ସହର ଅଞ୍ଚଳର ୫ନମ୍ବର ୱାର୍ଡରେ ରାସ୍ତା ଅତ୍ୟନ୍ତ ଶୋଚନୀୟ, ୨୦ ପରିବାର ହନ୍ତସନ୍ତ

ଧାମନଗର – କଥାରେ ଅଛି ଦୀପ ତଳ ଅନ୍ଧାର କାରଣ ସହରରେ ଏହି ରାସ୍ତାକୁ ଦେଖିଲେ ଏକଥା ମନେପଡେ। ଧାମନଗର ସହର ଅଞ୍ଚଳରେ ଥିବା ୫ନମ୍ବର ୱାର୍ଡ ଶ୍ୟାମପୁର ଗ୍ରାମର ପରିବା ହାଟକୁ ଲାଗି ସେକ ଅବଦୁଲ ସତାର ଘରଠାରୁ ଅବଦୁଲ ରଜାକ ଘର ପର୍ଯ୍ୟନ୍ତ କଞ୍ଚା ରାସ୍ତାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇ ପଡ଼ି ରହିଛି। ବର୍ଷା ସମୟରେ ଯାତାୟାତ କରିବା ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ୨୦ପରିବାର ଯାହାକୁ ନେଇ ଗ୍ରାମବାସୀ ମାନେ ଘୋର ଅସନ୍ତୋଷ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ବାରମ୍ବାର ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ସୁଫଳ ମିଳିଲା ନାହିଁ। ସେହିପରି ଉକ୍ତ ୱାର୍ଡ ଅଧୀନସ୍ଥ ଶିକ୍ଷକ କଲୋନୀ ଅବସ୍ଥା ପାଣି ନିଷ୍କାସନ ନହେବାରୁ ବର୍ଷା ହେବାର କିଛି ସମୟ ପରେ ରାସ୍ତା ଉପରେ ପାଣିର ଲହରୀ ଦେଖିବାକୁ ମିଳୁଥିବା ବେଳେ ଶିକ୍ଷକ ଓ ଶିକ୍ଷୟିତ୍ରୀ ପାଣିରେ ପସି ଯିବା ଆସିବା ବେଳକୁ ରୋଗରେ ଆକ୍ରାନ୍ତ ହେଉଛନ୍ତି। ଭଦ୍ରକ ଜିଲ୍ଲାପାଳ, ଏନ ଏ ସି ଅଧ୍ୟକ୍ଷା ଏବଂ ନିର୍ବାହୀ ଅଧିକାରୀ ଏହି ସମସ୍ୟା ଉପରେ ଶୁଭ ଦୃଷ୍ଟି ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

Leave A Reply

Your email address will not be published.