ବ୍ରହ୍ମପୁର- ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ରୁଚିକା ଆତ୍ମହତ୍ୟା ଘଟଣାରେ ତେଜୁଛି ପ୍ରତିବାଦ ।ରାଗିଂ ଯୋଗୁଁ ରୁଚିକା ଆତ୍ମହତ୍ୟା କରିଥିବା ବେଳେ ଏନେଇ ଏବେ ରାଜ୍ଯର ବିଭିନ୍ନ ସ୍ଥାନରୁ ରାଗିଂ ହଟାଇବା, ରାଗିଂ ଅଭିଯୋଗ ହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଏବଂ ମୃତ ରୁଚିକାଙ୍କ ପରିବାରକୁ ନ୍ଯାୟ ଦାବି କରାଯାଉଛି।ରାଗିଂର ଶିକାର ହୋଇଥିବା ଭୁବନେଶ୍ୱରସ୍ଥିତ ବିଜେବି କଲେଜର ମୃତ ଛାତ୍ରୀ ରୁଚିକା ମହାନ୍ତି କୁ ନ୍ୟାୟ ଦେବା ଦାବିନେଇ ପ୍ରଗତିଶୀଳ ଉତ୍କଳସମାଜ ତରଫରୁ ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକକଂ ନିକଟକୁ ଦକ୍ଷିଣାଞ୍ଚଳ ବ୍ରହ୍ମପୁର ଉପ ମହା ନିରୀକ୍ଷକ କଂ ଜରିଆରେ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି।ପ୍ରଗତିଶୀଳ ଉତ୍କଳସମାଜର କର୍ମକର୍ତ୍ତା ମାନେ ଦକ୍ଷିଣାଞ୍ଚଳ ବ୍ରହ୍ମପୁର ଉପ ମହା ନିରୀକ୍ଷକ କଂ କାର୍ଯ୍ୟାଳୟରେ ପହଞ୍ଚି ଏହି ଦାବିପତ୍ର ପ୍ରଦାନ କରିଛନ୍ତି। ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ତଥା ଉଚିତ ଦଣ୍ଡବିଧାନ, କଲେଜ ଗୁଡିକରେ ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ଉଚିତ ନିୟମ ପ୍ରଣୟନ ଏବଂ ରୁଚିକାଙ୍କ ପରିବାରକୁ ଉଚିତ୍ କ୍ଷତି ପୂରଣ ପ୍ରଦାନ କରିବା ନେଇ ଦାବି କରାଯାଇଛି। ଅନୁଷ୍ଠାନର ସଭାପତି ସରୋଜ ପଟ୍ଟନାୟକ , ଉପଦେଷ୍ଟା ସମାଜସେବୀ ସରିତା ପଣ୍ଡା,ସାମାଜିକ କର୍ମୀ ତଥା ବ୍ରହ୍ମପୁର ମହାମାୟୀ ମହିଳା କଲେଜ ଛାତ୍ରୀ ସୁଭଦ୍ରା ଶୁକ୍ଲା ଏବଂ ବିନାୟକ ଆଚାର୍ଯ୍ୟ କଲେଜ ଛାତ୍ର ବତକୃଷ୍ଣ ବେହେରା ଉପସ୍ଥିତ ଥିଲେ। ଡିଆଇଜି ସତ୍ୟବ୍ରତ ଭୋଇ ସହଯୋଗ ର ପ୍ରତିଶୃତି ଦେଇଥିଲେ।