।ରାୟଗଡ-(ଧନେଶ୍ବର ରାଉତ)-ରାୟଗଡ ଜିଲ୍ଲା ଭାଜପା ଆଦିବାସୀ ମୋର୍ଚ୍ଚା ତରଫରୁ ଜିଲ୍ଲାର ଅନେକ ମଣ୍ଡଳ ଓ ଆଦିବାସୀ ଗ୍ରାମ ମାନଙ୍କରେ ଭାରତର ଆଗାମୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସମର୍ଥନ କରି ପୁଜାର୍ଚନା କରାଯାଉଛି। ପ୍ରଥମ କରି ଓଡିଶାରୁ ଜଣେ ଆଦିବାସୀ ମହିଳା ହେଇଥିବାରୁ ଜିଲ୍ଲା ତଥା ରାଜ୍ୟର ସବୁ ଆସିବାସୀ ବର୍ଗ ସମର୍ଥନ ଜଣାଇ ଗ୍ରାମେ ଗ୍ରାମେ ପୁଜାର୍ଚନା କରିବା ସହ ଦୀପ ପ୍ରଜ୍ବଳନ କରି କିପରି ତାଙ୍କର ଜିତପଟା ହେବ ସେଥିପାଇଁ ପ୍ରୟାସ କରିଛନ୍ତି। ଓଡିଶା ପାଇଁ ଏକ ଗର୍ବ ଓ ଗୌରବର ବିଷୟ ହେଇଥିବାରି ଭାରତୀୟ ଜନତା ପାର୍ଟି ର ରାଜ୍ୟ ଆଦିବାସୀ ମୋର୍ଚ୍ଚା ସମ୍ପାଦକ ଯୁବ ଆଦିବାସୀ ନେତା ଏହାର ନେତୃତ୍ୱ ନେଇଛନ୍ତି। ଗୁଣୁପୁର ଉପଖଣ୍ଡ ଅଞ୍ଚଳର ଘନନ୍ତ୍ରୀ,ଟିଟିମିରି,ପୁଟଗୁଡ଼ା,ଲାବା, ଗୁମୁଡ଼ା,ରାମନାଗୁଡ଼ା,ଚନ୍ଦ୍ରପୁର,ଡମ୍ବାସରା, ,ଅଙ୍ଗରବା, କୁଜେନ୍ଦ୍ରୀ ଅଞ୍ଚଳର ଶବର ପଲି ଗୁଡିକରେ ଗ୍ରାମସଭା ମାଧ୍ୟମରେ ଆବଳ ବୃଦ୍ଧ ବନିତା ଲାଗି ପଡିଛନ୍ତି ତାଙ୍କ ସମର୍ଥନରେ। ଏଥି ସହ ଭାଜପା ରାଷ୍ଟ୍ରୀୟ ସଭାପତି ଜଗତ ପ୍ରକାଶ ନଡ୍ଡା, ମାନନୀୟ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହି ଅଭିଯାନରେ ଘନନ୍ତ୍ରୀ ସରପଞ୍ଚ ନୀଳ ଶବର,ମାଧବ ଶବର, ଗୋପାଳ ଶବର,ଲବ ଶବର, ନାରାୟଣ ଶବର,ରତନ ଶବର, କୃଷ୍ଣ ଶବର,ଗୋପୀ ସୁମନ,ଶ୍ରୀଧର ଗଜପତି,ରଥ ଉଲକା,ସୁନାମଣି ପାଇକ,ଚିନା କାଂଡଗରୀ, ବଇଁଶୀ ପ୍ରମୁଖ ଯୋଗ ଦେଇଛନ୍ତି।