ଶିକ୍ଷକ ବଦଳି ପ୍ରତିବାଦରେ କଇରାଝୁଲି ବିଦ୍ୟାଳୟକୁ ପରିଚାଳନା କମିଟି ତରଫରୁ ତାଲା ବନ୍ଦ ନିଷ୍ପତ୍ତି

ସୁବର୍ଣ୍ଣପୁର- ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଜାଲୋଏ ଗ୍ରାମପଞ୍ଚାୟତ ଅନ୍ତର୍ଗତ କାଇରାଝୁଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଜଣେ ଦକ୍ଷ ଓ କର୍ତ୍ତବ୍ୟନିଷ୍ଠ ଶିକ୍ଷକ ଶ୍ରୀଯୁକ୍ତ ହୃଷିକେଶ ଚାନ୍ଦ ମହୋଦୟଙ୍କୁ ଆକସ୍ମିକ ଭାବରେ ଅନ୍ୟ ବିଦ୍ୟାଳୟକୁ ଅପସାରଣ କରାଯାଇଅଛି ା ଯାହାଫଳରେ ବିଦ୍ୟାଳୟ ପରିଚାଳନା କମିଟି, ଅଭିଭାବକ ଅଭିଭାବିକା, କୋମଳମତି ଛାତ୍ରଛାତ୍ରୀ ତଥା ଅଞ୍ଚଳବାସୀ ଘୋର ଅସନ୍ତୋଷ ପ୍ରକାଶ କରିବା ସହିତ ବିଦ୍ୟାଳୟରେ ତାଲା ପକେଇବାକୁ ନିଷ୍ପତ୍ତି ନେଇଛନ୍ତି ା ପ୍ରାପ୍ତ ସୂଚନା ଅନୁସାରେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସୁନ୍ଦର ମନୋହର ପରିବେଶ, ଆକର୍ଷଣୀୟ ଶିକ୍ଷାଦାନ ବ୍ୟବସ୍ଥା, ସମସ୍ତ ଦକ୍ଷ ଶିକ୍ଷକ, ବିଦ୍ୟାଳୟ ପରିଚାଳନା କମିଟି, ପାଚକ ପାଚିକା ତଥା ଅଞ୍ଚଳବାସୀ ମାନଙ୍କ ମିଳିତ ଉଦ୍ୟମରେ ବିଦ୍ୟାଳୟଟି ମାନ୍ୟବର ଓଡିଶା ସରକାରଙ୍କ ତରଫରୁ ଅନେକ ଥର ପୁରସ୍କୃତ ହେବା ସହିତ ସୁବର୍ଣ୍ଣପୁର ଜିଲ୍ଲା ପାଇଁ ଅନେକ ଉଦାହରଣ ସୃଷ୍ଟି କରୁଛି ା ଏପରିକି ବିଦ୍ୟାଳୟର ସମୃଦ୍ଧି ଓ ବିକାଶ ଦ୍ୱାରା ଆକର୍ଷିତ ହୋଇ ଅନେକ ବେସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀ ମଧ୍ୟ ଏହି ବିଦ୍ୟାଳୟରେ ନାମ ଲେଖାଇବା ପାଇଁ ବିଭିନ୍ନ ସମୟରେ କସରତ କରୁଛନ୍ତି । ନିକଟ ଭବିଷ୍ୟତରେ ଏହି ବିଦ୍ୟାଳୟଟିକୁ ଗୋଟିଏ ଉଚ୍ଚ ବିଦ୍ୟାଳୟରେ ପରିବର୍ତ୍ତନ କରିବା ପାଇଁ ସମସ୍ତଙ୍କ ଆପ୍ରାଣ ଉଦ୍ୟମ ଜାରିରହିଛି ା କିନ୍ତୁ ବଡ଼ ଦୁଃଖର ବିଷୟ ବିଦ୍ୟାଳୟଟି ଧୀରେ ଧୀରେ ଆଗକୁ ବଢିଚାଲିଥିବା ସମୟରେ ଆକସ୍ମିକ ଭାବରେ ବିଦ୍ୟାଳୟର ଜଣେ ଦକ୍ଷ ଓ କର୍ତ୍ତବ୍ୟନିଷ୍ଠ ଶିକ୍ଷକଙ୍କୁ ଅନ୍ୟ ବିଦ୍ୟାଳୟକୁ ଅପସାରଣ କରାଯାଇଥିବାରୁ ସମସ୍ତେ ଚିନ୍ତିତ ଓ ବ୍ୟଥିତ ରହିବା ସଙ୍ଗେ ସଙ୍ଗେ କୋମଳମତି ଛାତ୍ରଛାତ୍ରୀଙ୍କ ପାଠ ପଢ଼ାରେ ମଧ୍ୟ ଅନେକ ବ୍ୟାଘାତ ସୃଷ୍ଟି ହେଉଅଛି । ଯାହାଫଳରେ ଅସନ୍ତୁଷ୍ଟ ବିଦ୍ୟାଳୟ ପରିଚାଳନା କମିଟି ମାନ୍ୟବର ଜିଲ୍ଲାପାଳ ମହୋଦୟା ସୁବର୍ଣ୍ଣପୁର, ଜିଲ୍ଲା ଶିକ୍ଷା ଅଧିକାରୀ ମହୋଦୟ ସୁବର୍ଣ୍ଣପୁର ଓ ଗୋଷ୍ଠୀ ଶିକ୍ଷା ଅଧିକାରୀ ମହୋଦୟ ଉଲ୍ଲୂଣ୍ଡାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ସୁଦ୍ଧା କୌଣସି ପଦକ୍ଷେପ ଗ୍ରହଣ କରାଗଲା ନାହିଁ ା ତେଣୁ ଅସନ୍ତୁଷ୍ଟ ବିଦ୍ୟାଳୟ ପରିଚାଳନା କମିଟି, ଅସନ୍ତୁଷ୍ଟ ଅଭିଭାବକ ଅଭିଭାବିକା ଏବଂ ଅସନ୍ତୁଷ୍ଟ ଅଞ୍ଚଳବାସୀ ବିଦ୍ୟାଳୟରେ ତାଲା ପକେଇବାକୁ ନିଷ୍ପତ୍ତି ନେଇଛନ୍ତି ।

Leave A Reply

Your email address will not be published.