ପାଟଣାଗଡ : ସରକାର ଶିକ୍ଷା ର ଗୁଣାତ୍ମକ ମାନ ବୃଦ୍ଧି କରିବା ପାଇଁ ଅନେକ ଯୋଜନା କରୁଛନ୍ତି , ତା ସହିତ ଶିଶୁର କେମିତି ଶିକ୍ଷା ପ୍ରତି ଆଗ୍ରହ ବଢିବ ତା ପାଇଁ ମଧ୍ୟ ଅନେକ ଧ୍ୟାନ ଦେଉଛନ୍ତି । ତାର ଉଦାହରଣ ହେଲା ବିଦ୍ୟାଳୟ କୁ ୫t ରେ ରୂପାନ୍ତରଣ । ସରକାର ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ଖର୍ଚ୍ଚ କରୁଛନ୍ତି ବିଦ୍ୟାଳୟ ପାଇଁ , କିନ୍ତୁ ସେଥିରେ ଛାତ୍ର ଛାତ୍ରୀ ପ୍ରକୃତରେ ଉପକୃତ ହେଉଛନ୍ତି ନା ନାହିଁ ସେ ପ୍ରତି ସରକାରଙ୍କ ଦୃଷ୍ଟି ଦେବା ନିତାନ୍ତ ଆବଶ୍ୟକ । ଏପରି ଏକ ଉଦାହରଣ ଦେଖିବାକୁ ମିଳିଛି ବେଲପଡ଼ା ବ୍ଲକ୍ ର ବାଗଦୋର ପଂଚାୟତ ର ଝାଙ୍କରିପାଲି ଗ୍ରାମ ରେ । ଏଠି ଦେଖିବାକୁ ମିଳୁଚି କି ରାସ୍ତା ର ଅତି ଖରାପ ଅବସ୍ଥା ଯୋଗୁ ଛୁଆ ମାନଙ୍କୁ ସ୍କୁଲ୍ କୁ ଯିବାପାଇଁ ବହୁତ୍ ଅସୁବିଧା ହେଉଛି । ବର୍ଷା ର ଆରମ୍ଭ ରୁ ରୋଡ ରେ ପାଣି ଜମି ଯାଇଛି , ତାହା ରୋଡ ନା ଡ୍ରେନ ଦେଖି ଜଣା ପଡୁନି । ସ୍ବାଧିନତା ର ୭୫ ବର୍ଷ ପରେ ବି ରୋଡ ର ଏମିତି ଅବସ୍ଥା ଦେଖିବାକୁ ମିଳୁଛି ।
ଏହା ଛଡା ବାଗଦୋର୍ ପଞ୍ଚାୟତ ର ଏହା ପ୍ରଥମ ଘଟଣା ନୁହେଁ,ଯାହା ଅବହେଳିତ ଅବସ୍ଥା ରେ ରହିଛି । କିଛି ଦିନ ପୂର୍ବ ରୁ ଆମେ ଏକ ଖବର ପ୍ରକାଶ କରିଥିଲୁ କି ବାଗଦୋର୍ ପଂଚାୟତ ର ଏକ ଗାଁ ହେଲା କାନିପେନ, ଯାହା ଆଜି ପର୍ଯ୍ୟନ୍ତ ସମସ୍ତ ମୌଳିକ ସୁବିଧା ରୁ ଏ ପର୍ଯନ୍ତ୍ ବଞ୍ଚିତ ଅଛି । ସେ ଗାଁ ଟି ଆଜି ପର୍ଯ୍ୟନ୍ତ ଶିକ୍ଷା , ବିଜୁଳି ଓ ରାସ୍ତା ରୁ ବଞ୍ଚିତ ଅଛି । ସୂଚନା ଯୋଗ୍ୟ ଯେ ଏହା ଏକ ମାଓ ଅଞ୍ଚଳ ଓ କିଛି ଦିନ ପୂର୍ବେ ୟେ ଅଞ୍ଚଳ ରେ ଗୁଳି ଚାଳନା ମଧ୍ୟ ହେଇ ଥିଲା ।ୟେ ବାବଦ ରେ ବିଡ଼ିଓ ମହାଶୟଙ୍କ ମତ ନେଉ ଥିଲୁ , କିନ୍ତୁ ସେଇଠି କିଛି କାମ ହେଉନାହିଁ ବୋଲି ସେ କହି ଥିଲେ । ବିଡିଓ ମହାଶୟ ଯଦି କେବଳ ଅଫିସ ରେ ନ ବସି ଓ ମିଟିଂ ଛାଡ଼ି ଯଦି ତୃଣମୂଳ ସ୍ତରରେ ଥରେ ନିଜ ଅଞ୍ଚଳ ର ଭ୍ରମଣ କରନ୍ତେ ତ ତାଙ୍କୁ ଅଞ୍ଚଳ ର ଅସୁବିଧା ଦେଖା ଯାଆନ୍ତା। ଗୋଟେ ପରେ ଗୋଟେ ୫t ବିଦ୍ୟାଳୟ ର ତଦାରଖ କରୁଛନ୍ତି , କିନ୍ତୁ ଅନ୍ୟ ଅଞ୍ଚଳ ର ବିଦ୍ୟାଳୟ ର ଅବସ୍ଥା ବୁଝିବ କିଏ । ଯଦି ମହାଶୟ ନିଜେ ଏ ପ୍ରତି ଧ୍ୟାନ ଦେବେ ତାହେଲେ ଏ ସମସ୍ୟା ଗୁଡ଼ିକ ଶୀଘ୍ର ସମାଧାନ ହେବ ବୋଲି ସାଧାରଣ ଜନତା ମତ ପ୍ରକାଶ କରିଛନ୍ତି ।