ନୂଆ ବସ ଷ୍ଟାଣ୍ଡ ନିର୍ମାଣକୁ ନେଇ ଉତ୍ତେଜନା। କାର୍ଯ୍ୟ ବନ୍ଦ କଲେ ସ୍ଥାନୀୟ ବାସିନ୍ଦା

ବାଲିଆପାଳ ବ୍ଲକର ବାଲିଆପାଳ ଗ୍ରାମପଞ୍ଚାୟତ କାର୍ଯ୍ୟଳୟ ସମ୍ମୁଖରେ ଥିବା ନେତାଜୀ ଷ୍ଟାଡିୟମରେ  ନୂଆ ବସ ଷ୍ଟାଣ୍ଡ  ନିର୍ମାଣକୁ କେନ୍ଦ୍ର କରି ଉତ୍ତେଜନା ଦେଖାଦେଇଛି। ବୁଧବାର କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ସ୍ଥାନୀୟ ବାସିନ୍ଦା ଓ ନୀତି ଖେଳ ପଡ଼ିଆରେ ବିଭିନ୍ନ ପ୍ରକାର ଖେଳ ଅଭ୍ୟାସ କରୁଥିବା ଖେଳାଳି ଏକତ୍ରିତ ହୋଇ ନିର୍ମାଣ କାର୍ଯ୍ଯକୁ ବନ୍ଦ କରିଛନ୍ତି। ସୂଚନା ମୁତାବକ ସରକାର ଙ୍କ ପକ୍ଷ ରୁ ବାଲିଆପାଳ  ନେତାଜୀ ଖେଳ ପଡିଆରେ ନୂଆ ବସ ଷ୍ଟାଣ୍ଡ ନିର୍ମାଣ କରାଯାବାପାଇଁ ସ୍ଥିର ହୋଇ ଭୁବନେଶ୍ୱର ଏକ ଠିକାଦାର କୁ କାର୍ଯ୍ୟାଦେଶ ଦିଆଯିବା ପରେ ନିର୍ଦ୍ଧାରିତ ଖେଳ ପଡ଼ିଆରେ ନୁଆ ବସଷ୍ଟାଣ୍ଡର ବାଉଣ୍ଡରି ୱାଲ ନିର୍ମାଣ ପାଇଁ ଗାତ ଖୋଳା କାର୍ଯ୍ୟ ମଙ୍ଗଳବାର ଦିନ ଦଶଟା ଠାରୁ ଆରମ୍ଭ ହୋଇଥିଲା। ମାତ୍ର ସ୍ଥାନୀୟ ବାସିନ୍ଦା ଓ ବାଲିଆପାଳ ବ୍ଲକର ବିଭିନ୍ନ ପଞ୍ଚାୟତରୁ ଖେଳାଳୀ ମାନେ ଆସି ଗୁରୁବାର ଏକତ୍ରିତ ହୋଇ ବାଉଣ୍ଡରୀ ୱାଲ୍ ନିର୍ମାଣ ପାଇଁ ଖୋଲାଯାଇଥିବା ଗର୍ତ୍ତକୁ ବୁଜି ଦେଇଛନ୍ତି।ଏବଂ କାର୍ଯ୍ୟ ବନ୍ଦ କରିବା ପାଇଁ ଠିକାଦାର ଉପରେ ଚଢ଼ାଉ କରି କାର୍ଯ୍ୟ ବନ୍ଦ କରିଛନ୍ତି।ଠିକାଦାରଙ୍କ ଅଭିଯୋଗ କ୍ରମେ ବାଲିଆପାଳ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି। ତେବେ ବିରୋଧ ପାଇଁ ନୂଆ ବସ ଷ୍ଟାଣ୍ଡ ନିର୍ମାଣ କାର୍ଯ୍ୟ ବନ୍ଦ ଥିବା ବେଳେ ଖେଳାଳି ଓ ସ୍ଥାନୀୟ ବାସିନ୍ଦା ପୁରୁଣା ବସ ଷ୍ଟାଣ୍ଡକୁ ନବୀକରଣ କରାଯାଉ ନହେଲେ ଅନ୍ୟତ୍ର ବସ ଷ୍ଟାଣ୍ଡ କରିବା ପାଇଁ ଦାବି କରୁଛନ୍ତି। ବାଲିଆପାଳ ତହସିଲଦାରଙ୍କ ପାଖରେ ପୂର୍ବରୁ ବାରମ୍ବାର ନେତାଜୀ ଷ୍ଟାଡିୟମରୁ ନୂଆ ବସ ଷ୍ଟାଣ୍ଡକୁ ସ୍ଥାନାନ୍ତରିତ କରିବା ପାଇଁ ଦାବି  କରି ଆସୁଛନ୍ତି।ତେବେ ଏଠାରେ ନୂଆ ବସଷ୍ଟାଣ୍ଡ ନିର୍ମାଣକୁ ନେଇ ଜନସାଧାରଣଙ୍କ ମନରେ ପ୍ରଶ୍ନ ବାବିଚୀ ସୃଷ୍ଟି କରିଛି।ଏଦିଗରେ ପ୍ରଶାସନ କି ପଦକ୍ଷେପ ନେଉଛନ୍ତି ଜାଣିବାକୁ ବାକି ରହିଲା।

Leave A Reply

Your email address will not be published.