ବାଲିଆପାଳ- ବାଲିଆପାଳ ଷ୍ଟେଟ ବ୍ୟାଙ୍କ ମେନେଜରଙ୍କ ଦବଙ୍ଗଗିରି ଆଜି ଆଜି ଚରମ ସୀମାରେ ପହଁଞ୍ଚିଛି
ଯାହା ପାଇଁ ଶାଖାଟି ପୁଣି ଚର୍ଚ୍ଚାରେ। ଏହି ଶାଖାରେ ମ୍ୟାନେଜର ଭାବେ ମାନସ ଶତପଥୀ କାର୍ଯ୍ୟରତ ଅଛନ୍ତି ।
ତେବେ ଶ୍ରୀଯୁକ୍ତ ଶଥପଥି ଗ୍ରାହକଙ୍କୁ ବ୍ୟାଙ୍କ୍ ସେବା ବଦଳରେ ଗାଳି ଗୋଲଜ୍ କରିବା ସହିତ ଧମକ ଚମକ ଦେଉଛନ୍ତି ଏପରିକି ଜୀବନରୁ ମାରି ଦେବାର ହତ୍ୟା ଧମକ ଦେଇ , ସେ ନିଜେ ବେସ ଚର୍ଚ୍ଚାରେ ରହିବା ସହିତ, ତାଙ୍କ ପାଇଁ ବାଲିଆପାଳ ଶାଖା ଚର୍ଚ୍ଚାରେ ରହିଛି।
ସୂଚନା ଅନୁଯାୟୀ ବାଲିଆପାଳ ଥାନା ଅସ୍ତି ଗ୍ରାମର ତପନ ପ୍ରଧାନ ଯିଏକି ଭାରତୀୟ ଷ୍ଟେଟବ୍ୟାଙ୍କ ବାଲିଆପାଳ ଶାଖାର ଜଣେ ଗ୍ରାହକ । ତେବେ ଶ୍ରୀଯୁକ୍ତ ପ୍ରଧାନ ବ୍ୟାଙ୍କରେ ନିଜର ଏକ ସମସ୍ୟାର ସମାଧାନ ପାଇଁ ବ୍ୟାଙ୍କ୍ ମ୍ୟାନେଜରଙ୍କ ନିକଟକୁ ବାରମ୍ବାର ଯାଇ ତାଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ, ମାତ୍ର ମ୍ୟାନେଜର ଶ୍ରୀଯୁକ୍ତ ଶତପଥି ସମସ୍ୟାର ସମାଧାନ କରିବା ବଦଳରେ ଆଜି କାଲି କହି ,ତାଙ୍କୁ ବାରମ୍ବାର ନିରାଶ କରୁ ଥିଲେ। ଏନେଇ ତପନ ଭାରତୀୟ ଷ୍ଟେଟବ୍ୟାଙ୍କର ଉଚ୍ଚ କର୍ତ୍ତୁପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ଜିଲ୍ଲା ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ । ତେବେ ଅଭିଯୋଗ ବିଷୟରେ ମ୍ୟାନେଜର ଶତପଥି ଜାଣିପାରି ଆକ୍ରୋଶ ମୂଳକ ଭାବେ, ବ୍ୟାଙ୍କ୍ ପରିସରରେ ତପନ ପ୍ରତି ଆପତ୍ତି ଜନକ ବ୍ୟବହାର କରିଥିଲେ ଏନେଇ ଅସହଯୋଗ କ୍ରମଶଃ ବୃଦ୍ଧି ପାଇଥିଲା। ନ୍ୟାୟ ନ ପାଇ ତପନ ପୁଣି ବ୍ୟାଙ୍କ୍ ଉଚ୍ଚ କର୍ତ୍ତୃପକଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ତେବେ ଏଥିରେ ବ୍ୟାଙ୍କ୍ ମ୍ୟାନେଜର ଶ୍ରୀଯୁକ୍ତ ଶତପଥୀ ଉତ୍ତକ୍ଷିପ୍ତ ହୋଇ, ଗତକାଲି ସନ୍ଧ୍ୟା ୮ ଟାରେ ପାରୁଳିଆ ଛକସ୍ଥିତ ତପନଙ୍କ ଦୋକାନ କୁ ଯାଇ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିବା ସହିତ ଜୀବନରୁ ମାରି ଦେବାକୁ ହତ୍ୟା ଧମକ ଦେଇଥିଲେ । ଏନେଇ ତପନ ସାମ୍ବାଦିକ ସମ୍ମିଳନୀ କରି ତଥ୍ୟ ଦେବା ସହିତ ବାଲିଆପାଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ତେବେ ଅଭିଯୋଗ ର ସତ୍ୟତା ଓ ବ୍ୟାଙ୍କ୍ ମ୍ୟାନେଜର ଙ୍କ ପ୍ରତିକ୍ରିୟା ନେବା ପାଇଁ ଯାଇଥିବା ସାମ୍ବାଦିକ ମାନଙ୍କୁ ମେନେଜରକୌଣସି ପ୍ରତିକ୍ରିୟା ଦେଇନଥିଲେ ବରଂ ଓଲଟି ଦୁର୍ବ୍ୟବହାର କରିଥିଲେ। ତେବେ ଏଠାରେ ପ୍ରକାଶ ଥାଉକି ଉକ୍ତ ବ୍ୟାଙ୍କ୍ ମ୍ୟାନେଜରଙ୍କ ନାମରେ ଏହା ପ୍ରଥମ ଅଭିଯୋଗ ନୁହଁ, କିଛି ଦିନ ପୂର୍ବରୁ ପୋଷ୍ଟାଲ କର୍ମଚାରୀ ରାଜେନ୍ଦ୍ର ବିଶ୍ଵାଳ, ଭଡ଼ା ଦେଇଥିବା ଘର ମାଲିକ ପଞ୍ଚାନନ ସାହୁ ଥାନାରେ ଲିଖିତ ଅଭିଯୋଗ କରିଥିବାର ମଧ୍ୟ ନଜିର ରହିଛି। ତେବେ ବ୍ୟାଙ୍କର ଉଚ୍ଚ କର୍ତୁପକ୍ଷ ତୁରନ୍ତ ଦୃଢ଼ କର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି, ନୋହିଲେ ବ୍ୟାଙ୍କ୍ ସାମ୍ନାରେ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି ଗ୍ରାହକ ଓ ବାଲିଆପାଳ ବାସିନ୍ଦା।