ଦୁଃଖ, ଯନ୍ତ୍ରଣା ରୋଗ ରେ ଜର୍ଜରିତଗରିବ କୁଳମଣି, ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ, ସହାୟତା ପାଇଁ ଆକୁଳ ନିବେଦନ

କଳିଙ୍ଗ ନଗରରୀ କରୁଣ ଦୃଶ୍ୟ।ବିଷ ବଳୟ ଭିତରେ କଳିଙ୍ଗ ନଗରବାସୀ।ଆମେ କହୁଚ କଳିଙ୍ଗନଗର ଶିଳ୍ପାଞ୍ଚଳ ଦାନଗଦିର ବ୍ଲକ କେଇ ମିଟର ଦୂରରେ ଏକ ଗରିବ ପରିବାର ର ଚିତ୍ର ଯିଏ ଦେଖିବ, ଆଖିରେ ଲୁହ ଆସିଯିବ, ସତରେ ବିକାଶ ଏଠି ବାଟବଣା ପରିବାର କହିଲେ ବାପା କୁଳମଣି ପଣ୍ଡା (53), ପତ୍ନୀ ବୀଣାପାଣି ପଣ୍ଡା (45), ଦୁଇ ପୁଅ ଜଗନ୍ନାଥ ପଣ୍ଡା (20), ଓ ନିରଞ୍ଜନ ପଣ୍ଡା (11), ଘରର ମୁଖ୍ୟ କୁଳମଣି ଦିନ ମଜୁରିଆ ଭାବେ ଦୈନିକ କାମ କରି ଦି ପଇସା ଆଣିଲେ ପରିବାର ର ଚୁଲି ଜଳେ, ଦୁଃଖ ଓ ଦୁର୍ଭାଗ୍ୟ ର କଥା ଏ ଭୂମିହୀନ କୁଳମଣି ର ପରିବାର ଚାଳ କୁଡ଼ିଆ ରେ ରୁହନ୍ତି, ଦେଢ ବର୍ଷ ତଳେ କୁଳମଣି ର ସ୍ୱାସ୍ଥ୍ୟ ଖରାପ ହେଲା ବାରମ୍ବାର ଔଷଧ ଖାଇ ଭଲ ହେଲା ନାହିଁ, ଶରୀର ଦୁର୍ବଳ ହୋଇଗଲା, କାମ ଧନ୍ଦା ବନ୍ଦ ହୋଇଗଲା, କଟକ ଡାକ୍ତର କହିଲେଗୋଟେ କିଡ଼ିନୀ ନଷ୍ଟ ହୋଇଯାଇଛି, ଲକ୍ଷ ଲକ୍ଷ ଟଙ୍କା ଦରକାର, ଧାର କରଜ କରି ଟଙ୍କା ଯୋଗାଡ଼ କରିପାରିଲେ ନାହିଁ ଓ ବହୁ ମେଡ଼ିକାଲ ବୁଲି ସାରିଲେଣି ।ଏବେ ଆଉ ଗୋଟେ କୀଡୀନି ସଂକ୍ରମିତ ହୋଇଛି, ବଡ ପୁଅ ଜଗନ୍ନାଥ ଦିବ୍ୟାଙ୍ଗ କଥା କହିପାରୁନି, ଗୋଡ଼ ହାତ ବଙ୍କା, ଟ୍ରାଇ ସାଇକେଲ ରେ ବୁଲୁଛି, ମା ବୀଣାପାଣି ଯାହା ମାଗିଯାଚି ଆଣି ଛୁଆ ଙ୍କ ମୁହଁ ରେ ଦାନା ଦେଉଥିଲା, ସେ ଏବେ ମଧ୍ୟ୍ୟ କୀଡୀନି ରୋଗ ରେ ସଂକ୍ରମିତ ଓ ଥାଇରଏଡ଼ ରୋଗ ସହ ଗୋଡ଼ ଛୋଟି, ସେ ମଧ୍ୟ୍ୟ ଦିବ୍ୟାଙ୍ଗ, ସାନପୁଅ ନିରଞ୍ଜନ ମା କୁ ଧରି ମାଗିଯାଚି ଯାହା ଆଣୁଚି ବହୁତ କଷ୍ଟରେ ଓଳିଏ ଖାଇଲେ ଓଳିଏ ଉପାସ, ସେ ମଧ୍ୟ୍ୟ ଠିକ ରେ ପାଠ ପଢିପାରୁନି। ଗାଁ ଲୋକ ଛଣ କୁଟା ଆଣି ଘର ଖଣ୍ଡିକ ଛପର କରିଦେଇଛନ୍ତି ବୋଲି ମୁଣ୍ଡ ଗୁଂଜିଛନ୍ତି ଚାରି ପ୍ରାଣୀ, କୋହ ଭରା କଣ୍ଠ ରେ କୁଳମଣି କୁହନ୍ତି ମୋ ପରିବାର ଭାସିଗଲା ବିଧାୟକ ଙ୍କ ପାଖକୁ ବାରମ୍ବାର ଦୌଡ଼ି ଦୌଡ଼ି ଟଙ୍କା ଟି ସାହାଯ୍ୟ କଲେ ନାହିଁ କି ମୁଣ୍ଡ ଗୁଞ୍ଜିବାକୁ ଆବାସ ଘର ଖଣ୍ଡେ ଦେଲେ ନାହିଁ।ସତରେ ତ୍ରିଜଙ୍ଗା ପଂଚାୟତ ରବ୍ଲକ ଏହି ପଂଚାୟତର ସିଙ୍ଗାଗାଡ଼ିଆ ରେ ଦୀପ ତଳ ଅନ୍ଧାର ପରି ଗୋଟେ ଗରିବ ପରିବାର ଉଜୁଡି ଯାଉଛି, ମୁଣ୍ଡ ଗୁଞ୍ଜିବାକୁ ଘର ଖଣ୍ଡେ ନାହିଁ, ପଢିବା ବୟସ ରେ ଶିଶୁ ଦିବ୍ୟାଙ୍ଗ ରୋଗୀଣା ମା କୁ ନେଇ ଭିକ ମାଗି ଚଳୁଚି, ସେଇଥିରେ ଘର ସଂଶାର ଚଳେ ହେଲେ ବାପ,ସେହି ଭିକ୍ଷ ମଗା ପଇସା ରେ ମା ଚାରି ପ୍ରାଣୀ କୁଟୁମ୍ବ ଚାଲେ କିନ୍ତୁ ଔଷଧ ପାଇଁ ପଇସା ହୁଏ ନାହିଁ। ସହଯୋଗରେ ହାତ ବଢ଼ାଇ ବା ପାଇଁ ଲୋହଭରା କଣ୍ଠରେ ସେ ଆକୁଳ ନିବେଦନ କରିଛନ୍ତି।

Leave A Reply

Your email address will not be published.