ବାଲିଆପାଳ – ବାଲିଆପାଳ ଖଗଡାପାଳ ସ୍ଥିତ ଶ୍ରଦ୍ଧା କ୍ଷେତ୍ରରେ ଚଳିତ ବର୍ଷ ପ୍ରତିକୂଳ ପାଗ ଯୋଗୁଁ ଭକ୍ତ ସମାଗମ ହ୍ରାସ ହୋଇଛି। ବର୍ଷା ଯୋଗୁଁ ଶ୍ରୀ ଜୀଉ ମାନଙ୍କର ପହଣ୍ଡି ,ଛେରାପହଁରା ,ରଥ ଟଣା ରେ ବିଳମ୍ବ ହୋଇଛି ।ଦୁଇ ବର୍ଷ କରୋନା ପାଇଁ ରଥ ଯାତ୍ରା ବନ୍ଦ ହୋଇ ଥିବାରୁ ଚଳିତ ବର୍ଷ ଲୋକଙ୍କ ଆଗ୍ରହ ଅଧିକ ଥିଲା।ମାତ୍ର ରଥଯାତ୍ରାକୁ ପାଗ ପୂରା ପାଣିଚା କରିଦେଇଛି।ଭକ୍ତମାନେ ବର୍ଷାରେ ଭିଜି ଭଜି ରଥ ଟାଣି ବାଲିଆପାଳ ବସ ଷ୍ଟାଣ୍ଡ ସ୍ଥିତ ମାଉସୀମା ମନ୍ଦିରରେ ପହଞ୍ଚାଇଥିଲେ।
ଶିନିବାର ବ୍ରାହ୍ମ ମୁହୂର୍ତ୍ତ ଠାରୁ ମନ୍ଦିରର ପୂଜା ପଣ୍ଡା ମାନେ ଶ୍ରୀ ଜୀଉ ମାନଙ୍କର ସମସ୍ତ ନୀତି କାନ୍ତି ସମାପନ କରିଥିଲେ।ପରେ ଅପରାହ୍ନ ୪ଟାରେ ପ୍ରଥମେ ଚକ୍ରରାଜ ସୁଦର୍ଶନ,ବଡ଼ଭାଇ ବଳଭଦ୍ର,ଭଉଣୀ ସୁଭଦ୍ରା ଓ ଶେଷରେ ବଡ ଠାକୁର ଜଗନ୍ନାଥ ଙ୍କୁ ଗୋଟି ପହଣ୍ଡିରେ ରଥାରୂଢ କରାଯାଇଥିଲା।ମନ୍ଦିର ପ୍ରତିଷ୍ଠାତା ପୂର୍ବତନ ବିଧାୟକ ଠାକୁର ରାଜା ଜୟନାରାୟଣ ମହାନ୍ତି ତିନି ରଥରେ ଛେରା ପହଁରା କରିବା ପରେ ରଥ ଟଣା ହୋଇଥିଲା।
କାର୍ଯ୍ୟକ୍ରମରେ ମନ୍ଦିର ପରିଚାଳନା କମିଟି ସମ୍ପାଦକ ବ୍ରଜମୋହନ ଭୂୟାଁ,
ଅବସରପ୍ରାପ୍ତ ପ୍ରାଧ୍ୟାପକ ହୃଦୟ ରଞ୍ଜନ ତ୍ରିପାଠୀ,ମନ୍ଦିର ପରିଚାଳନା କମିଟି ସଦସ୍ୟ ମଧୁ ସୁଦନ ସାହୁ,ସୁଶାନ୍ତ ଚକ୍ରବର୍ତ୍ତୀ, ପୂର୍ବତନ ସରପଞ୍ଚ ମଧୁସୂଦନ ବାରିକ,ପୂର୍ବତନ ସରପଞ୍ଚ ମୁରଲୀ ମୋହନ ସାହୁ,ପ୍ରିୟନାଥ ସେଠୀ,କାଳିଚରଣ ଦେ,ସୁଶାନ୍ତ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ,ବାଲିଆପାଳ ବିଡ଼ିଓ ଦୀପକ କୁମାର ଦାଶ ମାଜିଷ୍ଟ୍ରେଟ ଦାୟିତ୍ୱ ରେ ରହିଥିବା ବେଳେ ବସ୍ତା ଏସଡିପିଓ ଜଳନ୍ଦର ଜାଲି, ଆଇ ଆଇସି ପର୍ଶୁରାମ ସାହୁ,ଏସ ଆଇ ସସ୍ମିତା ମଲ୍ଲିକ,ଏସ ଆଇ ଶାରଦା ପ୍ରସନ୍ନ ମୁଦୁଲିଙ୍କ ସହିତ ଅନ୍ୟାନ୍ୟପୁଲିସ ଫୋର୍ସ ଉପସ୍ଥିତ ରହି ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ।