ଦିର୍ଘ ବର୍ଷ ଧରି ଅସୁବିଧାରେ ରହିଛି କଣ୍ଟାବାଞ୍ଜି ସ୍ୱାସ୍ଥ୍ୟକେନ୍ଦ୍ର
କଣ୍ଟାବାଞ୍ଜି -ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସରକାରୀ ଡାକ୍ତରଖାନା ଘୋର ଅସୁବିଧାରେ ରହିଛି, ବଲାଙ୍ଗିର ସିଡିଏମ୍ଓଙ୍କ ନିକଟରେ ଯେତେ ଅଭିଯୋଗ କଲେ ସୁଦ୍ଧା କୌଣସି ପ୍ରକାର ସୁଫଳ ଫଳୁନାହିଁ, ସରକାରୀ ଡାକ୍ତର ମାନେ ତାଙ୍କ ଦୋକାନ ଅନ୍ୟସ୍ତ ଖୋଲିଛନ୍ତି, ଗୋଟିଏ ପଟେ ସରକାରଙ୍କ ଠାରୁ ତନଖା ନେଉ ଥିବା ବେଳେ ଗୋଟିଏ ପଟୁ ରୋଗୀମାନଙ୍କ ଠାରୁ ଲୁଟ କରୁଥିବା କୁହାଯାଉଛି, ଯେଉଁ ରୋଗୀ ମାନଙ୍କ ସେବା ପାଇଁ ସରକାରଙ୍କ ଠାରୁ ତନଖା ନେଇଛନ୍ତି ସେହି ରୋଗୀ ମାନଙ୍କ ଠାରୁ ପୁଣି ପଇସା ନେଇଛନ୍ତି, ଏପରି ଡାକ୍ତର ମାନଙ୍କୁ ଚାକିରି ରୁ ବାହାର କରିଦେବା ବହୁ ଜରୁରୀ ହୋଇପଡ଼ିଛି, କଣ୍ଟାବାଞ୍ଜି ସରକାରୀ ଡାକ୍ତରଖାନାରେ ମଧ୍ଯ ଅଲଟ୍ରାସାଉଣ୍ଡ ମୋସିନ ରହିଛି ହେଲେ ମାସକୁ କେତୋଟି ଅଲଟ୍ରାସାଉଣ୍ଡ କରାଯାଉଛି..? ଓ ଡେଲି ମାର୍କେଟ ସମ୍ମୁଖରେ ଥିବା ବେସରକାରୀ ଶିବ କ୍ଲିନିକରେ ଦିନକୁ କେତୋଟି ଅଲଟ୍ରାସାଉଣ୍ଡ କରାଯାଉଛି..? ଗର୍ଭବତୀ ମହିଳା ମାନଙ୍କ ପାଇଁ ଆଇରନ ବଟିକା ରାଜ୍ୟ ସରକାର ଯୋଗାଇ ଦେଉଛନ୍ତି ହେଲେ କୌଣସି ଗର୍ଭବତୀ ମହିଳା ସରକାରଙ୍କ ଯୋଗାଇଦେବା ଆଇରନ ବଟିକା କେହି ଖାଉ ନାହାନ୍ତି, କ୍ରିଷ୍ଣା ମେଡିକାଲ ଓ ଶିବ କ୍ଲିନିକରୁ ସମସ୍ତ ଗର୍ଭବତୀ ମହିଳା ମାନେ କିଣି କି ଖାଉଛନ୍ତି. ତେଣୁକରି ନିର୍ବାଚନ ବେଳେ ଝଟକା ମିଳିଥିଲା, ଅନେକ ପ୍ରଭାବ ଶାଳୀ ସଂଗଠନ ମାନେ ରୋଗୀ କଲ୍ୟାଣ ସମିତିର ସଦସ୍ୟମାନେ ହୋଇଥିଲେ ସୁଦ୍ଧା ଏଠାରେ କେହି କାର୍ଯ୍ୟକାରି ହେଉ ନାହାଁନ୍ତି, ଖାଲି ନିଜକୁ ସମାଜସେବୀ ଓ ପ୍ରଭାବଶାଳୀ ବ୍ୟକ୍ତି ପରିଚୟ ସୃଷ୍ଟି କରିବା ପାଇଁ ରୋଗୀ କଲ୍ଯାଣ ସମିତିର ସଦସ୍ୟ ପାଲଟୁଛନ୍ତି, ଏନେଇ ଆଜି କଣ୍ଟାବାଞ୍ଜି ନାଗରିକ ତଥା କଣ୍ଟାବାଞ୍ଜି ଏନଏସି ବିଜେପି ଚେୟାରମ୍ଯାନ ପାର୍ଥି ବେଦବ୍ୟାସ ନାଗ ସହ ବହୁ ସଂଖ୍ୟାରେ ଯୁବକ ମାନେ କଣ୍ଟାବାଞ୍ଜି ତହସିଲଦାରଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ସିଡିଏମଓଙ୍କୁ, ଆମ ଆଦମୀ ପାର୍ଟି ପକ୍ଷରୁ ସୁରଥ ବେହେରା ମଧ୍ଯ ଏହା ଏକ ସତ୍ୟ ଘଟଣା ଓ ନିହାତି ଆବଶ୍ୟକ ବୋଲି ସମର୍ଥନ କରିଥିଲେ, କିଛି ଦିନ ତଳେ ନନ୍ଦିନୀରେ ଖବର ପାଇଥିଲା ତଥାପି କାହାର କୌଣସି ପ୍ରକାର ରିଆକ୍ସନ ନାହିଁ, ସୁରକ୍ଷା କର୍ମୀ ମାନେ ମଧ୍ଯ ଏହି ସମସ୍ୟା ପ୍ରତି ଦାୟି ରହିଛନ୍ତି କାରଣ ସମାଧାନର ଚତୁର୍ଥ ସ୍ତମ୍ଭ ଗଣମାଧ୍ୟମ ଓ ଡାକ୍ତରଖାନାରେ ନିୟୋଜିତ ଥିବା ଜଣେ ସୁରକ୍ଷା କର୍ମୀ ଗଣମାଧ୍ୟମକୁ ଦୁର୍ବ୍ୟବହାର କରୁଥିବା ଭିଡ଼ିଓ ବର୍ତ୍ତମାନ ସୁଦ୍ଧା ଘୁରି ବୁଲୁଥିବା ବେଳେ କୌଣସି ଗୁରୁତ୍ୱପୂର୍ଣ୍ଣ ଦିଆ ଯାଇ ନଥିଲା