ବ୍ଲକ ଅଧ୍ୟକ୍ଷା ଓ ତାଙ୍କ ସ୍ୱାମୀଙ୍କ ବିରୁଦ୍ଧରେ ସରପଞ୍ଚଙ୍କ ଅଭିଯୋଗ

କବିସୂର୍ଯ୍ୟନଗର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ।

କବିସୂର୍ଯ୍ୟନଗର:୧୯/୦୭

ପଞ୍ଚାୟତ ନିର୍ବାଚନ ସରିବା ଏବଂ ବ୍ଲକ ଜନପ୍ରତିନିଧି ଗଠନର ଚାରି ମାସ ବିତିଲାଣି l ନୂତନ ପ୍ରତିନିଧି ନିର୍ବାଚନ ବେଳେ ଅନେକ ପ୍ରତିଶୃତି ଲୋକଙ୍କୁ ଦେଇଥିଲେ l ତେବେ କରିବେ କଣ? ନାଁ ମିଳୁଛି ପ୍ରଶାସନ ଅବା ନେତାଙ୍କ ସହଯୋଗ  lଗଂଜାମ ଜିଲ୍ଲା କବିସୂର୍ଯ୍ୟନଗର ବ୍ଲକ ନନ୍ଦିଆଗଡା ଗ୍ରାମ ପଂଚାୟତ ରେ ସରପଞ୍ଚ ଓ ବ୍ଲକ ଅଧ୍ୟକ୍ଷାଙ୍କୁ ନେଇ ଦେଖା ଦେଇଛି ବିବାଦ।  ନିର୍ବାଚନ ପରଠାରୁ କୌଣସି ଉନ୍ନୟନ ମୂଳକ କାର୍ଯ୍ୟ ହୋଇପାରୁନାହିଁ l ବିଭିନ୍ନ ଉନ୍ନତି ମୂଳକ  କାର୍ଯ୍ୟ ରେ ବାଧା ସୃଷ୍ଟି କରୁଛନ୍ତି ବ୍ଲକ ଅଧକ୍ଷା ଓ ତାଙ୍କ ସ୍ୱାମୀ । ଏଭଳି ଅଭିଯୋଗ ଆଣିଛନ୍ତି  ନନ୍ଦିଆଗଡା ସରପଞ୍ଚ ରାଜଲଷ୍ମୀ ଦାସ l ଏନେଇ ସେ କବିସୂର୍ଯ୍ୟନଗର ବ୍ଲକ ଆଗରେ  ସଂପୃକ୍ତ ପଞ୍ଚାୟତର ଶହଶହ ବ୍ଯକ୍ତି ଆନ୍ଦୋଳନ କରିଥିବା  ବେଳେ ଗଞ୍ଜାମ ଜିଲ୍ଲାପାଳ, ମୁଖ୍ୟମନ୍ତ୍ରୀ ଓ ପ୍ରକଳ୍ପ ନିର୍ଦେଶକ ଙ୍କୁ ବିଡ଼ିଓ ଙ୍କ ଜରିଆରେ  ଲିଖିତ ଅଭିଯୋଗ କରିଥିବା  ଜଣାପଡିଛି। ଅଭିଯୋଗ ଅନୁସାରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଯନ୍ତ୍ରୀ,  ପିଇଓ, ଜିଆରଏସ, ଆଦି ବ୍ଲକ କର୍ମଚାରୀ ପଞ୍ଚାୟତର କ୍ଯାସ୍ ରେକର୍ଡରେ ଦସ୍ତଖତ କରିବା ପାଇଁ ମନା କରୁଛନ୍ତି ଏବଂ ପ୍ରତି ଗ୍ରାମ୍ୟ ସଭା ମିଟିଙ୍ଗ  ରେ ସମିତି ସଭ୍ୟ ତଥା ବ୍ଲକ ଅଧକ୍ଷା ଅନୁପସ୍ଥିତ ରହି ଅପ୍ରିତକର  ପରିସ୍ଥିତି ସୃଷ୍ଟି କରୁଥିବା ଅଭି ଯୋଗ ରହିଛି।  ମନରେଗା ଯୋଜନା ରେ ପୋଖରୀ ଖୋଳା ଯାଇଛି କିନ୍ତୁ ତାହାର ବିଲ କୁ ବ୍ଲକ କାର୍ଯ୍ୟାଳୟ ରେ ଚାପ ପକାଇ ପାସ ନ କରିବା  ପାଇଁ ଯୋଜନା କରିଛନ୍ତି  ବ୍ଲକ ଅଧକ୍ଷା। ତେବେ ଏହାକୁ ପ୍ରତ୍ଯାଖ୍ଯାନ କରିଛନ୍ତି ଅଧ୍ଯକ୍ଷା ଓ ତାଙ୍କ ସ୍ବାମୀ। କବିସୂର୍ଯ୍ୟନଗର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଘଟଣାର 

ଉପଯୁକ୍ତ  ତଦନ୍ତ କରାଯାଇ ଗଠନ ମୂଳକ କାର୍ଯ୍ୟ କିପରି ଆଗକୁ ବଢିବ ସେନେଇ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକଙ୍କ ସହ ଆଲୋଚନା କରିବେ ବୋଲି ପ୍ରତିକ୍ରିୟା ରଖିଛନ୍ତି।

Leave A Reply

Your email address will not be published.