ସିନାପାଲି ବ୍ଲକ ର ବିଭିନ୍ନ ବିଦ୍ୟାଳୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକର ବିଭିନ୍ନ ବିଦ୍ୟାଳୟରେ ବୃକ୍ଷ ରୋପଣ ଓ ବନ୍ୟଜନ୍ତୁ ସୁରକ୍ଷା ଶୀର୍ଷକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଚଳିତ ସପ୍ତାହରେ ପ୍ରାକ ମୌସୁମୀ ପ୍ରବାହ ସହିତ ଲଘୁଚାପ ବର୍ଷା ଯୋଗୁଁ ପାଗ ଅନୁକୂଳ ଥିବାରୁ ବିଭିନ୍ନ ଅନୁଷ୍ଠାନ ମାନଙ୍କରେ ଵୃକ୍ଷରୋପଣ ଜୋରସୋରରେ ଆଗେଇ ଚାଲିଛି।ଏହିକ୍ରମରେ ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ’ୟାର’ଖଡ଼ିଆଲ ଦ୍ୱାରା ବିଭିନ୍ନ ପ୍ରକଳ୍ପ ଅନ୍ତର୍ଗତ ପରିବେଶ ସୁରକ୍ଷା ଓ ବନ୍ୟଜନ୍ତୁ ସୁରକ୍ଷା ଉପରେ ଅନେକ କାର୍ଯ୍ୟ କ୍ରମ ହାତକୁ ନିଆଯାଇଛି।ପ୍ରାମ୍ଭିକ ପର୍ଯ୍ୟାୟରେ ଖଇରପଦର ବିଦ୍ୟାଳୟ ଠାରେ ପିତାମ୍ବର ବାଗ ମୁଖ୍ୟଅତିଥି ଭାବରେ ଯୋଗଦାନ କରିଥିବା ବେଳେ ପ୍ରଦୀପ ବାରିକ,ରାଜେନ୍ଦ୍ର ବାରିକ ତଥା ସମସ୍ତ ଶିକ୍ଷକ ଓ ଛାତଛାତ୍ରୀ ମାନେ ଏକ ସଭାରେ ମିଳିତ ହୋଇ ୟାର ଅନୁଷ୍ଠାନର କର୍ମକର୍ତା ଅରୁଣ ବିଶ୍ୱାଳ ଓ ବିଶ୍ବମ୍ବର କାଣ୍ଡ ଙ୍କ ସଫଳ ଉଦ୍ୟମରେ ବିଦ୍ୟାଳୟ ପରିସରରେ ୩୦ଉର୍ଦ୍ଧ୍ବ ଫଳ,ଫୁଲ ବୃକ୍ଷ ରୋପଣ କରିଥିଲେ।ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ ନଙ୍ଗଲବୋର୍ଡ ସେବାଶ୍ରମ ରେ ମଧ୍ୟ ମୁଖ୍ୟଅତିଥି କେଦାର ଶତପଥୀ ଯୋଗଦାନ କରିବାବେଳେ ଲକ୍ଷ୍ମୀକାନ୍ତ ପୋଡ଼,ରୋହିତ କୁମାର ନାଏକ ଓ ବିଦ୍ୟାଳୟର ଶିକ୍ଷକ, ଛାତ୍ରଛାତ୍ରୀ,ଉପସ୍ଥିତରହି ବୃକ୍ଷ ରୋପଣର ଉପକାରୀତା,ବନ୍ୟଜନ୍ତୁ ସୁରକ୍ଷା ଉପରେ ଆଲୋଚନା କରିଥିଲେ।ଅତିଥିମାନେ ସାମ୍ପ୍ରତିକ ସମୟରେ ପରିବେଶ ସନ୍ତୁଳନ ଓ ଜୈବବିଭିଦତା ବଜାୟ ରଖିବାକୁ ହେଲେ ବ୍ୟାପକ ଭାବରେ ବୃକ୍ଷ ରୋପଣ ହି ଏକ ବଳିଷ୍ଠ ପଦକ୍ଷେପ ବୋଲି ମତବ୍ୟକ୍ତ କରିଥିଲେ।ୟାର ସଂଗଠନ ର ବରିଷ୍ଠ କର୍ମକର୍ତ୍ତା ଶ୍ରୀ ବିଶ୍ୱାଳ ମହୋଦୟ ଅନୁଷ୍ଠାନ ସବୁ ବେଳେ ସବୁସମୟରେ ପରିବେଶ ସୁରକ୍ଷା ଓ ବନ୍ୟଜନ୍ତୁ ସୁରକ୍ଷାକୁ ଅଗ୍ରାଧିକାର ଦେଇ କାର୍ଯ୍ୟ କରୁଛି। ଏବଂ ଏହି ଧାରା ଆଗକୁ ମଧ୍ୟ ଜାରିରହିବ ବୋଲି ଅବଗତ କରିବା ସହିତ ଏହି ମହତ କାର୍ଯ୍ୟରେ ଉଭୟ ବିଦ୍ୟାଳୟର ସମସ୍ତ ଶିକ୍ଷକ,ଶିକ୍ଷୟିତ୍ରୀ,ଛାତ୍ରଛାତ୍ରୀ ସକ୍ରିୟ ଅଂଶଗ୍ରହଣ କରିଥିବାରୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.