ବାଳିଆପାଳ- ସ୍ୱ ପ୍ର ବାଳିଆପାଳ ବ୍ଲକ ଅଳାଡିହା ଗ୍ରାମ ପଞ୍ଚାୟତର ଚାନ୍ଦମଣି ସମୁଦ୍ର କୂଳରୁ ମଙ୍ଗଳବାର ଜାମକୁଣ୍ଡା ଫାଣ୍ଡି ଅଧିକାରୀ ଶାରଦା ପ୍ରସନ୍ନ ମୁଦୁଲି, ରାମଚନ୍ଦ୍ର ପୂର୍ଦୂଲ୍ ଘଟଣା ସ୍ଥଳରେ ପହଞ୍ଚି ଏକ ଅଜଣା ଯୁବକର ମୃତ ଦେହ କୁ ଉଦ୍ଧାର କରି ଶବ ବ୍ୟବଛେଦ କରିବାକୁ ପଠାଇଛି।ସମୁଦ୍ରରେ ଭାସି ଆସି ଥିବା ଏହି ଅଜଣା ଶବଟି ଜଣେ ପୁରୁଷ ଲୋକର ତାର ହାତରେ ନାଣ୍ଟୁ ବୋଲି ଇଂରାଜୀ ରେ ଲେଖା ହୋଇଛି। ସେ ଏକ ସବୁଜ ଚେକ ସାର୍ଟ ପିନ୍ଧିଛି। ମୁଣ୍ଡଟି ବିବର୍ଣ୍ଣ ହୋଇ କଣା କଣା ହୋଇଯାଇଛି।ବହୁତ ଦିନ ହେବ ପାଣିରେ ଭାସି ଭାସି ଆସି କୂଳରେ ଲାଗି ଥିବାର ଜଣା ଯାଇଛି।ତାର ପରିଚୟ ମିଳିନାହିଁ।ଶବଟି ପୁରା ଫୁଲି ଯାଇଛି।