କେନ୍ଦ୍ରାପଡ଼ା(ନି. ପ୍ର)ପୁଣି ସେହି କୁସ୍ଚିତ ପ୍ରଥା. ଜମି ବିବାଦ କୁ ନେଇ ଗାଁ ର ଏକ ପରିବାର କୁ ନିଆଁ ପାଣି ବାଛନ୍ଦ ସହ ଚଳ ପ୍ରଚଳ ରାସ୍ତା ଅବରୋଧ. ସ୍ପଷ୍ଟ ଦିବାଲୋକ ରେ ଗ୍ରାମବାସୀ ମାନେ ସ୍ଥାନୀୟ ୱାର୍ଡ ମେମ୍ବର ଙ୍କ ତତ୍ୱାବଧାନ ରେ ସେହି ପରିବାର ଚଳ ପ୍ରଚଳ କରୁଥିବା ରାସ୍ତା ଅବରୋଧ ର ଭିଡିଓ ଭାଇରଲ.
ଜଗତସିଂହପୁର ଜିଲ୍ଲା ରେ ଚାଷ ଜମି ଓ ଅନାବାଦୀ କୁ ନେଇ ବିବାଦ. କିନ୍ତୁ ପାଟକୁରା ଅଞ୍ଚଳ ରେ ନିଜ ଗାଁ ରେ ଗ୍ରାମବାସି କଲେ ନିଆଁ ପାଣି ବାଛନ୍ଦ.
ପାଟକୁରା ଓ ଜଗତସିଂହପୁର ସୀମାନ୍ତ ଅଞ୍ଚଳ ବୋଲାଉଥିବା ପାଟକୁରା ଥାନା ଅନ୍ତର୍ଗତ ରତନପୁର ଦସମାଣକୁଳ ଗ୍ରାମ ର ସୁଦର୍ଶନ ମହାନ୍ତି ଙ୍କୁ ଏହିଭଳି ଜମି ଜମା ବିବାଦ କୁ ନେଇ ନିଆଁ ପାଣି ବାଛନ୍ଦ କରାଯାଇଛି. ଅଞ୍ଚଳ ର ୱାର୍ଡ ମେମ୍ବର ଙ୍କ ସହ ଅଞ୍ଚଳ ର କିଛି ମୁଷ୍ଟିମେୟ ଲୋକ ଙ୍କ ପ୍ରରୋଚନା ରେ ଗ୍ରାମବାସୀ ଙ୍କୁ ପ୍ରରୋଚିତ କରାଇ ଏଭଳି କରାଯାଇଥିବା ପାଟକୁରା ଥାନା ରେ ଅଭିଯୋଗ ହୋଇଛି.. ସୁଦର୍ଶନ ମହାନ୍ତି ଙ୍କ ଘର ପାଟକୁରା ଥାନା ଅନ୍ତର୍ଗତ ରତନପୁର.
କୁଜଙ୍ଗ ଥାନା ଅନ୍ତର୍ଗତ ବାଲିକଣୀ ଗ୍ରାମ ରେ ସୁଦର୍ଶନ ମହାନ୍ତି ଙ୍କ କିଛି ଚାଷ ଜମି ଧାର ରେ ବାଲି ବୋହିବାକୁ ନେଇ ବିବାଦ ଉପୁଜିଥିଲା. ଏନେଇ କୁଜଙ୍ଗ ଥାନା ରେ ଅଭିଯୋଗ ହୋଇଛି. କିନ୍ତୁ ସ୍ଥାନୀୟ କିଛି ମୁଷ୍ଟିମେୟ ଲୋକ ରତନପୁର ୱାର୍ଡ ମେମ୍ବର ଙ୍କ ସହ ମିଶି ସୁଦର୍ଶନ ଓ ତାଙ୍କ ପରିବାର ରହୁଥିବା ରତନପୁର ଗ୍ରାମ ର ଲୋକ ଙ୍କୁ ଏକତ୍ରିତ କରି ଏକ କଙ୍ଗାରୁ କୋର୍ଟ ବସାଇ ସୁଦର୍ଶନ ଓ ତାଙ୍କ ପରିବାର କୁ ନିଆଁ ପାଣି ବାଛନ୍ଦ କରିଛନ୍ତି.
। ଖାଲି ସେତିକି ନୁହେଁ ପାଇକା ନଦୀରୁ ଚାଷ ଜମିକୁ ମଧ୍ୟ ପାଣି ବନ୍ଦ୍ କରିବା ସହିତ ପାଣି ପମ୍ପ କୁ ଜୋର୍ ଜବରଦସ୍ତ ଛଡ଼ାଇ ନେଇଯାଇଛନ୍ତି ।ଯାହା ଫଳରେ ଏକର ଏକର ଚାଷ ଜମିରେ ଫସଲ ନଷ୍ଟ ହେବାକୁ ବସିଲାଣି ।
ଏଥି ସହ ସ୍ଥାନୀୟ ୱାର୍ଡ ମେମ୍ବର ଧିର ମହାନ୍ତି ନିଜେ ଉପସ୍ଥିତ ରହି ସୁଦର୍ଶନ ଙ୍କ ପରିବାର ର ଚଳ ପ୍ରଚଳ ରାସ୍ତା କୁ କାଠ ଗଡ଼ ପକାଇ ଅବରୋଧ କରିଛନ୍ତି. ଯାହାର କି ଭିଡିଓ ଭାଇରଲ ହେବାରେ ଲାଗିଛି.
ଦୁଇ ଥାନା ପାଟକୁରା ଓ କୁଜଙ୍ଗ ରେ ଅଭିଯୋଗ କଲେ ମଧ୍ୟ ପୋଲିସ୍ ଚୁପ ବସିଛି । ଚାଷ ଜମିକୁ ପାଣି ମଧ୍ୟ ବନ୍ଦ୍ ରଖିଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ । ରତନପୁର ଗ୍ରାମର କିଛି ଅସମାଜିକ ବେକ୍ତୀ ପୁରା ଗ୍ରାମବାସୀ ଙ୍କୁ ଡାକି କଙ୍ଗାରୁକୋର୍ଟ ଭଳି ନିଷ୍ପତି ନେଉଛନ୍ତି.
ଗ୍ରାମ ର ଯେ କୌଣସି ବ୍ୟକ୍ତି ଏହି ପରିବାର ରହ ମିଶୁଛନ୍ତି ସେମାନଙ୍କଠୁ ମଧ୍ୟ ପଞ୍ଚାୟତ ଦ୍ଵାରl ଜୋରିମାନା ଆଦାୟ ହେଉଥିବା ଅଭିଯୋଗ ଆସିଛି.