ସୂଚନା ଯୋଗ୍ୟ ଯେ, ଘଟଣା ଦିନ ସକାଳେ ସ୍ୱାଗତିକା ବେହେରା, ଗ୍ରାମ କନ୍ତିଆ କମ୍ପ୍ୟୁଟର କ୍ଳାସ କରିବା ନିମନ୍ତେ ବ୍ଲକଛକ ନିକଟକୁ ଯାଉଥିଲେ । ଏହି ସମୟରେ ନିମ୍ନୋକ୍ତ ୨ଜଣ ଅଭିଯୁକ୍ତ ଏକ ବାଇକରେ ତାଙ୍କ ପିଛା କରି ସେ ଦମଣେଇ ମନ୍ଦିର ନିକଟରେ ହୋଇଥିବା ବେଳେ ତାଙ୍କ ଭ୍ୟାନିଟି ବ୍ୟାଗଟିକୁ ବଳ ପୂର୍ବକ ଛଡାଇ ନେଇଯାଇଥିଲେ । ଏହି ଘଟଣାର ଲିଖିତ ଅଭିଯୋଗ ପରେ ଜଟଣୀ ଥାନା ପୁଲିସ ଆଖ ପାଖରେ ଲାଗିଥିବା ସିସିଟିଭି ଫୁଟେଜକୁ ଯାଞ୍ଚ କରି ନିମ୍ନୋକ୍ତ ଉଭୟ ଅଭିଯୁକ୍ତଙ୍କୁ ଚିହ୍ନଟ କରିଥିଲେ । ଆଜି ଏକ ବିଶେଷ ସୂତ୍ରକୁ ଆଧାର କରି ଜଟଣୀ ଥାନା ପୁଲିସ ଟିମ୍ ମାଲଗୋଦାମ ଛକ ନିକଟରେ ଚଢଉ କରିବା ସହିତ ଉଭୟ ଅଭିଯୁକ୍ତଙ୍କୁ କାବୁ କରିଥିଲେ । ପଚରା ଉଚରା ସମୟରେ ଉଭୟ ଅଭିଯୁକ୍ତ ନିଜ ଦୋଷ ସ୍ଵୀକାର କରିଥିଲେ । ଛାନ ବିନ ସମୟରେ ପୁଲିସ ସେମାନଙ୍କ ନିକଟରୁ ମୋଟ ୫ଟି ଚୋରା ମୋବାଇଲ ଫୋନ ଏବଂ ଛିନତାଇରେ ବ୍ୟବହୃତ ଗୋଟିଏ ବାଜାଜ-୧୮୦ ପଲସର ମୋଟରସାଇକେଲ ଜବତ କରିଥିଲେ । ଦୁଇ ଅଭିଯୁକ୍ତ ରାକେଶ କୁମାର ପରିଡ଼ା, କୁସୁମାଟି ଓ କାହ୍ନୁ ଚରଣ ନାୟକ, ଗୋରା ଧର୍ମସାଗର ଏମାନଙ୍କ ମଧ୍ୟରୁ ଅଭିଯୁକ୍ତ କାହ୍ନୁ ଚରଣ ନାୟକଙ୍କ ନାମରେ ପୂର୍ବରୁ ମଧ୍ୟ ୨୦୨୧ ମସିହାରେ ଜଟଣୀ ଥାନାରେ ୨ଗୋଟି ମାମଲା ରହିଛି ।
ତଦନ୍ତ ପରେ ଆଜି ଉଭୟ ଅଭିଯୁକ୍ତଙ୍କୁ ଜଟଣୀ PS କେସ no -248,U/S -392 IPC ଧାରାରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଛି।