ଡେଙ୍ଗୁ ନିରାକରଣ ବଦଳରେ ନିମନ୍ତ୍ରଣ କରୁଛନ୍ତି ପ୍ରଶାସନ

ବୋଡେ଼ନ ନୂଆପଡ଼ା ଜିଲ୍ଲା ବୋଡେ଼ନ ବ୍ଲକରେ ଅନେକ ସମୟରେ ବିଭିନ୍ନ ପ୍ରକାର ରୋଗରେ ଆକ୍ରାନ୍ତ ହୋଉଥିବା ପ୍ରାୟ ଦେଖିବାକୁ ମିଳିଥାଏ। ତାହାର ଏକମାତ୍ର କାରଣ ହେଉଛି। ସ୍ୱସ୍ୱଚ୍ଛତାର ଅଭାବ ଅନେକ ସମୟରେ ରାଜ୍ୟ ସରକାର ଓ କେନ୍ଦ୍ର ସରକାର  ସ୍ୱଚ୍ଛତା ପାଇଁ ବିଭିନ୍ନ ପ୍ରକାର ଯୋଜନା ମାନ ଆରମ୍ଭ କରୁଛନ୍ତି। କିନ୍ତୁ କିଛି ଅସାଧୁ ପିସି ଖାଉଥିବା ସରକାରୀ କର୍ମଚାରୀ ମାନେ ଯୋଜନାକୁ ବାଟବଣା କରୁଥିବା ଅଭିଯୋଗ ହେଉଛି। ଏମିତି ଅଭିଯୋଗ ହୋଇଛି ନୂଆପଡ଼ା ଜିଲ୍ଲା ବୋଡେ଼ନ ବ୍ଲକ ଅନ୍ତର୍ଗତ କରଙ୍ଗାମାଲ ଗ୍ରାମପଞ୍ଚାୟତ ସ୍ଥିତ କୁଳିଙ୍ଗାମାଲ ଗ୍ରାମରେ ସରକାରଙ୍କ ସ୍ୱସ୍ୱଚ୍ଛ ଭାରତ ମିଶନ ଠୁ ଆରମ୍ଭ କରି ରାସ୍ତା ସଫେଇ,ଆବର୍ଜନା ସଫେଇ ଏସବୁ ଏବେବି ଏହି ଗାଁରେ ବାଟ ବଣା ହୋଇ ରହିଛି। କାରଣ ଯୋଜନା ମୁତାବକ ଘରକୁ ଘର ଶୌଚାଲୟ ଦିଆଯାଇଛି କିନ୍ତୁ ତାହା କୋଉଠି ଅର୍ଦ୍ଧ ଗଢ଼ା ହୋଇ ରହିଛି ତ ଆଉ କୋଉଠି ମାସେ ନ ପୁରୁଣୁ ନଷ୍ଟ ହେବାରେ ଲାଗିଛି। ସ୍ୱସ୍ୱଚ୍ଛତାର କଥା ଯେଉଁ ସ୍ଥାନରେ ଆବର୍ଜନା କୁଣ୍ଠର ଆବଶ୍ୟକ ରହିଛି ସେହି ସ୍ଥାନରେ ଦିଆଯାଉ ନାହିଁ। ଅନାବଶ୍ୟକ ସ୍ଥାନରେ ଦେଉଥିବା ଦେଖିବାକୁ ମିଳିଛି। ଯାହା ଫଳରେ ଲୋକେ ରାସ୍ତା କଡରେ ଆବର୍ଜନା ଫୋପାଡ଼ିବା ପାଇଁ ବାଧ୍ୟ ହେଉଛନ୍ତି। ଏତେ ସବୁ ଦୁର୍ନୀତି ହେବାର ଏକ ମାତ୍ର କାରଣ ହେଉଛି ସରକାରୀ ବାବୁଙ୍କ ବିନା ଫିଲଡ଼ ସର୍ଭେରେ ଅଫିରରେ ବସି ବାହାର ଲୋକଙ୍କୁ ସେହି କାର୍ଯ୍ୟରେ ନିୟୋଜିତ କରିବା ଓ ଦୁର୍ନୀତିକୁ ଆଶ୍ରୟ ଦେବା ଆଜକୁ ଗୋଟିଏ ବର୍ଷ ହେବ କୁଳିଙ୍ଗାମାଲ ଗ୍ରାମକୁ ଏକ ଆଦର୍ଶ ଓ ସ୍ୱସ୍ୱଚ୍ଛତା ଗ୍ରାମ ଭାବରେ ଗଢିବାରେ ସାହାଯ୍ୟ କରିବା ପାଇଁ ପ୍ରଶାସନକୁ ଆପତ୍ତି ଅଭିଯୋଗ କରିବା ପରେ ମଧ୍ୟ ଫଳ ସୁନ ରହିଥିବା ଜଣାଯାଏ । ଯାହା ଫଳରେ ଗାଁର ଛୋଟ ଠୁ ଆରମ୍ଭ କରି ବଡ଼ ପର୍ଯ୍ୟନ୍ତ ଅନେକ ରୋଗରେ ଆକ୍ରାନ୍ତ ହୋଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଗ୍ରାମରେ କରାଯାଇଥିବା ସ୍ୱସ୍ୱଚ୍ଛତା ପାଇଁ ଆବର୍ଜନା କୁଣ୍ଡ ଓ ବାହ୍ୟ ମଲ ମୁକ୍ତ ପାଇଁ ଯେଉଁ ସ୍ୱଚ୍ଛ ଭାରତ ମିଶନ ନାମରେ ଠିକାଦାର ଓ ଅଫିସର ମିଶି ହରିଲୁଟ କରୁଛନ୍ତି। ଏହି ସବୁ କାର୍ଯ୍ୟକୁ ବ୍ଲକ ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ଦୃଷ୍ଟି ଆକର୍ଷଣ କରିବା ନିହାତି ଆବଶ୍ୟକ ବୋଲି ସାଧାରଣରେ ଆଲୋଚନା ହେଉଛି।

Leave A Reply

Your email address will not be published.