କୋଦଳା : ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀନୀ ଦ୍ରୌପଦୀ ମୁର୍ମୁଙ୍କ ପାଇଁ ରାଜ୍ୟର ସମସ୍ତ ମନ୍ଦିରରେ ପାରମ୍ପରିକ ଭାବେ ବିଜେପି ପକ୍ଷରୁ ପୂଜାର୍ଚ୍ଚନା କରାଯାଇଛି। ଗଞ୍ଜାମ ଜିଲ୍ଲା କୋଦଳା ବିଜେପି ପକ୍ଷରୁ ଆଜି ବାବା ଦଣ୍ଡିଶ୍ୱରକଂ ମନ୍ଦିରରେ ବିଜେପି କର୍ମକର୍ତ୍ତା ମାନେ ଦୀପ ଜଳାଇ ପୂଜାର୍ଚ୍ଚନା କରିଛନ୍ତି। ପୂଜାର୍ଚ୍ଚନାରେ ସାମିଲ ହେବା ପାଇଁ ରାଜ୍ୟ ବିଜେପି ପକ୍ଷରୁ ନିବେଦନ କରାଯାଇଥିଲା। ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହେବା ଏକ ଐତିହାସିକ କ୍ଷଣ ବୋଲି କୁହାଯାଇଛି ।ଓଡିଶା ପାଇଁ ଏହା ଏକ ଗୌରବର ବିଷୟ। ଓଡିଶା ବାସୀଙ୍କର ସବୁ ଆଶା ଓ ଆକାଂକ୍ଷାର ଅବସର ଦିନ ବୋଲି କହିଛନ୍ତି କୋଦଳା ଏନଏସି ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ନାୟକ । ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ନାୟକ, କୋଦଳା ମଣ୍ଡଳ ସଭାପତି ମଧୁସୂଦନ ଜେନା, ଉପାଧ୍ୟକ୍ଷା ରଂଜିତା ସେଠୀ ଙ୍କ ସମେତ ବହୁ ବିଜେପି କର୍ମକର୍ତ୍ତା ସାମିଲ ହୋଇ ଦୌପଦୀ ମୁର୍ମୁଙ୍କ ପାଇଁ ଦୀପ ଜଳାଇ ମଙ୍ଗଳ କାମନା କରିଛନ୍ତି। ଦ୍ରୌପଦୀ ମୁର୍ମୁ ବିଜୟ ଲାଭ କରନ୍ତୁ ବୋଲି ପ୍ରାର୍ଥନା କରିଛନ୍ତି ।