ନୂଆପଡ଼ା ଜିଲ୍ଲାର ଉପାନ୍ତ ଅଞ୍ଚଲ ଓ ପ୍ରଶାସନିକ ଅପହଞ୍ଚ ବ୍ଲକ ହେଉଛି ବୋଡେ଼ନ ବ୍ଲକ ଏହି ବ୍ଲକରେ ଅନେକ ଆଦିବାସୀ ଓ ଗରିବ ଶ୍ରେଣୀର ଓ ନିରୀହ ଲୋକମାନେ ବସବାସ କରନ୍ତି। ନିଜ ଜୀବନ ଯାପନ ପାଇଁ ହେଉ କିମ୍ବା ମୌଳିକ ସୁବିଧା ପାଇଁ ହେଉ ଅନେକ ସଂଘର ସାମ୍ନା କରିବାକୁ ପଡ଼େ କିନ୍ତୁ ଟିକେ ଅଧେ ଯାହା ଯୋଜନା ପହଞ୍ଚେ ତାହା ମଧ୍ୟ ବାଟବଣା ହେବାରେ ଲାଗିଛି। ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ବୋଡେ଼ନ ବ୍ଲକ ଅଧିନସ୍ଥ ବୋଇରଗାଁ ଗ୍ରାମପଞ୍ଚତ ସ୍ଥିତ ଶୁନାମୁଦି ଗାଁ ପାଖ ଦେଇ ଏକ ନାଲା ରହିଛି। ସେହି ନାଲା ଦେଇ ସ୍ଥାନୀୟ ଅଞ୍ଚଳବାସୀ ଅନେକ କାର୍ଯ୍ୟ କଳାପ ନେଇ ଯାତାୟତ କରିଥାନ୍ତି। ସ୍କୁଲ ଛାତ୍ର,ଛାତ୍ରୀଙ୍କ ହଇରାଣ କଥା କହିଲେ ନ ସରେ ବ୍ରିଜ କାର୍ଯ୍ୟ ଆରମ୍ଭ ହେବା ପରେ ସାଇଟରେ ଏକ ଜରୁରୀ ରାସ୍ତା କରାଯାଇଛି। ସେହି ରାସ୍ତା ମାଟିରେ ନିର୍ମାଣ କରିଥିବା ଯୋଗୁଁ ବର୍ଷା ହେଲାପରେ ଅନକେ ବିପଦର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି। ଅନେକ ସରକାରୀ କାର୍ଯ୍ୟାଳୟର ଦ୍ଵାରସ୍ତ ହେବା ପରେ ଏକ ବ୍ରିଜ ମଞ୍ଜୁର ହୋଇଥିଲା। ଜେଇଙ୍କ କହିବା ଅନୁଯାୟୀ ଉକ୍ତ କାର୍ଯ୍ୟଟି ୪ କୋଟି ଟଙ୍କାର ଅଟକଲ ମୂଲ୍ୟରେ ବ୍ରିଜ ନିର୍ମାଣ ହେଉଥିବା ବେଳେ। ଉକ୍ତ କାର୍ଯ୍ୟଟି ଗତ ଡିସେମ୍ବର ମାସ ରୁ ଆରମ୍ଭ କରି ଚଳିତ ବର୍ଷର ଡିସେମ୍ବର ସୁଦ୍ଧା ସେସ କରିବା ପାଇଁ ନିର୍ଦ୍ଦେଶ ରହିଛି। କିନ୍ତୁ ପ୍ରଶାସନିକ ଅବହେଳା ଯୋଗୁଁ ଠିକାଦାରଙ୍କ ମନମୁଖୀ କାର୍ଯ୍ୟ ଦେଖିବାକୁ ମିଳିଛି। ଗ୍ରାମବାସୀଙ୍କ କହିବା ଅନୁଯାୟୀ ଉକ୍ତ ବ୍ରିଜକାର୍ଯ୍ୟରେ ଲାଗୁଥିଲା ସିମେଣ୍ଟ କମ ଦେଇ ଡ଼ଷ୍ଟ ଗୁଣ୍ଡ,ବଜ୍ରି ମିଶାଇ ଠିକାଦାର ଅତି ନିମ୍ନ ମାନର କାର୍ଯ୍ୟ କରିବା ସହ ସ୍ଥାନୀୟ ଅଞ୍ଚଳର ମଜୁରୀ ନଲଗେଇ ବାହାରୁ ମଜୁରୀ ଆଣି କାର୍ଯ୍ୟ କରୁଥିବା ସ୍ଥାନୀୟ ଜନସାଧାରଣ ଅଭିଯୋଗ କରିଛନ୍ତି। ତେଣୁକରି ସ୍ଥାନୀୟ ଜନସାଧାରଣଙ୍କୁ ସେହି କାର୍ଯ୍ୟରେ ନିୟୋଜିତ କରିବା ସହ ନିମ୍ନ ମାନର ହେଉଥିବା କାର୍ଯ୍ୟକୁ ତଦାରଖ କରିବା ପାଇଁ ସ୍ଥାନୀୟ ଜନସାଧାରଣ ଦାବି କରିଛନ୍ତି।