ନାବାଳିକା ଝିଅକୁ ୪୮ ବର୍ଷର ବ୍ୟକ୍ତି ବିବାହ କରିବାକୁ ନାବାଳିକାଙ୍କ ଘରେ ପହଞ୍ଚିଲା 

କଣ୍ଟାବାଞ୍ଜି – ବଲାଙ୍ଗିର ଜିଲ୍ଲା ବେଲପଡ଼ା ଥାନା ଅଞ୍ଚଳରେ ପୁଣି ଗୋଟିଏ ନୂଆ ଶିରୋନାମା ସୃଷ୍ଟି ହୋଇଛି ଦାଦନ ଶ୍ରମିକ ପରିବାରରେ, ସୂଚନା ଯୋଗ୍ୟ ଯେ ବେଲପଡ଼ା ଥାନା ଅନ୍ତର୍ଗତ ମଣ୍ଡଳ ଗାଁର ଗୋଟିଏ ଗରିବ ପରିବାର ପେଟପାଟଣା ପାଇଁ ଦାଦନ ଖଟିବାକୁ ଯାଇଥିଲେ ଆନ୍ଧ୍ରପ୍ରଦେଶର ତ୍ରିପତି ଜିଲ୍ଲାର ଶ୍ରୀକାଲକୁ, ଗତବର୍ଷ ନାବାଳିକା ୧୦ମ ପରୀକ୍ଷା ଦେଇ କି ମାଁ ବାପା ସହିତ ଦାଦନ ଖଟିବାକୁ ଯାଇଥିଲେ, କିନ୍ତୁ ଯାହା ପାଖକୁ ଯାଇ ଦାଦନ ଖଟିବାକୁ ଯାଇଥିଲେ ସେ ୪୮ ବର୍ଷର ବ୍ୟକ୍ତି ୧୭ ବର୍ଷର ନାବାଳିକାକୁ ଖରାପ ନଜର ରଖି ସ୍ତ୍ରୀ କରିବାର ପ୍ରଲୋଭନ ଦେଖାଇ ନାବାଳିକାଙ୍କ ମାତାପିତାଙ୍କୁ ପଇସା ପତ୍ରର ଲାଳସା ଦେଖାଇ ଝିଅକୁ ସେଠାରେ ହିଁ ରଖିବା ପାଇଁ ଚେଷ୍ଟା କରୁଥିଲା, କିନ୍ତୁ ଗାଁର ଜଣେ ଭଦ୍ରବ୍ୟକ୍ତିଙ୍କ ହସ୍ତକ୍ଷେପ ପରେ ଆନ୍ଧ୍ରପ୍ରଦେଶରୁ ଛାଡି ଦେଇଥିଲା ଓଡ଼ିଶା ଆସିବା ପାଇଁ, ହେଲେ ପୁଣିଥରେ ଆନ୍ଧ୍ରପ୍ରଦେଶର ଇଟା ଭାଟି ମାଲିକ ଭରକନୀ କୁମାର (୫୦) ପିତା ସମୁଅମ କୁମାର ମଣ୍ଡଳ ଗାଁକୁ ପହଞ୍ଚି ନାବାଳିକାକୁ ସାଙ୍ଗରେ ନେଇଯିବା ପାଇଁ ପ୍ରସ୍ତୁତି କରୁଥିବା ବେଳେ କୌଣସି ସୂତ୍ରରୁ ପୋଲିସ ଖବର ପାଇ ମଣ୍ଡଳ ଗାଁ ନାବାଳିକାଙ୍କ ଘରୁ ଝିଅ ଓ ତା ମାତାପିତାଙ୍କ ସହ ସେହି ଅଣ ଓଡ଼ିଆ ବ୍ୟକ୍ତି ଓ ତା ସହ ଆସିଥିବା ଆଉ ଜଣେ ବ୍ୟକ୍ତିକୁ ଉଠାଇ ଆଣି ପଚରାଉଚରା ଚଳାଇଛି, ବର୍ତ୍ତମାନ ଅଣ ଓଡ଼ିଆ ବ୍ୟକ୍ତି ପୁରୀ ରଥଯାତ୍ରା ଦେଖିବାକୁ ଆସିଥିବା କହୁଅଛି, କିନ୍ତୁ ଏମାନଙ୍କ ଡିଏନଏ ଟେଷ୍ଟ କରିବା ପରେ ପ୍ରକୃତ ସତ୍ୟତା ସର୍ବଜନମୁଖୀ ହୋଇପାରିବ ବୋଲି କୁହାଯାଏ, ଅନ୍ୟ ପକ୍ଷରେ ବଲାଙ୍ଗୀର ଯାଦବ ମହାସଭା ସଚିବ ପରମାନନ୍ଦ ହାତି ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ ଜଣେ ଅଣ ଓଡ଼ିଆ ବାବା ସମାନ ବ୍ୟକ୍ତି ସହ ଜଣେ ନାବାଳିକାକୁ ଜୋର ଜବରଦସ୍ତ ବିବାହ କରାଉ ଥିବା ମାତାପିତାଙ୍କୁ ଜାତିରୁ ବାସନ୍ଦ କରାଯିବ ସହ ସେହି ବ୍ୟକ୍ତି ଜଣକ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସରକାରଙ୍କ ଠାରେ ଆମର ଗୁହାରି ବୋଲି ପ୍ରତିକ୍ରିୟା ରଖିଛନ୍ତି, ଏପରି ଭାବରେ ଦାଦନ ଶ୍ରମିକ ପରିବାର ବର୍ଗଙ୍କୁ ଇଟା ତିଆରି କାରଖାନାର ମାଲିକ ମାନେ ଶୋଷଣ କରୁଛନ୍ତି, ଲୋକ ଲଜ୍ଜା ପାଇଁ ଗରିବ ପରିବାରର ଲୋକେ ମୁହଁ ଖୁଲୁ ନଥିବା ବେଳେ, ସ୍ଥାନୀୟ ପୋଲିସ ପ୍ରଶାସନ ପକ୍ଷରୁ ଏଦିଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଢ଼ିଲା ରହିଥିବା ହେତୁ ଦିନକୁ ଦିନ ଏଭଳି ଘଟଣା ବଢି ବଢି ଚାଲିଛି ବୋଲି ବୁଦ୍ଧିଜୀବି ମହଲରେ ଆଲୋଚନା ହେଉଛି

Leave A Reply

Your email address will not be published.