ବରିଷ୍ଠ ସାମ୍ବାଦିକ “ବଡ ଖବରର” ମୁଖ୍ୟ ସମ୍ପାଦକ ଗିରଫ ପ୍ରତିବାଦରେ ଦାବିପତ୍ର ପ୍ରଦାନ

ଧାମନଗର – ଧାମନଗର ବ୍ଲକରେ କାର୍ଯ୍ୟରତ ସାମ୍ବାଦିକମାନେ ଆଜି ଓଡିଶାର ସାଧାରଣ ଜନତାଙ୍କ ପାଇଁ ନିଛକ ଓ ସତ୍ୟ ସମ୍ବାଦ ପରିବେଷଣ କରୁଥିବା ଲୋକପ୍ରିୟ ଚ୍ୟାନେଲ ବଡ଼ ଖବର ର ମୁଖ୍ୟ ସମ୍ପାଦକ ଅର୍ଦ୍ଧେନ୍ଦୁ ଦାସ ଙ୍କ ଗିରଫ ଦାରି ପଛରେ ରାଜ୍ୟ ସରକାରଙ୍କ ହୀନ ତଥା ଦୁର୍ବଳ ମାନସିକତା କୁ ସାମ୍ବାଦିକ ମାନେ ଦୃଢ଼ ବିରୋଧ କରୁଛୁ । ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭର ନିଛକ ଓ ସତ୍ୟ ସମ୍ବାଦ ପରିବେଷଣକୁ ସରକାରୀ କଳର ଦୁରୁପଯୋଗ ପୂର୍ବକ ଇ ଓ ଡବଲୁ କୁ ମାଧ୍ୟମ କରି ଯେପରି ରାତିଅଧିଆ ଗିରଫ କରି ଜେଲ ପଠାଇ ଦେଇଛି।ତାହା ପ୍ରଜାତନ୍ତ୍ର ପାଇଁ ଶୁଭଙ୍କର ନୁହଁ। ଏଭଳି ହୀନ ଚକ୍ରାନ୍ତ ରୁ ରାଜ୍ୟ ସରକାର ନିବୃତ୍ତ ରହିବା ସହ ସମ୍ପାଦକ ଶ୍ରୀ ଦାସ ଙ୍କୁ ନିସର୍ତ୍ତ ମୁକୁଳେଇବା ପାଇଁ ଧାମନଗର କାର୍ଯ୍ୟରତ ସମସ୍ତ ସାମ୍ବାଦିକ ଆଜି ଅପରାହ୍ନ ୪ଟା ସମୟରେ ଥାନା ସମୁଖରେ ମିଳିତ ହୋଇ ରାଜ୍ୟ ସରକାରଙ୍କ ଈଓଡଵ୍ଲ୍ୟ  ଶାଖା ଯେପରି ଉଦ୍ଦେଶ୍ୟମୁଳକ ଭାବରେ  ଗିରଫ କରିଛି ତାର ଘୋର ବିରୋଧ କରିବା ସହିତ ଏକ ପଦ ଯାତ୍ରାରେ ଚାଲି ଚାଲି ଯାଇ ଥାନା ଅଧିକାରୀ ଶ୍ରୀ ବହ୍ଲବ ସାହୁଙ୍କୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି।ଯଦି ସମ୍ପାଦକଙ୍କୁ ତୁରନ୍ତ ରିହା କରିବା ସହିତ ଆଗାମୀ ଦିନରେ ଏପରି ହୀନ କାମରୁ ସରକାର ନିଵୃତ ନରୁହନ୍ତି ତାହେଲେ ଏହି ପ୍ରତିଵାଦର ସ୍ଵର କେବଳ ଧାମନଗର ନୁହେଁ ସାର ଓଡିଶାର ପ୍ରତ୍ୟେକ ଥାନାରେ ଦେଖିବାକୁ ମିଳିବ। ଆଜିର ଏହି ପ୍ରତିବାଦ ଓ ଦାଵିପତ୍ର ପ୍ରଦାନ ସମୟରେ ବଡ ଖବରର ଜିଲ୍ଲା ପ୍ରତିନିଧି ତଥା ସାମ୍ବାଦିକ ତପନ ପ୍ରଧାନ,ସୁଶାନ୍ତ ରାଉତ,ସେକ ଜାଫରଅଲ୍ଲୀ,ଗୋଲାମ ଜିଲାନି ହବିବ,ଅନନ୍ତ ଜେନା,ସଞ୍ଜୀବ ମହାନ୍ତି, ପ୍ରଶାନ୍ତ କୁମାର ଦ୍ଵିଵେଦୀ,ବିଶ୍ବଜିତ ପଲ୍ଲାଇ,ବାସୁଦେବ ପାତ୍ର,ସତ୍ୟ ପ୍ରଧାନ,ବିବେକାନନ୍ଦ ପଣ୍ଡା,ତାପସ ରଞ୍ଜନ ସାହୁ,ପ୍ରଶାନ୍ତ କୁମାର ସାହୁ,ସନ୍ତୋଷ କୁମାର ମହାପାତ୍ର, ଦିନକୃଷ୍ନ ମହାପାତ୍ର, ଶିଶିର କୁମାର ସ୍ବାଇଁ, ଏମଡି ଜାବିର ବାଵୁ,ରଞ୍ଜନ କୁମାର ମଳିକ ସମେତ ବିଭିନ୍ନ ଵୈଦ୍ୟୁତିକ,ଛାପା ଗଣମାଧ୍ୟମର ସାମ୍ବାଦିକ ମାନେ ଏହି ର୍ଦୁଭାଗ୍ୟଜନକ ଘଟଣାର ପ୍ରତିବାଦ ଓ ବିକ୍ଷୋଭ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।

Leave A Reply

Your email address will not be published.