ମୁକ୍ତା ଯୋଜନା ରେ ଦୁର୍ନୀତି ର ଗନ୍ଧ

ପାଟଣାଗଡ :ବଲାଙ୍ଗୀର ଜିଲ୍ଲା ପାଟଣାଗଡ ଏନ ଏ ସି 15ଟି ୱାର୍ଡ କୁ ନେଇ ଗଠିତ.ବର୍ଷା ଜଳ ସଂରକ୍ଷଣ ପାଇଁ ବିଭିନ୍ନ ୱାର୍ଡ ରେ ମୁଖ୍ୟମନ୍ତ୍ରୀ କର୍ମତତ୍ପର ଯୋଜନା (ମୁକ୍ତା )ଯୋଜନା ରେ କାମ ମାନ ହୋଇଛି ହେଲେ ନିମ୍ନ ମାନର କାମ ଯୋଗୁଁ ତାହା ବିଭିନ୍ନ ଜାଗାରେ ଭାଙ୍ଗି ଯାଇଥିବା ର ଦେଖାଦେଇଛି. ଯୋଜନା ର ସଫଳ ରୂପାୟନ କେତେ ହୋଇଛି ତାହା ଏଇ କାମରୁ ଜଣାପଡୁଛି.2020/21ନୂତନ କାଉନସିଲ ଗଠନ ଆଗରୁ 100ଟି ପ୍ରକଳ୍ପ ତିଆରି ହୋଇଥିବା ବେଳେ କାଉନସିଲ ଗଠନ ପରେ 75ଟି ତିଆରି ହୋଇଥିବା ଜଣାପଡିଛି. ସିମେଣ୍ଟ କମ ହେଉ କି ବିଭାଗୀୟ ଅଧିକାରୀ ଙ୍କ ଅବହେଳା ହେଉ କାମ ର ବହୁତ କମଦିନ ପରେ ତାହା ବହୁଜାଗାରେ ଭାଙ୍ଗିଯାଇଛି. କେଉଁଠି କାମ ର ସାଇଟ ରେ ଦବୀ ଗଲାଣି ତ କେଉଁଠି ବାଲି ଫିଲିଙ୍ଗ ହୋଇନାହିଁ. ଆଗରୁ ମଧ୍ୟ ଏ ବିଷୟରେ ସହର ର ଅନେକ ଲୋକ ଅଭିଯୋଗ କରିଥିଲେ ହେଲେ କେହି କର୍ଣ୍ଣପାତ କଲେନାହିଁ. ଏଣୁ ଉକ୍ତ କାର୍ଯ୍ୟ ମାନ ଯାଞ୍ଚ ସହ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଦାବି ହେଉଛି.

Leave A Reply

Your email address will not be published.