ଅସ୍ତରଙ୍ଗ – ପୁରୀ ଜିଲ୍ଲା ଅସ୍ତରଙ୍ଗ ତହସିଲ କାର୍ଯ୍ୟାଳୟ ଅନ୍ତର୍ଗତ କେନ୍ଦ୍ରାପାଟି ରାଜସ୍ବ ନିରୀକ୍ଷକ ଙ୍କ କାର୍ଯ୍ୟାଳୟରେ ଦୀର୍ଘ ଦିନ ଧରି ଅସାମାଜିକ ଏବଂ ଅନୈତିକ କାର୍ଯ୍ୟ ଚାଲୁଥିବା ଗ୍ରାମବାସୀ ମାନେ ଅଭିଯୋଗ କରିଆସୁଥିଲେ ମଧ୍ୟ ଜିଲ୍ଲା ପ୍ରଶାସନର କୌଣସି ଅଧିକାରୀ ହସ୍ତକ୍ଷେପ କରୁ ନଥିଲେ କିମ୍ବା କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିଲା ।ବୁଧବାର ବିଳମ୍ବିତ ରାତିରେ ଆଖ ପାଖ ଅଞ୍ଚଳର କିଛି ଅସାମାଜିକ ଯୁବକ ଓ ଆର ଆଇ ଦୀପ୍ତି ରଞ୍ଜନ ମହାପାତ୍ର ଅଫିସ ଭିତରେ ମଦ୍ୟପାନ କରୁଥିବା ସ୍ଥାନୀୟ ଲୋକମାନେ ଦେଖିଥିଲେ ।ଉକ୍ତ ଘଟଣା ଜଣାପଡିବା ପରେ ବିଳମ୍ବିତ ରାତିରେ ଶତାଧିକ ସ୍ଥାନୀୟ ବାସିନ୍ଦା ଏବଂ ଲୋକ ପ୍ରତିନିଧି ମାନେ ଆରଆଇ ଙ୍କ କାର୍ଯ୍ୟାଳୟକୁ ଯାଇ ନିଶାଶକ୍ତ ଅବସ୍ଥାରେ ଥିବା କେନ୍ଦ୍ରାପାଟି ରାଜସ୍ବ ନିରିକ୍ଷକ ଦିପ୍ତିରଂଜନ ମହାପାତ୍ର ଏବଂ ଅନ୍ୟ ଯୁବକଙ୍କୁ ଅଟକ ରଖିଥିଲେ ।ଘଟଣା ସ୍ଥଳରେ ଉତେଜନା ପ୍ରକାଶ ପାଇବାରୁ ସ୍ଥାନୀୟ ବୁଦ୍ଧିଜୀବୀଙ୍କ ହସ୍ତକ୍ଷେପ ପରେ ଘଟଣାର ଆପୋଷ ସମାଧାନ କରାଯାଇଥିଲା । ଗୁରୁବାର ସକାଳେ ବ୍ଲକ ଉପାଦକ୍ଷ ଦୁର୍ଯ୍ୟୟ ମିଶ୍ର ଏବଂ ସରପଂଚ ପ୍ରତିନିଧି ,ସ୍ଥାନୀୟ ଜନସାଧାରଣ ଘଟଣା ସମ୍ପର୍କରେ ସତ୍ୟା ସତ୍ୟ ଜାଣିବା ପାଇଁ ଆରଆଇ କାର୍ଯ୍ୟାଳୟକୁ ଯିବା ପରେ ସେଠାରେ ଦେଖିଲେ ମାଳ ମାଳ ନାମିଦାମୀ କଂପାନୀ ର ମଦବୋତଲ ଏବଂ ମେଞ୍ଚା ମେଞ୍ଚା ବ୍ୟବହୃତ କଣ୍ଡମ ଯାହା ବିଚଳିତ ହେବା ପରି ଦୃଶ୍ୟମାନ ହୋଇଥିଲା। କାର୍ଯ୍ୟାଳୟ ଭିତରୁ ଆଲମୀରା ତଳୁ ମାରଣାସ୍ତ୍ର ,ରସି ,ଟେବୁଲ ଡ୍ର ରୁ ସିଗାରେଟ, କାର୍ଯ୍ୟାଳୟ ରୁ ବି ମଦ ବୋତଲ ମିଳିଥିଲା। ବିନା ଅନୁମତିରେ ରାଜସ୍ବ ନିରିକ୍ଷକ କାର୍ଯ୍ୟାଳୟକୁ ରାତିରେ ଖୋଲା ରହିବା ସହ ଯୁଵତୀ ମାନେ ଏଠାକୁ ଆସୁଥିବା ସ୍ଥାନୀୟ ଜନସାଧାରଣ ଅଭିଯୋଗ କରିଛନ୍ତି । ଅଫିସ ପାଲଟିଥିଲା ଏକ ବିଳାସ ପୂର୍ଣ୍ଣ କୋଠରୀ ଓ ଏକ ଛୋଟ ମଦବାର। ଏହି ସବୁ ଘଟଣା ସ୍ଥାନୀୟ ଲୋକେ ଜାଣିବାପରେ କାର୍ଯ୍ୟାଳୟକୁ ଘେରାଉ କରବା ସହିତ ଆର ଆଇ ଙ୍କୁ ଅଟକ ରଖିଥିଲେ। ଖବର ପାଇ ଘଟଣାସ୍ଥଳରେ ପହଁଚି ଥିଲେ ଅସ୍ତରଙ୍ଗ ତହସିଲଦାର ରାଜଲକ୍ଷ୍ମୀ ନାୟକ ଲୋକଙ୍କ କବଳରୁ ଆର ଆଇଙ୍କୁ ଉଦ୍ଧାର କରି କରିଥିଲେ ଏବଂ କହିଥିଲେ ୨ଦିନ ମଧ୍ୟରେ ତଦନ୍ତ କରାଯାଇ ରିପୋର୍ଟ ଜିଲ୍ଲାପ୍ରଶାସନକୁ ଦିଆଯିବ । ଏଠାରେ ସୂଚନା ଥାଉ କି ଆର ଆଇ ବାବୁ ଜଣକ ହେଲେ ପୂର୍ବତନ ସାମରିକ କର୍ମଚାରୀ ତାଙ୍କ ଘର ଚାରିଛକ ଅଞ୍ଚଳର ଲଙ୍କପଡା ।ଏହା ପୂର୍ବରୁ ସେ ଡେଲାଙ୍ଗ ତହସିଲ ଅଧିନସ୍ଥ ପ୍ରହରାଜ ପୁର ଆର ଆଇ କାର୍ଯ୍ୟଳୟରୁ ଲାଂଞ୍ଚ କାରବାର ଅଭିଯୋଗରେ ତଡା ଖାଇ ଅସ୍ତରଙ୍ଗ ଆର ଆଇ ସର୍କଲକୁ ବଦଳି ହୋଇ ଆସିଥିଲେ।ଏଠାରେ ଲାଂଞ୍ଚ କାରବାରରେ ଲିପ୍ତ ରହିବା ଘଟଣା ପଦାକୁ ଆସିଥିଲା। ନିଜ ଚୌକିରେ ଜଣେ ଦଲାଲ ଯୁବକ କୁ ବସାଇ ଆର ଆଇ ପରିଚୟରେ କାର୍ଯ୍ୟ କରି ଅର୍ଥ ଆଦାୟ କରୁଥିବା ଅଭିଯୋଗ ଆସିଥିଲା ।ଉକ୍ତ ଘଟଣାରେ ଅସ୍ତରଙ୍ଗ ସାମ୍ବାଦିକ ସଂଘ ହସ୍ତକ୍ଷେପ କରିବା ଫଳରେ ଶ୍ରୀ ମହାପାତ୍ର ଙ୍କୁ ୬ଘଣ୍ଟା ମଧ୍ୟରେ ଜିଲ୍ଲା ପ୍ରଶାସନ ନିର୍ଦେଶର ଲାଞ୍ଚୁଆ ଓ ଲମ୍ପଟ ଆର ଆଇକୁ କେନ୍ଦ୍ରାପାଟି ଆରଆଇ କାର୍ଯ୍ୟାଳୟକୁ ବଦଳି କରାଯାଇଥିଲା। କିନ୍ତୁ ଏଠି ଯଥା ପୂର୍ଵମ ତଥା ପରଂ। ଦେଖିବା ଉଚ୍ଚ କର୍ତ୍ତୃପକ୍ଷ ଏହା ଉପରେ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି । ଅସ୍ତରଙ୍ଗ ତହସିଲ କାର୍ଯ୍ୟାଳୟ ଅଧୀନରେ ବହୁ ଲାଞ୍ଚୁଆ କର୍ମଚାରୀ ଭିଜିଲାନ୍ସ ହାତରେ ଧରପଡି ଜେଲ ଯାଇଛନ୍ତି।କେନ୍ଦ୍ରାପଟି ଆର ଆଇଙ୍କ ପ୍ରକୃତ ରହସ୍ୟ ଉନ୍ମୋଚନ କରିବାକୁ ହେଲେ ଭିଜିଲାନ୍ସ ତଦନ୍ତ ନିହାତି ଜରୁରୀ ଅଟେ।ଆର ଆଇଙ୍କ କାର୍ଯ୍ୟାଳୟରେ ମାରଣାସ୍ତ୍ର କଣ ପାଇଁ ରହୁଥିଲା ତାହା ପୋଲିସ ତଦନ୍ତ କଲେ ଜଣା ପଡନ୍ତା ବୋଲି ସ୍ଥାନୀୟ ଜନସାଧାରଣ ଦାବି କରିବା ସହିତ ଯୁବତୀ ଓ ମହିଳା ମାନେ କଣ ପାଇଁ ରାତି ପର୍ଯ୍ୟନ୍ତ ରୁହନ୍ତି ତାହାର ନିରପେକ୍ଷ ତଦନ୍ତ ଦାବୀ କରିଛନ୍ତି। ନିରପେକ୍ଷ ତଦନ୍ତ ସହିତ ଆର ଆଇଙ୍କୁ କାର୍ଯ୍ୟରୁ ନିଲମ୍ବିତ କରନଗଲେ ସ୍ଥାନୀୟ ଜନସାଧାରଣ ଆଇନକୁ ହାତକୁ ନେବା ସହିତ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରିବାକୁ ବାଧ୍ୟ ହେବେ।