ତଦନ୍ତ ପାଇଁ ପହଞ୍ଚିଲେ ଡୋର ଟୁ ଡୋର ବିଭାଗୀୟ ଅଧିକାରୀ
କଣ୍ଟାବାଞ୍ଜି – ବଲାଙ୍ଗିର ଜିଲ୍ଲାର କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ଅଞ୍ଚଳରେ ନିମ୍ନମାନର ଖତ ସାରକୁ ଚଢାଦରରେ ବିକ୍ରି ହେଉଥିବା ନନ୍ଦିନୀ ଖବର କାଗଜରେ ଲଗାତାର ପ୍ରକାଶ ପାଇବାରୁ ବିଭାଗୀୟ ଅଧିକାରୀଙ୍କ ଚେତା ପଶିଛି, ଆଜି କଣ୍ଟାବାଞ୍ଜି ସ୍ଥିତ ପ୍ରତେକ ସାର ଦୋକାନୀଙ୍କ ସାର ଦୋକାନକୁ ଯାଇ ଯାଞ୍ଚ କରିଥିବା ସୂଚନା ମିଳିଛି, ସୂଚନା ଯୋଗ୍ୟ ଯେ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନେ ଚାଷୀ ମାନଙ୍କ ଘରକୁ ଘର ଯାଇ ଯାଞ୍ଚ ପ୍ରକ୍ରିୟାକୁ ଆଗେଇ ନେବା ପରିବର୍ତ୍ତେ ସାର କେଳେଙ୍କାରୀ ଦୋକାନୀ ମାନଙ୍କୁ ଯାଞ୍ଚ କରୁଥିବା ହେତୁ କୌଣସି ବି ଦୋଷ ମିଳିବ ନାହିଁ ବୋଲି ମତ ପ୍ରକାଶ ପାଇଛି, ଚାଷୀ ମାନଙ୍କ ଠାରୁ ବିଲ ସଂଗ୍ରହ କରାଯାଉ ଏହି ବିଲରୁ ସବୁ ଯାକ ଗୁରୁମ ଖୋଲିବ, କିନ୍ତୁ ବିଲ କାହିଁକି ଯାଞ୍ଚ କରାଯାଉ ନାହିଁ..? ଦେଶର ମେରୁଦଣ୍ଡ ଚାଷୀ ଓ ଦେଶର ମେରୁଦଣ୍ଡକୁ ଭାଙ୍ଗି ପକାଉଛି ନିଜେ ବିଭାଗ ବୋଲି ଆପ ନେତା କହୁଛନ୍ତି, ଚାଷିଙ୍କୁ ଭଲ ଉଚିତ ଚାଷ ଉପଯୋଗୀ ସମାଗ୍ରୀ କାହିଁକି ଯୋଗାଇ ଦିଆଯାଉ ନାହିଁ..? ଗଣମାଧ୍ୟମରେ ଖବର ପ୍ରକାଶ ପାଇଲେ ଯାଇ ତତ୍ପରତା ଦେଖାଉଛନ୍ତି ବିଭାଗୀୟ ଅଧିକାରୀମାନେ ଯେଉଁ ଭାବେ ତଦନ୍ତ ପ୍ରକ୍ରିୟା ଚଳାଇଛନ୍ତି ସେହି ତଦନ୍ତରେ ସନ୍ତୋଷ ନୁହଁନ୍ତି ଚାଷୀ, କଣ୍ଟାବାଞ୍ଜି ତହସିଲଦାର ସମୀର ରଞ୍ଜନ ବେହେରା, କଣ୍ଟାବାଞ୍ଜି ଆସିଷ୍ଟାଣ୍ଡ ଏଗ୍ରିକଲଚର ଅଫିସର ରତିକାନ୍ତ ସେଠୀ, ତୁରେକେଲା ବ୍ଲକ ଆସିଷ୍ଟାଣ୍ଟ ଏଗ୍ରିକଲଚର ଅଫିସର ଛତ୍ରୀଆ, ସ୍ଥାନୀୟ ସାର ବିହନ ଦୋକାନ ଗୁଡ଼ିକକୁ ଯାଇ ତଦନ୍ତ କରି ଫେରିଛନ୍ତି, ଏନେଇ ତହସିଲଦାର ଶ୍ରୀ ବେହେରାଙ୍କୁ ପଚାରିବାରୁ ସମସ୍ତେ ଠିକ ଠାକ ଥିବା ପ୍ରକାଶ କରିଥିଲେ ଓ ଷ୍ଟକ କେତେ ରଖିଛନ୍ତି ରେଟ ଚାଟ ଘରଗୁଡ଼ିକ ଲଗେଇଛିନ୍ତି କି ନାହିଁ ଏସବୁ ଦେଖିବାକୁ ଯାଇଥିଲୁ ବୋଲି ନନ୍ଦିନୀ କୁ ସୂଚନା ଦେଇଛନ୍ତି