ବାଲିଆପାଳ- ବାଲିଆପାଳ ମୁସଲମାନ ବସ୍ତିର ସେକ କମିରୁଦ୍ଦିନ ଏବଂ ତାଙ୍କର ସ୍ତ୍ରୀ ଆଜିମାନ ବିବୀ ରବିବାର ହଜ ଯାତ୍ରା ପାଇଁ ଗସ୍ତ ଆରମ୍ଭ କରିଛନ୍ତି।ଏହି ହଜ ଅଭିଯାତ୍ରୀ ଦମ୍ପନ୍ତିଙ୍କୁ ବାଲିଆପାଳ ବସ୍ତିରେ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି।ବାଲିଆପାଳ ବସ୍ତିର ମୁସଲମାନ ଭାଇମାନଙ୍କ ସହିତ ବାଲିଆପାଳ ପଞ୍ଚାୟତ ସମିତିର ପୂର୍ବତନ ଅଧ୍ୟକ୍ଷ ବିଜନ ନାୟକ,ପୂର୍ବତନ ସରପଞ୍ଚ ମଧୁସୂଦନ ବାରିକ,ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ରବୀନ୍ଦ୍ର ନାଥ ଅଣ୍ଡିଆ ବାଲିଆପାଳ ପଞ୍ଚାୟତର ସରପଞ୍ଚଙ୍କ ପ୍ରତିନିଧି ହେମନ୍ତ ଦାସ, ବାଲିଆପାଳ ବସ୍ତି ମୁଖିଆ ଇନ୍ତାଜ ଅଲ୍ଲୀ, ସେକ ରେହେମାନ,ସେକ ଦାଦୁ, ନଜିର ଖାଁ,ସେକ ଅନିର ଙ୍କ ସହିତ ବିଭିନ୍ନ ରାଜନୈତିକ ଦଳର ସଦସ୍ୟ ମାନେ ବିରାଟ ପଟୁଆରରେ ବାଲିଆପାଳ ବସ୍ତିରୁ ବାହାରି କଚୁଆପଡା ବଦିରୁଦ୍ଦିନ ପିର ବାବାଙ୍କ ମସଜିଦ ପାଖକୁ ଯାଇ ପୂଜା ପାଠ କରି ସେକ କମିରୁଦ୍ଦିନ ଏବଂ ତାଙ୍କର ସ୍ତ୍ରୀ ଆଜିମାନ ବିବୀଙ୍କୁ ହଜ ଯାତ୍ରା ପାଇଁ ବିଦାୟ ଦେଇଥିଲେ।