ରଥଯାତ୍ରାକୁ ନେଇ ସମିକ୍ଷା ବୈଠକ ପରେ ଡିଜିପିଙ୍କ ପ୍ରତିକ୍ରିୟା

ପୁରୀ :ରଥଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପୁଲିସ ପକ୍ଷରୁ ବ୍ଯାପକ ପ୍ରସ୍ତୁତି କରାଯାଇଛି। ପାଞ୍ଚସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଯୋଗାଇଦିଆଯିବ। ସୁରକ୍ଷା ଦୃଷ୍ଟିରୁ ୧୮୦ ପ୍ଲାଟୁନ ଫୋର୍ସ ମୁତୟନ ହେବେ। ଏଥିସହିତ ଟାକ୍ଟିକାଲ ୟୁନିଟ,ବମ୍ ଡିସ୍ପୋଜାଲ ସ୍କ୍ୱଡ ସହ ତଟ ସୁରକ୍ଷା ବାହିନୀ ନିୟୋଜିତ ହେବେ। ସେପଟେ  ପୁରୀ ସହରକୁ ତିନି ସ୍ତରୀୟ ଟ୍ରାଫିକ ବ୍ଯବସ୍ଥା। ଦଶଟି ଜୋନ୍ ଓ ୨୯ଟି ସେକଟରରେ ବିଭକ୍ତ କରାଯାଇଛି। ତିନୋଟି ପର୍ଯ୍ଯାୟରେ ଟ୍ରାଫିକ ବ୍ଯବସ୍ଥା କରାଯାଇଛି। ପ୍ରଥମ ପର୍ଯ୍ଯାୟରେ ନବଯୌବନ ଦର୍ଶନ, ଉଭାଯାତ୍ରା ଓ ରଥଯାତ୍ରା, ଦ୍ୱିତୀୟ ପର୍ଯ୍ୟାୟରେ ସଂନ୍ଧ୍ୟା ଦର୍ଶନ ଓ ବାହୁଡାଯାତ୍ରି, ତୃତୀୟ ପର୍ଯ୍ଯାୟରେ ସୂନାବେଶ ଓ ନିଳାଦ୍ରୀବିଜେ ନେଇ କରାଯାଇଛି ଟ୍ରାଫିକ ବ୍ଯବସ୍ଥା। ଏନେଇ କରାଯାଇଛି ଡିଜିଟାଲ ରୁଟ ପ୍ଲାନ। ଭକ୍ତମାନଙ୍କ ସୃଙ୍ଖଳିତ ଦର୍ଶନ ପାଇଁ ସମସ୍ତ ପଦକ୍ଷେପ ନିଆଯାଉଥିବା ବେଳେ ସେମାନଙ୍କ ଆଗମନକୁ ଦୃଷ୍ଟିରେ ରଖି ଆଠଟି ପାର୍କିଂ ସ୍ଥଳ କରାଯାଇଛି। ଭୁବନେଶ୍ୱର ଓ କୋଣାର୍କ ଆଡୁ ପୁରୀ ଆସୁଥିବା ଲୋକ ମାଳତୀପାଟପୁର ଓ ତାଳବଣିଆ ସେପଟେ ବ୍ରହ୍ମଗିରି ପଟୁ ଆସୁଥିବା ଲୋକ  ଜଗନ୍ନାଥ ବଲ୍ଲଭ, ବ୍ଲୁଫ୍ଲାଗ, ନିଳାଚଳ ଅଶୋକ ଓ ଯାତ୍ରୀକାରେ ପାର୍କିଂ କରିବେ।

Leave A Reply

Your email address will not be published.