ନୂଆ ବସ ଷ୍ଟାଣ୍ଡ ନିର୍ମାଣକୁ ନେଇ ଉତ୍ତେଜନା ବଢ଼ୁଛି

ବାଲିଆପାଳ –  ବାଲିଆପାଳ ବ୍ଲକର ବାଲିଆପାଳ ଗ୍ରାମପଞ୍ଚାୟତ କାର୍ଯ୍ୟଳୟ ସମ୍ମୁଖରେ ଥିବା ନେତାଜୀ ଷ୍ଟାଡିୟମରେ  ନୂଆ ବସଷ୍ଟାଣ୍ଡ  ନିର୍ମାଣକୁ କେନ୍ଦ୍ର କରି ଦିନକୁ ଦିନ ଉତ୍ତେଜନା ବଢ଼ିବାରେ ଲାଗିଛି। ଥମିବାର ନାଁ ଧରୁନି।ବରଂ ଦିନକୁ ଦିନ ପରିସ୍ଥିତି ଜଟିଳ ହେବାରେ ଲାଗିଛି।ଏନେଇ ବାଲେଶ୍ଵର ଉପଜିଲ୍ଲାପାଳ କିଶୋର ସ୍ବାଇଁ ବାଲିଆପାଳ ତହସିଲଦାର ଦୀପକ କୁମାର ଦାଶ ଓ ଆଇ ଆଇ ସି ପର୍ଶୁରାମ ସାହୁଙ୍କ ଉପସ୍ଥିତରେ ବାଳିଆପାଳ ବ୍ଲକ ସଭା ଗୃହ ପରିସରରେ ସ୍ଥାନୀୟ ଅଂଚଳ ବାସୀଙ୍କ ଅଭିଯୋଗ ଶୁଣିଛନ୍ତି। ଅଭି ଯୋଗକାରୀଙ୍କ ପକ୍ଷରୁ କଂଗ୍ରେସ ନେତା ତଥା ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ବିଜନ ନାୟକ, ବାଲିଆପାଳ ମହୋତ୍ସବ କମିଟିର ସଭାପତି ସୁଶାନ୍ତ ଚକ୍ରବର୍ତ୍ତୀ, ରବି ନାରାୟଣ ମହାନ୍ତି, ଜଗନ୍ନାଥ ବାରିକ, ଅରୁଣ ପାତ୍ର, ମଧୁସୁଦନ ସାହୁ ବାଲିଆପାଳ  ପଞ୍ଚାୟତ ସରପଞ୍ଚଙ୍କ ପ୍ରତିନିଧି ହେମନ୍ତ ଦାସ,ମଧୁପୁରା ପଞ୍ଚାୟତ ସରପଞ୍ଚ ପ୍ରତିନିଧି ଲମ୍ବୁଦର ମାହାନା ଙ୍କ ସହିତ ବହୁ ବୁଦ୍ଧିଜୀବୀ  ଅଭିଯୋଗ କରି କହିଥିଲେ ଯେ ବାଲିଆପାଳର ଏକମାତ୍ର ଖେଳ ପଡିଆକୁ ବନ୍ଦ କରି ସେଥିରେ ବସଷ୍ଟାଣ୍ଡା କରା ନ ଯାଉ।ଏହି ଖେଳ ପଡିଆରେ ପ୍ରତିଦିନ ପିଲାମାନେ ଖେଳକୁଦ କରିବା ସହିତ ଏଠାରେ ଆଦିବାସୀ ପିଲାଙ୍କ ଦ୍ୱାରା ପ୍ରତିବର୍ଷ ଜିଲ୍ଲା ଓ ରାଜ୍ୟ ସ୍ତରୀୟ ଫୁଟବଲ ଓ କ୍ରିକେଟ ଟୁର୍ଣ୍ଣାମେଣ୍ଟ କରାଯାଇଥାଏ। ଏଠାରେ ପ୍ରତିବର୍ଷ ବାଲିଆପାଳ ମହୋତ୍ସବ ମଧ୍ୟ ହେଉଛି।ଏକ ମାତ୍ର ଏହି ପଡ଼ିଆରେ ବସଷ୍ଟାଣ୍ଡ କରାଗଲେ ସବୁପ୍ରକାର କାର୍ଯ୍ୟକ୍ରମ ବନ୍ଦ ହେବ।ଖେଳ ପଡିଆ ସଂଗଲଗନ୍ନ ତିନି ପାଖରେ ରହିଛି ବହୁ ସରକାରୀ ଜାଗା।ତାହା ଏବେ ଲୋକଙ୍କ କବଜାରେ ପ୍ରଥମେ ସରକାରୀ ଜାଗାକୁ ବାହାର କରାଯାଉ।ତାପରେ ଏଠାରେ ବସଷ୍ଟାଣ୍ଡ ହେବା ସହିତ ଖେଳପଡ଼ିଆ ମଧ୍ୟ ହେଉ ବୋଲି ବହୁ ବ୍ୟକ୍ତିମାନେ ମତ ଦେଇଥିଲେ।ଉପଜିଲ୍ଲାପାଳ ଶ୍ରୀ ସ୍ୱାଇଁ ସମସ୍ତଙ୍କ ଅଭିଯୋଗ ଶୁଣି ପ୍ରଥମେ ଉକ୍ତ ସ୍ଥାନରେ ବସଷ୍ଟାଣ୍ଡ ହେବ ତା ପରେ ଖେଳ ପଡିଆ କଥା ବିଚାର କରାଯିବ ବୋଲି କହିଥିଲେ।ବାଲିଆପାଳ ତହସିଲଦାର ଦିପକ କୁମାର ଦାଶ ବସଷ୍ଟାଣ୍ଡ ନିର୍ମାଣକୁ କେହି ବିରୁଦ୍ଧ କରନ୍ତୁ ନାହିଁ।ବସ ଷ୍ଟାଣ୍ଡ ପାଇଁ ଅର୍ଥ ମଞ୍ଜୁର ହୋଇଛି।ପୁଣି ଖେଳ ପଡିଆ ପାଇଁ ଅର୍ଥ ମଞ୍ଜୁର ହେଲେ ତା କଥା ବୁଝାଯିବ।ଯେଉଁ ମାନେ ସରକାରୀ ଜାଗାକୁ ଅବରୋଧ କରିଛନ୍ତି ସେ ଜାଗାକୁ ନିଶ୍ଚିତ ଭାବେ ମାପ କରାଯାଇ ବାହାର କରାଯିବ। ତେବେ ଖେଳ ପଡିଆକୁ ପ୍ରଥମେ ମାପ କରାଯାଇ ସୀମା ନିର୍ଧାରଣ କରାଯିବ।ତପରେ ଆଗ ବସଷ୍ଟାଣ୍ଡ ହୋଇସାରିବା ପରେ ଖେଳ ପଡିଆ ହେବ ବୋଲି ଉପ ଜିଲ୍ଲାପାଳ ଶ୍ରୀ ସ୍ୱାଇଁ କହିଛନ୍ତି।

Leave A Reply

Your email address will not be published.