ଜନଜାଗରଣ ମଞ୍ଚର ମାସିକ ବୈଠକ ଅନୁଷ୍ଠିତ

ବାଲେଶ୍ଵର-  ବାଲେଶ୍ଵର ଜିଲ୍ଲା ଖଇରା ଜଳସେଚନ ବିଭାଗ ଅଫିସ୍ ସାମ୍ନାରେ ଜନଜାଗରଣ ମଞ୍ଚ କାର୍ଯ୍ୟାଳୟ ଅଛି । ପ୍ରାୟ ୧୦୦ରୁ ଉର୍ଦ୍ଧ୍ବ ମେମ୍ବର ମାନଙ୍କୁ ନେଇ ଆଗେଇ ଚାଲିଛି ମଞ୍ଚ । ଅଞ୍ଚଳବାସୀଙ୍କ ଯାବତୀୟ ସମସ୍ୟା ପାଖରେ ମଞ୍ଚ । ସମାଜସେବା କାର୍ଯ୍ୟରେ ସର୍ବଦା ଏ ମଞ୍ଚ ବ୍ରତୀ ଥାଏ । ଏହି ଅବସରରେ ମଞ୍ଚର ସଭାପତି ଉମେଶ ଚନ୍ଦ୍ର ନାୟକଙ୍କ ପୌରୋହିତ୍ଯରେ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ସମ୍ପାଦକ ନିରଞ୍ଜନ ବେହେରା ବିବରଣୀ ପାଠ କରିଥିଲେ । ଏଥିରେ ଚିନ୍ତାମଣି ସାହାଣୀ, ଦେବେନ୍ଦ୍ର କୁମାର ରାଉତ, ପଣ୍ଡିତ କୃଷ୍ଣ ଚନ୍ଦ୍ର ପତ୍ରୀ, ବୁଦ୍ଧିରାମ ପାଣିଗ୍ରାହୀ, ଅଭିମନ୍ୟୁ ମହାପାତ୍ର, ସୃଷ୍ଟିଧର ରାଉଳ, ଗଗନ ବିହାରୀ ପଣ୍ଡା ଓ ସାମ୍ବାଦିକ ନରେନ୍ଦ୍ର ପ୍ରସାଦ ବେହେରା ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଉକ୍ତ ବୈଠକରେ ଖଇରାରେ ଯାତ୍ରୀ ବିଶ୍ରାମଗାର, ଜଳ ନିଷ୍କାସନ ଓ କୋର୍ଟ ଉପରେ ମୁଖ୍ୟତଃ ଆଲୋଚନା ହୋଇଥିଲା । ଖଇର ସରପଞ୍ଚ ମାଳତୀଙ୍କ ପ୍ରତିନିଧି ସୁଦର୍ଶନ ସେଠୀଙ୍କୁ ମଞ୍ଚ ଖଇରାର ଆଞ୍ଚଳିକ ସମସ୍ୟା ବାବଦରେ ଜଣାଇବା ପରେ କେତେକ ସମସ୍ୟାର ସମାଧାନ ପାଇଁ ୨ ମାସ ସମୟ ନେଇଛନ୍ତି । ଯଦି ଏଥିପ୍ରତି କେହି ଗୁରୁତ୍ୱ ନଦିଅନ୍ତି ଆଗାମୀ ଦିନରେ ରାସ୍ତାରୋକ ଭଳି ପଦକ୍ଷେପ ନେବାକୁ ପଛାଇବ ନାହିଁ ବୋଲି ଚେତାବନୀ ଦେଇଛି ଜନଜାଗରଣ ମଞ୍ଚ ।

Leave A Reply

Your email address will not be published.