କଳା ପଲସରର ଆତଙ୍କ, ପୁଣି ଝାମ୍ପି ନେଲେ ୪୯ ହଜାର ଟଙ୍କା, ପୋଲିସର ତଦନ୍ତ ଆରମ୍ଭ 

କଣ୍ଟାବାଞ୍ଜି-  ବଲାଙ୍ଗିର ଜିଲ୍ଲା ଦିନକୁ ଦିନ କ୍ରାଇମ ସହର ପାଲଟିଗଲାଣି ବଲାଙ୍ଗୀର ଜିଲ୍ଲାର କଣ୍ଟାବାଞ୍ଜି ସହର l ସହର ରେ ବଢି ଚାଲିଛି ଚୋରି, ଡକାୟତି ଓ ରାହାଜାନି l କଣ୍ଟାବାଞ୍ଜି ଥାନା ପଖନମୁଣ୍ଡା ଗାଁର ଜଣେ ଚାଷୀ ଦୟାନିଧି ମଲ୍ଲିକ, ନିଜର ଋଣ ଟଙ୍କା ଭାରତୀୟ ଷ୍ଟେଟ ବ୍ୟାଙ୍କରୁ ୪୯ ହଜାର ଟଙ୍କା ଉଠାଣ କରି ଦିନ ୨ ଟା ସମୟରେ ଆଶ୍ରମପଡ଼ାର ତାମୁଡୁ ଗ୍ୟାରେଜ ନିକଟକୁ ମୋଟର ସାଇକେଲରେ ଯାଉଥିବା ବେଳେ ରାସ୍ତାରୁ ହିଁ ଏକ କଳା ପଲସରରେ ଜୋରରେ ଆସି ଦୟାନିଧିଙ୍କ ସ୍ତ୍ରୀ ଦ୍ରୌପତି ଧରିଥିବା ତାଙ୍କ ଭେଣ୍ଟି ବ୍ୟାଗକୁ ଲୁଟି ଫେରାର ମାରିଛନ୍ତି ଦୁଇ ଲୁଟେରା  l ୪୯ ହଜାର ଟଙ୍କା ଭର୍ତି ବ୍ୟାଗ ନେଇ ଦ୍ରୁତ ଗତିରେ ଛୁ ମାରିଥିଲେ ଦୁଇ ଜଣ ଲୁଟେରା l ସେ ଦୁଇ ଜଣ ଲୁଟେରା କିଏ କିଏ ଏପର୍ଯ୍ୟନ୍ତ ଜଣାପଡିନାହିଁ କି ତାଙ୍କର ପତ୍ତା ବି ମିଳିନାହିଁ l ଖବର ପାଇ କଣ୍ଟାବାଞ୍ଜି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି l ସହର ରେ ଲାଗିଥିବା ସିସିଟିଭି କ୍ୟାମେରାକୁ ଦେଖି ଏବେ ତଦନ୍ତ ଜାରି ରଖିଛି କଣ୍ଟାବାଞ୍ଜି ପୋଲିସ l ସେପଟେ ଘଟଣାର ତଦନ୍ତ କରି ଦୋଷୀଙ୍କୁ ଧରିବା ପାଇଁ ଦାବି କରିଛନ୍ତି ଲୁଟ ଶିକାର ହୋଇଥିବା ଚାଷୀ ଦୟାନିଧି ମଲ୍ଲିକ ଓ ତାଙ୍କ ସ୍ତ୍ରୀ ଦ୍ରୌପତି l ଏନେଇ କଣ୍ଟାବାଞ୍ଜି ପୋଲିସର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ l

Leave A Reply

Your email address will not be published.