍ଦୁ ବରିହା( ୫୩) ଙ୍କ  ଗତ ବୁଧବାର ରାତିରେ ହୃଦଘାତରେ  ପରଲୋକ ଘଟିଛି। ପଦ୍ମପୁର ବିଧାୟକ ବିଜୟ ରଞ୍ଜନ ବରିହା ଙ୍କ ଝିଅ ବାହାଘର ରେ  ଯୋଗଦେଇଥିଲେ । ପରେ ତାଙ୍କ ବାପା ଘର ଚାବିରିପାଲି ଗ୍ରାମ କୁ ସପରିବାର ଯାଇଥିଲେ ।  ବାପା ଘରେ ଖଟରେ ବସିଥିବା ବେଳ ହଠାତ୍ ଭଲ ଲାଗୁନି ବୋଲି କହିବା ରୁ ହଠାତ୍ ବେହୋସ୍ ହୋଇପଡ଼ିଥିଲେ । ତାକୁ ତୁରନ୍ତ ବୋଡ଼େନ ପ୍ରାଥମିକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କୁ ଆଣିଥିଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।  ସ୍ବର୍ଗତ ଶ୍ରୀମତୀ ବରିହା  ଜଣେ ଶାନ୍ତ ଶିଷ୍ଟ ମେଳାପି   ଧର୍ମ ପରାୟଣ ଓ ଭଗବତପ୍ରେମୀ   ମହିଳା ଭାବେ ଅଞ୍ଚଳରେ  ବେଶ୍ ଜଣାଶୁଣା ଥିବା ବେଳେ ଗ୍ରାମ ରେ ପାଳିତ ହେଉଥିବା ପର୍ବପର୍ବାଣୀ , ତଥା , ରାମାୟଣ ପାରାୟଣ  , ଏକାଦଶୀ ଜାଗରଣ , କାର୍ତ୍ତିକ ଚତୁର୍ଦ୍ଦଶୀ ,ନାମ ଯଜ୍ଞ ଆଦି ବିଭିନ୍ନ  କାର୍ଯ୍ୟକ୍ରମରେ ଯଜ୍ଞକର୍ତ୍ତା ଭାବେ ରହି ସୁଚାରୁରୂପେ ସମ୍ପାଦନା କରି ଆସୁଥିଲେ ।  ତାଙ୍କ ଅକାଳ ମୃତ ଖବର ପ୍ରଚାରିତ ହେବା ପରେ ଗ୍ରାମ ତଥା ଅଞ୍ଚଳରେ ଶୋକ ର ଛାୟା ଖେଳିଯାଇଛି । ଶେଷ ଦର୍ଶନ ପାଇଁ ତାଙ୍କ ବାସ ଭବନ କୁ  ଅଞ୍ଚଳ ମାନ୍ୟଗଣ୍ୟ ବ୍ୟକ୍ତି ଯାଇଥିବା ବେଳେ ବିଧାୟକ ବିଜୟ ରଞ୍ଜନ ବରିହା ଙ୍କ ଝିଅ ବାହାଘର ଥିବା ହେତୁ ତାଙ୍କ ପରିବାର ରୁ  କେହି ଯୋଗଦେଇ ପାରିନଥିଲେ । ମୃତ୍ୟୁ ବେଳକୁ ୭ ଝିଅ ମାଧୁରୀ ବରିହା  ,ମିତାବରିହା , ଝରଣା ବରିହା , ଶଶ୍ମିତା ବରିହା, କଲ୍ୟାଣୀ ବରିହା , ରୀନାବରିହା ,ଯଜ୍ଞ ବରିହା , ଜ୍ବାଇଁ  ପରମାନନ୍ଦ , ଚୁଡ଼ାମଣି , କରୁଣା ,ନାତି ରଞ୍ଜିତ   ନାତୁଣୀ ରଞ୍ଜିତା ,ସଂଗିତା , , ପୁତୁରା ଓ ସାନ ଭାଇ ବିଶ୍ଵ ବରିହା , ଭଣଜା ସାମ୍ବାଦିକ  ଗୋରେଖନାଥ ବରିହା , ଜଗନ୍ନାଥ ବରିହା ଙ୍କ ଜାତି ବନ୍ଧୁ ବର୍ଗ ଉପସ୍ଥିତ ଥିଲେ।  ତାଙ୍କ ଶୁଶର  ଗାଁ ଦାବମାଲ ଗ୍ରାମ ଶ୍ମଶାନରେ ଶେଷ କୃତ୍ୟ ସମ୍ପର୍ଣ୍ଣ ହୋଇଥିଲା । ତାଙ୍କର ପୁତ୍ର ସନ୍ତାନ ନଥିବାରୁ ତାଙ୍କ ସାନ ଭାଇ  ଘନଶ୍ୟାମ ବରିହା ,ଙ୍କ ପୁଅ  ନିତେଶ ବରିହା   ବଂଶୟ ପରମ୍ପରା ଅନୁଯାୟୀ ଗାତ ଖୋଳି ଶବକୁ ସତ୍କାର ପାଇଁ ପ୍ରଥମେ ମାଟି ଅର୍ପଣ କରିଥିଲେ ।

Leave A Reply

Your email address will not be published.