କାକଟପୁର- ପୁରୀ ଜିଲ୍ଲା ଅବକାରୀ ଅଧିକ୍ଷକ ଶ୍ରୀଯୁକ୍ତ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦ୍ଦେଶ କ୍ରମେ ନିମାପଡା ଅବକାରୀ ଥାନା ଅଧିକାରିଣୀ ଶ୍ରୀମତୀ ମମତା କୁମାରୀ ଦାସଙ୍କ ନେତୃତ୍ୱରେ ଏକ ଟିମ କାକଟପୁର ଥାନା ଅଧିନ ସାଇ ମେଡିକାଲ ନିକଟରେ ଚଢ଼ାଉକରି ପ୍ରଫୁଲ୍ଲ କୁମାର ମିଶ୍ର ଓରଫ ବୁଟୁ ମିଶ୍ର ବୟସ ୪୯ ବର୍ଷଙ୍କୁ ଗିରଫ କରି ତାଙ୍କ ଠାରୁ ୧୧୦ ଗ୍ରାମ ବ୍ରାଉନ ସୁଗାର ଜବତ କରିବା ସହ ନିମାପଡା ଅବକାରୀ ଥାନା କେସ ନଂ ୨୯/୨୨ରେ ମାମଲା ରୁଜୁ କରି ଅଭିଯୁକ୍ତ ବୁଟୁମିଶ୍ରକୁ କୋର୍ଟ ଚାଲାଣ କରି ଜାମିନ ନାମଞ୍ଜୁର ହେବାରୁ ୧୪ଦିନ ପାଇଁ ନିମାପଡା ଉପ କାରଗାରକୁ ପଠାଯାଇଛି। ଜବତ ବ୍ରାଉନ ସୁଗାରର ମୂଲ୍ୟ ପ୍ରାୟ ୧୧ ଲକ୍ଷ୍ୟ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଶ୍ରୀମତୀ ମମତା କୁମାରୀ ଦାସ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଏହି ଚଢ଼ାଉରେ ଅବକାରୀ ଏସ୍ଆଇ ପୂର୍ଣ୍ଣ ଚନ୍ଦ୍ର ନାଏକ , ଷ୍ଟାଫ୍ ପ୍ରଦୀପ୍ତ କୁମାର ପଣ୍ଡା, ଶେଖ ୱାରିସ, ପ୍ରବୀନ ବିରାଜ କିରୋ ପ୍ରମୁଖ ସାମିଲ ଥିଲେ।ଦୀର୍ଘ ଦିନ କାକଟପୁର ଅଞ୍ଚଳରେ ବାଉନସୁଗାର ବେପାର ଅଭିଯୋଗ ହୋଇଆସୁଥିଲା ଏ ସମ୍ପର୍କରେ ନିମାପଡା ଅବକାରୀ ଥାନା ଅଧିକାରିଣୀ ଶ୍ରୀମତୀ ମମତା କୁମାରୀ ଦାସ ଘଟଣାକୁ ଗୁରୁତର ସହ ନେଇ ବିଭିନ୍ନ ସମୟରେ ଚଢ଼ାଉ ଜାରି ରଖିଥିଲେ।ଆଜି ଶ୍ରୀମତୀ ଦାସ ବାଉନସୁଗାର ବେପାରୀ କୁ ଠାବ କରିବାରେ ସକ୍ଷମ ହୋଇଥିଲେ।