ଡ୍ରଗ୍ସ ଅପବ୍ୟବହାର ଓ ଅନୈତିକ କାରବାର ବିରୋଧ ଦିବସ ପାଳିତ

ପୁରୀ – ନିଶା ଏକ ମାରାତ୍ମକ ବ୍ୟାଧି।ଏଥିରେ ବିଶେଷ ଭାବରେ ଯୁବ ବର୍ଗ ପ୍ରଭାବିତ ହେଉଥିବାରୁ ସେମାନଙ୍କୁ ସଚେତନ କରି ଭଲ ବାଟକୁ ଫେରେଇ ଆଣିବା ସମସ୍ତ ଙ୍କ ଦାୟିତ୍ୱ ବୋଲି ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା ମତ ଦେଇଛନ୍ତି।   ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ମାଦକ ଦ୍ରବ୍ୟର ଅପବ୍ୟବହାର ତଥା ଅବୈଧ କାରବାର ବିରୋଧି ଅନ୍ତରାଷ୍ଟ୍ରୀୟ ଦିବସ ରବିବାର ପୂର୍ବାହ୍ନରେ ପାଳିତ ହୋଇଥିଲା। ଟାଉନ ଥାନା ନିକଟରୁ ଏହି ଉପଲକ୍ଷେ ଏକ ସଚେତନତା ଶୋଭାଯାତ୍ରା କୁ ଜିଲ୍ଲାପାଳ ଶ୍ରୀ ବର୍ମା ଊଦଘାଟନ କରିବା ସହ ମାଦକ ପଦାର୍ଥ ବ୍ୟବହାର ର ଅପକାରିତା ସମ୍ପର୍କରେ ସମସ୍ତ ଙ୍କୁ ଅବଗତ କରାଇବାକୁ ନିରନ୍ତର ଉଦ୍ୟମ ପାଇଁ ପରାମର୍ଶ ଦେଇଥିଲେ।ଏହି ଶୋଭାଯାତ୍ରାରେ ଅବକାରୀ ଅଧିକ୍ଷକ ଶ୍ରୀ ଅମରେନ୍ଦ୍ର ଜେନା ,ବିଭାଗର ଅନ୍ୟାନ୍ୟ ଅଧିକାରୀ ଓ ଛାତ୍ର ଛାତ୍ରୀ ଅଂଶଗ୍ରହଣ କରିଥିଲେ। ଶୋଭାଯାତ୍ରା ଦିଗବାରେଣୀ ସମୁଦ୍ର କୂଳରେ ପହଞ୍ଚି ଥିଲା। ଏହି ଅବସରରେ ଅବକାରୀ ବିଭାଗ ସହଯୋଗ ରେ ରଞ୍ଜନ ଗାଂଗୁଲି ଙ୍କ ଦ୍ୱାରା ଏକ ବାଲୁକା କଳା ପ୍ରଦର୍ଶିତ ହୋଇଥିଲା।

 ସେହିପରି ଗୁଣ୍ଡିଚା ମନ୍ଦିର ନିକଟରୁ ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ମାଦକ ଦ୍ରବ୍ଯର ଅପବ୍ୟବହାର ସମ୍ପର୍କରେ ଏକ ସଚେତନତା ଶୋଭାଯାତ୍ରା କୁ ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ଶ୍ରୀ ଦିଲ୍ଲୀପ କୁମାର ମହାପାତ୍ର ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।ଏଥିରେ ଭାରପ୍ରାପ୍ତ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଅନିମା ପଟ୍ଟନାୟକ,ଜିଲ୍ଲା ପରାମର୍ଶଦାତା ଶ୍ରୀ ସିଦ୍ଧାର୍ଥ ରାୟ,ଅନ୍ୟାନ୍ୟ ବିଭାଗୀୟ କର୍ମକର୍ତ୍ତା,ଛାତ୍ର ଛାତ୍ରୀ ଓ ସ୍ୱଛାସେବୀ ମାନେ ଯୋଗ ଦେଇଥିଲେ।

Leave A Reply

Your email address will not be published.