ବ୍ରହ୍ମପୁର ଆଇଟିଆଇରେ ବିଶ୍ୱ ଯୁବ ଦକ୍ଷତା ଦିବସ ପାଳିତ

ବ୍ରହ୍ମପୁର- ଆଜି ବ୍ରହ୍ମପୁର ଆଇଟିଆଇ ରେ ବିଶ୍ୱ ଯୁବ ଦକ୍ଷତା ଦିବସ ପାଳନ ହୋଇଯାଇଛି।ଏଥିରେ ମୁଖ୍ୟ ଅତିଥି ରୂପେ ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟର କୁଳପତି ଶ୍ରୀମତୀ ଗୀତାଞ୍ଜଳି ଦାସ ଯୋଗ ଦେଇ ପିଲା ମାନଙ୍କୁ ଦକ୍ଷତା ବିକାଶ ଉପରେ କିଛି ମନ୍ତବ୍ୟ ପ୍ରଦାନ କରିବାସହ ଭାରତ ବର୍ତ୍ତମାନ ବିଶ୍ୱର ଦକ୍ଷତାର ରାଜଧାନୀ ହେବାକୁ ଯାଉଛି ଦକ୍ଷତା ବିକାଶ କ୍ଷେତ୍ରରେ ଆଇଟିଆଇ ପିଲା ମାନଙ୍କର ଭୂମିକା ବହୁ ଗୁରୁତ୍ୱ ପୂର୍ଣ୍ଣ ବୋଲି କହିଥଲେଏବଂ ଭାରତ ବିକାଶ ପାଇଁ ହେଲେ କୃଷଳୀ କାରିଗରଙ୍କ ବହୁ ଆବଶ୍ୟକ ରହିଛି ଯାହାକି ଆଇଟିଆଇ ପିଲାଙ୍କ ପାଖରେ ଭରପୁର ବୋଲି ଶ୍ରୀମତୀ ଦାସ ପ୍ରକାଶ କରିଥିଲେ।ଆଜିର ଏହି କାର୍ଯ୍ୟକ୍ରମ ରେ  ଟିଭିଏସ ଚେନେଇରେ ନିଯୁକ୍ତି ପାଇଥିବା ପିଲାଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ୱାରା ଅଫର ଲେଟର ପ୍ରଦାନ କରାଯାଇଥିଲା ଇଞ୍ଜିନିଅରିଙ୍ଗ କଲେଜ ମାନଙ୍କରେ ଯେମିତି ପରୀକ୍ଷା ଆଗରୁ କେମ୍ପସ ଆସି ପିଲାମାନେ ବିଭିନ୍ନ କମ୍ପାନୀରେ ନିଯୁକ୍ତି ପାଇଥାନ୍ତି ସେହିଭଳି ବ୍ରହ୍ମପୁର ଆଇଟିଆଇର ପିଲାମାନଙ୍କ ଦକ୍ଷତା ଦେଖି ବହୁ ନାମୀ କମ୍ପାନୀ ପରୀକ୍ଷା ଆଗରୁ ଆସି ପିଲା ମାନଙ୍କୁ ନିଜ କମ୍ପାନୀ ରେ ନିଯୁକ୍ତି ଦେଇଥାନ୍ତି ବୋଲି ଅନୁଷ୍ଠାନର ଅଧକ୍ଷ ଡ଼ ରଜତ କୁମାର ପାଣିଗ୍ରାହୀ କହିଥିଲେ।

Leave A Reply

Your email address will not be published.