ଜିଲ୍ଲାପାଳ ଓ ଏସ୍ ପି ଙ୍କ କୃତଜ୍ଞତା ଜ୍ଞାପନ

ପୁରୀ – ରଥଯାତ୍ରା ଅତ୍ୟନ୍ତ ଶୃଙ୍ଖଳିତ ଭାବେ ସମ୍ପର୍ଣ୍ଣ ହୋଇଥିବାରୁ ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା ଓ ଏସ୍ ପି ଡଃ କନୱର ବିଶାଲ ସିଂ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି।ଦୁଇ ବର୍ଷ ଧରି କରୋନା ପାଇଁ ବିନା ଭକ୍ତ ରେ ରଥଯାତ୍ରା ହେଉଥିବା ବେଳେ ଚଳିତ ବର୍ଷ ଭକ୍ତ ଯୁକ୍ତ ରଥଯାତ୍ରା ହେବା ଓ ବିପୁଳ ସଂଖ୍ୟକ ଭକ୍ତ ସାମିଲ ହେବାର ଆକଳନ କରାଯାଇଥିଲା।ଏହାକୁ ପରିଚାଳନା କରିବା ପ୍ରଶାସନ ପାଇଁ ଆହ୍ବାନ ଥିଲା। ତେବେ ସରକାର, ଜିଲ୍ଲା ପ୍ରଶାସନ, ପୋଲିସ ପ୍ରଶାସନ, ଶ୍ରୀମନ୍ଦିର ପ୍ରଶାସନ,ମନ୍ଦିର କମିଟି ଉପଦେଷ୍ଟା, ସେବାୟତବୃନ୍ଦ,ଛତିଶା ନିଯୋଗ ର ସଦସ୍ୟ,ଗଣମାଧ୍ୟମ ପ୍ରତିନିଧି,କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ର ଅଧିକାରୀ ଓ କର୍ମଚାରୀ, ଲାଇନ ଡିପାର୍ଟମେଣ୍ଟର ଅଧିକାରୀ ଓ କର୍ମଚାରୀ, ସ୍ୱଛାସେବୀ ଓ ଜନସାଧାରଣ ଙ୍କ ସହଯୋଗ ରେ ଏହା ସଫଳ ହୋଇ ପାରିଛି। ଏଥିପାଇଁ ଉଭୟ ଜିଲ୍ଲାପାଳ ଓ ଏସ୍ ପି ସମସ୍ତ ଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇବା ସହ ଆଗାମୀ ଦିନ ମାନଙ୍କରେ ଏହି ଭଳି ସହଯୋଗ ପାଇଁ ଅନୁରୋଧ କରିଛନ୍ତି।

Leave A Reply

Your email address will not be published.