ବିଷୟ-ଯାଜପୁର ଜିଲ୍ଲାର ସୁକିନ୍ଦା ବ୍ଲକ କାଳିଆପାଣି ଖଣି ଅଞ୍ଚଳରେ ବହୁ ଗ୍ରାମରେ ପାନୀୟ ଜଳ ସମସ୍ୟା ଯୋଗୁଁ ଲୋକ ମାନେ ବହୁ ଅସୁବିଧା ଭୋଗୁଛନ୍ତି । ସୁକିନ୍ଦା ବ୍ଲକ ଅଧିନସ୍ଥ କାଳିଆପାଣି ଗ୍ରାମପଞ୍ଚାୟତ ଗୁରୁଜଙ୍ଗ ଉପର ସାହିରେ ପାନୀୟ ଜଳ ସମସ୍ୟା ଦେଖାଦେଉଥିଲେ ହେଁ ସମାଧାନ ହୋଇ ପାରୁ ନ ଥିବାରୁ ଅସନ୍ତୋଷ ପ୍ରକାଶ ପାଉଛି । ଏଥିଲାଗି ବହୁବାର ଅଭିଯୋଗ କରିବା ପରେ କାର୍ଯ୍ୟର ସ୍ଥାୟୀ ସମାଧାନ ହୋଇ ପାରୁନାହିଁ ।ଗୁରୁଜଙ୍ଗ ଉପରସାହି ଗ୍ରାମରେ ପାନୀୟ ଜଳ ସମସ୍ୟା ଦୂର କରିବା ପାଇଁ ସୌର ଚାଳିତ ଜଳଯୋଗାଣ ପ୍ରକଳ୍ପ ନିର୍ମାଣ କରାଯାଇଛି ।ନଳକୂପରୁ ପମ୍ପ ଦ୍ୱାରା ଭୂତଳ ଜଳ ଉଠାଯାଇ ଓଭରହେଡ ଟାଙ୍କିକୁ ବୁହାଯାଏ ! ସେଠାରୁ ଷ୍ଟାଣ୍ଡ ପଏଣ୍ଟକୁ ପାଣି ଛଡାଯାଇଥାଏ ! ବିଦ୍ୟୁତ୍ ସମସ୍ୟାକୁ ମୁକାବିଲା କରିବା ପାଇଁ ସୌର ଚାଳିତ ସିଷ୍ଟମରେ ପାଣି ଉଠାଯାଇଥାଏ। କିନ୍ତୁ ସୋଲାର ପମ୍ପ ଠିକ ଭାବରେ
କାର୍ଯ୍ୟ କରିପାରୁ ନ ଥିବାରୁ ଜଳଯୋଗାଣ ବ୍ୟାହତ ହେଉଛି ! ଉକ୍ତ ପ୍ରକଳ୍ପ ଉପରେ ୫୦ରୁ ଅଧିକ ପରିବାର ନିର୍ଭରଶୀଳ ।କିନ୍ତୁ ସବୁ ଜାଣି ସୁଦ୍ଧା କେହି ଧ୍ୟାନ ଦେଉ ନାହାନ୍ତି କି ଏହି ପ୍ରକଳ୍ପ ଟିକୁ ମରାମତି କରାଯାଉନାହିଁ। ଏଣୁ ଲୋକମାନେ ପାଣି ପାଇଁ ନାହିଁ ନଥିବା ଅବସ୍ଥାରେ ସମ୍ମୁଖିନ ହେଉଛନ୍ତି ! ବର୍ଷା ଦିନରେ ପାଣି ସମସ୍ୟା ନ କହିବା ଭଲ ବୋଲି ଗ୍ରାମବାସୀ କହିଛନ୍ତି। ପାଇପ ଦ୍ୱାରା ମେଗା ଜଳ ପ୍ରକଳ୍ପ ଯୋଗାଣ ବ୍ୟବସ୍ଥା ଥିଲେ ମଧ୍ୟ କାମ କରୁ ନାହିଁ ।ଅଭିଯୋଗ କଲେ ଏହି ସମସ୍ୟାର ସ୍ଥାୟୀ ସମାଧାନ ହୋଇପାରୁନାହିଁ । ସୋଲାର ପ୍ୟାନେଲ, ପାଇପ୍ ଆଦି ଖରାପ ହୋଇଯାଉଥିବା ବେଳେ ପମ୍ପ ଖରାପ ହୋଉଥିବାରୁ ଜଳ ଯୋଗାଣ ବ୍ୟାହତ ହେଉଛି। ତେବେ ମାସ ମାସ ଧରି ସଜଡା ଯାଉନଥିବାରୁ ଲୋକ ମାନେ ବହୁ ଅସୁବିଧା ଭୋଗୁଛନ୍ତି। ଏଣୁ ଏ ଦିଗରେ ଜଳ ଯୋଗାଣ ବିଭାଗ ଓ ପଞ୍ଚାୟତର ସରପଞ୍ଚ ପକ୍ଷରୁ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହେଉଛି ।