କିଶନନଗର ଥାନା ପରିସର ଭିତରେ ଆତ୍ମାହୁତି ଉଦ୍ୟମ 

କିଶନନଗର : ଦୀର୍ଘ ଦିନ ହେଲା କିଶନନଗର ଥାନାକୁ ନିଜ ସମସ୍ୟାର ସମାଧାନର ଆଶାନେଇ ବାରମ୍ବାର ବିଫଳହେବା ପରେ ଆଇନ, ଶାସନ ଓ ପ୍ରଶାସନ ର ଫାସରେ ଛନ୍ଦି ହୋଇ ଗୁଣନିଧି ବିଶୋଇ (50) ପିତା ସ୍ୱର୍ଗତ ରାଜକିଶୋର ବିଶୋଇ ଆଜି ଗ୍ରାମ ଈଶାଣି ବ୍ରହ୍ମପୁର ଦିନ ପ୍ରାୟ 11 ସମୟରେ କିଶନନଗର ଥାନା ପରିସର ଭିତରେ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗେଇ ହୋଇ ଆତ୍ମହୂତି ଦେଇଥିଲେ ଯେଉଁଠି ରେ ତାଙ୍କ ଦେହର 80 ଭାଗ ପୋଡିହୋଇ ଯାଇଥିଲା |ସାଙ୍ଗେ ସାଙ୍ଗେ ଥାନା କର୍ମଚାରି ନିଆଁକୁ ଆୟତ କରି ଆମ୍ବୁଲାନ୍ସ ଯୋଗେ କଟକ ବଡମେଡିକାଲ କୁ ନେଇଥିଲେ ପରେ ଚିକିତ୍ସା ର ଉନ୍ନତ ସେବା ନିମନ୍ତେ କଟକ ସ୍ଥିତ ଅଶ୍ଵିନୀ ହସ୍ପିଟାଲକୁ ସ୍ଥାନାନ୍ତର ହୋଇଥିବା ସୂଚନା ମିଳିଛି |ଥାନା ପରିସର ଭିତରେ ଯଦି ଏଭଳି ଘଟଣା ଦିବାଲୋକରେ ଘଟି ପାରୁଛି ତେବେ ଏଠି ପ୍ରଶ୍ନ ଉଠେ ଥାନା ବାହାରେ ପୋଲିସ ଅଧିକାରୀ ମାନେ କିଭଳି ସାଧାରଣ ଜନତାଙ୍କୁ ସୁରକ୍ଷା ପ୍ରଦାନ କରିବେ, ନ୍ୟାୟ ପାଇଁ ଆସୁଥିବା ଲୋକ ଏଠି ନ୍ୟାୟ ନପାଇ ହତାଶ | ଦୀର୍ଘ ଦିନ ହେବ କିଶନନଗର ଥାନାରେ ଅରାଜକତା ଲାଗିରହିଥିବା ଏବଂ ଲୋକେ ନ୍ୟାୟ ନପାଇ ଓଲଟା ମାମଲାରେ ଛନ୍ଦି ହେଵା ଜନସାଧାରଣରେ ଅଭିଯୋଗ ହୋଇଆସୁଥିଲା ଵେଳେ ଵିଭାଗୀୟ ଉଚ୍ଚ କତୃପକ୍ଷ ନିରବଦ୍ରଷ୍ଟା ସାଜିଥିଵାରୁ ଆଜିର ଅଭାବନୀୟ ଘଟଣା ସମଗ୍ର ଅଞ୍ଚଳକୁ ସ୍ତମ୍ଭିଭୂତ କରିଦେଇଛି।ଅନ୍ୟପକ୍ଷରେ ଥାନା ଅଧିକାରିଣୀଙ୍କ ମାତ୍ରାଧିକ କାର୍ୟ୍ୟକଳାପ ଓ ଅଶାଳୀନ ବ୍ୟବହାର ଜନସାଧାରଣଙ୍କୁ ଅତିଷ୍ଠ କରିଥିବା ଵେଳେ ତାଙ୍କୁ ଅବିଳମ୍ବେ ଥାନାରୁ ଯାଜପୁର ଜିଲ୍ଲାକୁ ଵଦଳୀ ହୋଇଥିବା ଜଣାପଡିଛି।ହେଲେ ଆଇଆଇସି ସସ୍ମିତା ରଣା ସ୍ଥାନୀୟ ନେତାଙ୍କୁ ଧରି ଏଠାରେ ରହିଵାକୁ ଚାପ ଓ ଉଦ୍ୟମ ଜାରି ରଖିଥିଵାରୁ ସାଧାରଣରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ତୁରନ୍ତ ଏଥିପ୍ରତି ଦୃଷ୍ଟି ଦିଆ ନଗଲେ ଆଗାମୀ ଦିନରେ ଲୋକେ ପୋଲିସ ଉପରୁ ଆଶା ଓ ଭରସା ତୁଟାଇ ପୋଲିସ ର ଏଭଳି ଦାୟିତ୍ୱ ହିନ କାର୍ଯ୍ୟକଳାପକୁ ତୀବ୍ର ବିରୋଧ କରାଯିବା ନେଇ ଶୁଣାଯାଉଛି।ମିଳିଥିବା ସୂଚନା ମୁତାବକ ଆତ୍ମହୁତି ପାଇଁ ଉଦ୍ୟମ କରିଥିବା ଗୁଣନିଧି ବିଶୋଇ ବର୍ତ୍ତମାନ ମୃତ୍ୟୁ ସହିତ ସଂଗ୍ରାମ କରୁଛନ୍ତି

Leave A Reply

Your email address will not be published.