ନବିମୁଂବଇ ରେ ରଥଯାତ୍ରା

ଚଳିତ ବର୍ଷ(2022) ରଥଯାତ୍ରା ଅବସର ରେ ସେକଟର-5, ଖାରଘର, ନବିମୁମ୍ବାଇ ସ୍ଥିତ MOWA ଦ୍ବାରା ପରିଚାଳିତ ଶ୍ରୀଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଦଶଦିନ ବ୍ୟାପି ଅନେକ ସାଂସ୍କୃିତକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି।

        ରତ୍ନବେଦୀରୁ ପରଂବ୍ରହ୍ମ ଭାଇଭଉଣୀ ଓ ଚକ୍ରରାଜ ସୁଦର୍ଶନଙ୍କ ସହ ବିଜେ କରିଥିଲେ  ଗୁଣ୍ତିଚା ମନ୍ଦିର। ହେରା ପଞ୍ଚମୀ ଦାନ ଅଭିମାନୀନ ମା’ ମହାଲକ୍ଷ୍ମୀ ଫେରା କରି ଭାଙ୍ଗିଥିଲେ ମହାପ୍ରଭୁଙ୍କ  ନନ୍ଦିଘୋଷ ରଥ । ନବଦିନ ଯାତ୍ରା ସାରି ବାହୁଡାରେ ମହାପ୍ରଭୁ ଫେରିଥିଲେ ମନ୍ଦିର ଅଭିମୁଖେ, ଏକାଦଶୀ ତିଥିରେ ରଥରେ ହୋଇଥିଲା ସୁନା ବେଶ। ତାପର ଦିନ ଅଧର ପଣା ନିତି ଏବଂ ପରଦିନ ନୀଳାଦ୍ରି ବିଜେରେ ମହାପ୍ରଭୁ ମାନମୟୀ ମହାଲକ୍ଷ୍ମୀଙ୍କର ମାନ ଭଂଜନ କରିଥିଲେ ରସଗୋଲା ଦେଇ।

ଓଡିଶାରୁ ଦୂର ରେ ରହି ମଧ୍ୟ ଓଡିଶା ର ଶ୍ରୀଜଗନ୍ନାଥ  ସଂସ୍କୃତିକୁ ବେଶ ଉତ୍ସାହର ସହକାରେ ପାଳନ କରିଥିଲେ ପ୍ରବାସୀ ଓଡିଆ  ମାନେ, ଯୋଗ ଦେଇଥିଲେ ଅନେକ  ଅଣଓଡିଆ ଜଗନ୍ନାଥ ପ୍ରେମୀ ମାନେ ମଧ୍ୟ ।

ମହାରାଷ୍ଟ୍ର ଓଡିଆ କଲ୍ୟାଣ ସଂଙ୍ଘ(MOWA) ଦ୍ବାରା ପରିଚାଳିତ ଶ୍ରୀଜଗନ୍ନାଥ ମନ୍ଦିର ରେ ଅନୁଷ୍ଠିତ ଏହି ନବ ଦିନାତ୍ମକ ଯାତ୍ରା ରେ ସହସ୍ର ଭକ୍ତ ଗଣ ଯୋଗ ଦେଇ ବହୁ ଆନନ୍ଦ ଉଲ୍ଲାସରେ ପରଂବ୍ରହ୍ମଙ୍କ ମାନବୀୟ ଲୀଳା କୁ ଦର୍ଶନକରି ଅତ୍ମ ସନ୍ତୋଷ ଲାଭ କରିଛନ୍ତି।

ଦଶଦିନ ଧରି ଖାରଘର ର ଶ୍ରୀଜଗନ୍ନାଥ ମନ୍ଦିର ପ୍ରାଂଗଣ ବେଶ ଚଳ ଚଞ୍ଚଳ ହୋଇ ଉଠିଥିଲା ,ଓଡିଶାର ମହକ ରେ ମହକି ଉଠିଥିଲା ଏହି ଅଞ୍ଚଳ,ବାରି ହୋଇପଡୁଥିଲା ଓଡିଶା ଉତ୍କର୍ଷ ସାସ୍କୃତି।

ପ୍ରତ୍ୟେକ ଦିନର ସଂନ୍ଧ୍ୟାରେ ଝଲସୀ ଉଠିଥିଲା ମନ୍ଦିର ପ୍ରାଙ୍ଗଣ ନୃତ୍ୟ,ଗୀତ,ଭଜନ ,ନାଟକ ଆଦି ପରିବେଷଣରେ। 

ସୁଦୂର ଓଡିଶାରୁ  ଆସିଥିବା ଅନେକ କଳାକାର ଓ ମୁମ୍ବାଇ ରେ ରହୁଥିବା ପ୍ରବାସୀ ଓଡିଆ ତଥା ଅଣ ଓଡିଆମାନେ ପରିବେଷଣ  କରିଥିଲେ ଓଡିଶାର କଳା,ସାସ୍କୃତି,ପରମ୍ପରା ,ବ୍ୟଞ୍ଜନ ଇତ୍ଯାଦି।

ରିୟା ମହାନ୍ତିଙ୍କ ମଙ୍ଗଳା ଚରଣ,

ସୁନାମ ଧନ୍ୟ ଭଜନ ଗାୟକ ଶ୍ରୀଯୁକ୍ତ ସୌରଭ ନାୟକ ଙ୍କ ଭଜନ ,ଆନଂଦପୁର ଜିତୁ ଦାସ ଙ୍କ  କାଳିଜାଇ ନୃତ୍ୟନାଟକ, ଜତିନ ଓ ମନସ୍ବୀନି ଙ୍କ ଗୋଷ୍ଠୀ ଦ୍ବାରା ପାରମ୍ପାରିକ ଭଜନ,କୁନି କୁନି କଳାକାର ମାନଙ୍କ ଓଡିଶୀ,କଥକ ଓ  ଭାରତନାଟ୍ୟମ ; କମଳା ଶତପଥୀ ଙ୍କ ଗୋଷ୍ଠୀ ର କାଞ୍ଚୀଅଭିଜାନ ଗୀତିନାଟ୍ୟ ତଥା ମୋୱାର କର୍ମୀ/କଳାକାରଙ୍କ ପରିବେଷ୍ଟିତ ଲକ୍ଷ୍ମୀ ପୁରାଣ ଗୀତିନାଟ୍ୟ ବେଶ ଚିତାକର୍ଷକ ହୋଇଥିଲା। 

ଏହି ଅବସର ରେ ଲାଇଅନ୍ କ୍ଲବ ଓ ରିଲିୟାନ୍ସ ହସପିଟାଲ ଓ ନଭିମୁମ୍ବାଇ ମ୍ୟୁନିସ୍ପାଲ୍ଟି ର ସହାୟତାରେ ନିଶୁଳ୍କ ମେଡିକାଲ କ୍ଯାମ୍ପ ଓ ରକ୍ତଦାନ ଶିବୀର ମଧ୍ୟ ଆୟୋଜିତ ହୋଇଯାଇଛି।

ପ୍ରତ୍ୟେକ ଦିନର ସାଂସ୍କୃତିକ କାର୍ଯ୍ୟକ୍ରମ ପରେ  ପାଖା  ପାଖି ୩୦୦୦ ରୁ ଉର୍ଦ୍ଧ୍ବ ଭକତ ମାନେ ଓଡିଶା ପାରମ୍ପାରିକ ବ୍ୟଞନର ମଧ୍ୟ ମଜା ନେଇଥିଲେ।

ଏହି କାର୍ଯ୍ୟକ୍ରମରେ MOWA କୁ ସହାୟତାର ହାତ ବଢାଇଥିଲେ ଅନେକ ସଂସ୍ଥା ,ତନ ମଧ୍ୟରୁ LIC ଓ SBI Life ଅନ୍ୟତମ ।।

ଏହି ଅବସରରେ “ମହାରାଷ୍ଟ୍ର ଓଡିଆ କଲିଆଣ ସଂଘ”(MOWA) ର ସଭାପତି/ଟ୍ରଷ୍ଟି  ଡଃ ଭଗବାନ ପଣ୍ତସ MOWAର ସମସ୍ତ ଟ୍ରଷ୍ଟି, ମାନେଜିଙ୍ଗ୍ କମିଟି ତଥା ସମସ୍ତ ସଦସ୍ୟ , ଭକ୍ତ ଏବଂ କର୍ମକର୍ତ୍ତାମାନଙ୍କୁ ଅଶେଷଭାବେ ଧନ୍ୟବାଦ ଜଣାଇଛନ୍ତି  ।

ଡଃ ଭଗବାନ ପଣ୍ତା କୁହନ୍ତି ଓଡିଆଙ୍କ ପରିଚୟ ହେଉଛି ଶ୍ରୀଜଗନ୍ନାଥ ସଂସ୍କୃତି।  ଶ୍ରୀଜଗନ୍ନାଥଙ୍କୁ ଛାଡି ଓଡିଆର ପରିକଳ୍ପନା ଅସମ୍ଭବ । ତେଣୁ ମୋଆ ସଦାସର୍ବଦା ବଦ୍ଧ ପରିକର ଶ୍ରୀଜଗନ୍ନାଥ ସଂସ୍କୃତି  ବିଶ୍ବର କୋଣ ଅନୁକୋଣରେ ପ୍ରଚାର ପ୍ରସାର କରାଇ ବିଶ୍ବକୁ ବିଶ୍ବ ବେଦନାର ବଇଦ ନାମ ଝଙ୍କାର ରେ ଝଙ୍କୃତ କରି ଜଗନ୍ନାଥ ମୟ କରିବାକୁ।

Leave A Reply

Your email address will not be published.