ଦିନ ଦ୍ବିପହରେ ଲାଲ ବାଲି ଚାଲାଣ,ଲକ୍ଷ ଲକ୍ଷ ଟଙ୍କାର ରାଜସ୍ୱ ଲୁଟ

ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକର ଖଣି ଖଦାନ  ଓ ସୁନ୍ଦର ବଣ ଜଙ୍ଗଲ ରେ ପରିପୂର୍ଣ୍ଣ ! କିନ୍ତୁ କିଛି ଅମାନସିକ ଓ ଚୋରଖୋଳ ପ୍ରକୃତି ର ଲୋକେ ଏହାକୁ ଲୁଟ କରିବାରେ ବ୍ୟସ୍ତ ! କାଳିଆପାଣି କ୍ରମେ ଉପତ୍ୟକା ଦେଇ ବହି ଯାଉଥିବା ଡମଶାଳ ନାଳରୁ ବେଧଡ଼କ ଦିନ ଦ୍ଵିପ୍ରହରେ ଚାଲିଛି ଲାଲବାଲି ଲୁଟ ।ଚିଙ୍ଗୁଡିପାଳ ପଞ୍ଚାୟତ ଧବାହାଳି ଗ୍ରାମରୁ କାଳିଆପାଣି ଗ୍ରାମକୁଯିବା ରାସ୍ତା ସମ୍ମୁଖୀନ ନଦୀ ପାଖ ରୁ  କିଛି ଲୋକ ଙ୍କୁ ଲଗାଇ ଏକ ଟ୍ରାକ୍ଟର ସାହାଯ୍ୟ ରେ  ବାଲି ଉଠାଉ ଥିବା ଦେଖିବାକୁ ମିଳିଛି !  ଏହି ଟ୍ରାକ୍ଟର ଟି ଗୋବର୍ଦ୍ଧନ ମହାନ୍ତ ଙ୍କ ର ହୋଇଥିବା ବେଳେ ଏହି ଟ୍ରାକ୍ଟର ଟି ର ଇନସୁରାନସ ଅବଧି ୧୭ ଅଗଷ୍ଟ ୨୦୧୮ ରୁ ଶେଷ ହୋଇ ସାରିଛି ଏବଂ ଫିଟନେସ ଟି ଫେବୃଆରୀ ୨୬  ୨୦୧୯ ରେ ଶେଷ ହୋଇଥିବା ଦେଖି ବାକୁ ମିଳିଛି ! ପ୍ରଥମରେ ତ ବିନା କାଗଜ ପତ୍ର ରେ ଗଡୁଛି ଗାଡି ଦ୍ୱିତୀୟ ରେ ଚୋରା ବାଲି କାରବାର ରେ ସାମିଲ ! ଖଣି ଅଂଚଳ ରୁ ପ୍ରତିଦିନ  ବେଆଇନ ଭାବେ ବାଲି ଉତଳନ ଦିନ କୁ ଦିନ ବଢି ଚାଲିଛି ! ଏହାକୁ ପ୍ରଶାସନ ରୋକି ପାରୁ ନ ଥିବା ରୁ ସରକାର ବହୁ ରାଜସ୍ବ ହରାଉଛନ୍ତି  ! ବେଆଇନ ବାଲି ଚୋରା ଚାଲାଣ ଯୋଗୁ ନଦୀର ପୀଠ କ୍ଷୟକ୍ଷତି ହେଉଛି ! ତଟବର୍ତୀ ଅଞ୍ଚଳର ପ୍ରତି ବିପଦ ସୃଷ୍ଟି ହେଉଛି ! ଦିନ ଦ୍ଵିପ୍ରହରେ  କିଛି ଲୋକ ଙ୍କୁ ଲଗାଇ ଏପରି ଚୋରା ବାଲି ଉଠାଣ ଦେଖିବାକୁ ମିଳିଛି ।ସୁକିନ୍ଦା ତହସିଲ ଅନ୍ତର୍ଗତ ଧବାହାଳି ଡ଼ମଶାଳ ନଦୀପଠା ରୁ ବାଲି ଉଠାଇ ଚାଲାଣ  କରୁଛନ୍ତି ! ଲିଜ ଖଦାନ ବାଲିରେ ଚଢା ଦରରେ ବିକ୍ରି ହେଉଥିବା ହେତୁ ଏହି ପରି ଚୋରା ବାଲି ଉଠାଇ ଟ୍ରାକ୍ଟର ସାହାଯ୍ୟ ରେ  ଘର କାର୍ଯ୍ୟ କରିବାକୁ ବେଶ ଲାଭଦାୟକ ହେଉଛନ୍ତି ଠିକା ଦାର ! ଏହି ପରି କାର୍ଯ୍ୟ ଦିନ କୁ ଦିନ ବଢ଼ିବାରେ ଲାଗିଛି।  ଏହି ଚୋରା କାରବାର କୁ ରୋକିବାରେ ରାଜସ୍ବ ବିଭାଗ ଫେଲେ୍ ମାରିଛି ! ଏହାର ସୁଯୋଗ ନେଇ କେତେକ ଅସାଧୁ ବେପାରୀ ବେଆଇନ ଭାବେ ଚୋରାରେ ବାଲି ଉଠାଇ କମ ଦାମ ରେ ବିକ୍ରି କରୁଛନ୍ତି ! ପ୍ରତି ଦିନ ଏପରି କାର୍ଯ୍ୟ ହେଉଥିବାରୁ ସେହି ସ୍ଥାନ ରେ ନଦୀ ଶଯ୍ୟା ଗଭୀର ହେଉଛି ! ତଳମୁଣ୍ଡ ରେ ଥିବା ନଦୀ ବାଙ୍କ ରେ ବର୍ତ୍ତମାନ ମାନ ବାଲି ଜମା ହୋଇ ରହିଥିବାରୁ ବନ୍ୟା ଆସିଲେ ଅଂଚଳ ପ୍ରତି ବିପଦ ସୃଷ୍ଟି ହେବା ଆଶଙ୍କା କରାଯାଉଛି।ତେବେ କାହିଁକି ନିରାବଦ୍ରଷ୍ଟା ସାଜି ଚୁପ୍ ବସି ରହିଛି ପ୍ରଶାସନ ?  କାହିଁକି ଏ ସବୁ ନେଇ କରାଯାଉନାହିଁ ତଦନ୍ତ ।ଏ ସମ୍ପର୍କରେ ରାଜସ୍ୱ ନିରକ୍ଷର ଅଧିକାରୀଙ୍କୁ ଫୋନ ମାଧ୍ୟମରେ ମତାମତ ପାଇଁ ଯୋଗାଯୋଗ କରିଥିଲେ ମଧ୍ୟ ସେ ଫୋନ ରିସିଭ ନକରିବାରୁ ତାଙ୍କର ମତାମତ ସ୍ଥାନ ପାଇ ପାରୁନାହିଁ ! 

ରାଜସ୍ବ ବିଭାଗ ଏଥିପ୍ରତି ଦୃଷ୍ଟି ଦେଇ ଚୋରା ବାଲି ବେପାରୀଙ୍କ ବିରୋଧ ରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଉ !

Leave A Reply

Your email address will not be published.