ପୁରୀ – ରଥଯାତ୍ରା ଠାରୁ ନିଳାଦ୍ରି ବିଜେ ପର୍ଯ୍ୟନ୍ତ ଶୃଙ୍ଖଳିତ କାର୍ଯ୍ୟ ପରିଚାଳନା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଅଧିକାରୀ ଓ କର୍ମଚାରୀ ମାନଙ୍କୁ ଦାୟିତ୍ୱ ଦିଆଯାଇଥିଲା। ଗତକାଲି ନିଳାଦ୍ରି ବିଜେ ପରେ ଅନ୍ୟ ଜିଲ୍ଲାରୁ ଓ ପୁରୀ ଜିଲ୍ଲା ର ବିଭିନ୍ନ ସ୍ଥାନରୁ ଆସିଥିବା ଅଧିକାରୀ ମାନଙ୍କୁ ସେମାନଙ୍କ ମୂଳ ଦାୟିତ୍ୱସ୍ଥଳକୁ ଫେରେଇ ଦିଆଯାଇଛି। ଏହି ଉପଲକ୍ଷେ ଏକ ବିଦାୟ କାଳୀନ ସମ୍ବର୍ଦ୍ଧନା ସଦଭାବନା ସଭାଗୃହ ଠାରେ ବୁଧବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶ୍ରୀ ପ୍ରଦୀପ କୁମାର ସାହୁ ଅଧ୍ୟକ୍ଷତା କରିବା ସହ ମହାପ୍ରଭୁଙ୍କ ସେବା କରିବା ସମସ୍ତ ଙ୍କ ଭାଗ୍ୟ ରେ ଯୁଟେ ନାହିଁ । ତେଣୁ ଯେଉଁ ମାନେ ଏହି ରଥଯାତ୍ରା ଦାୟିତ୍ୱରେ ଆସିଥିଲେ ସେମାନେ ନିଶ୍ଚିତ ନିଜକୁ ସୌଭାଗ୍ୟବାନ ବୋଲି ମନେ କରିବା ଉଚିତ ବୋଲି କହିଥିଲେ। ବି ଏମ ସି ର ଅତିରିକ୍ତ କମିଶନର ଶ୍ରୀ ବିନୟ କୁମାର ଦାଶ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଦିଲ୍ଲୀପ କୁମାର ମହାପାତ୍ର, ଶ୍ରୀ କୈଳାସ ଚନ୍ଦ୍ର ନାୟକ, ପୌର ନିର୍ବାହୀ ଅଧିକାରୀ ଶ୍ରୀ ସରୋଜ କୁମାର ସ୍ୱାଇଁ, ସି ଡି ଏମ ଓ ଡା ସୁଜାତା ମିଶ୍ର, ଡେପୁଟି କଲେକ୍ଟର ଶ୍ରୀ ସୁମନ୍ତ କର ପ୍ରମୁଖ ଯୋଗ ଦେଇ ରଥଯାତ୍ରା ଠାରୁ ନିଳାଦ୍ରି ବିଜେ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ଶାନ୍ତି ଶୃଙ୍ଖଳା ର ସହ ସମାପନ ପାଇଁ ସମସ୍ତ ଙ୍କୁ ଶୁଭେଚ୍ଛା ଓ ଧନ୍ୟବାଦ ଅର୍ପଣ କରିଥିଲେ। ପରେ ସମସ୍ତଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।