(ଲହୁଣୀପଡ଼।)-ବଣାଇଁ ବନଖଣ୍ଡ ଅନ୍ତର୍ଗତ ଜର୍ଡା ରେଞ୍ଜର ରାମଛିଣ୍ଡା ଗ୍ରାମରେ ଜଣକୁ ହାତୀ ଆକ୍ରମଣରେ ଗୁରୁତର ହୋଇଥିବା ଜଣାପଡିଛି। ଘଟଣାରୁ ପ୍ରକାଶ ଯେ ଆଜି ସକାଳେ ରାମଛିଣ୍ଡା ଗ୍ରାମର ଏନେଏମ ଟପ୍ନୋ (୩୫)ଘରୁ ଶୌଚ କରିବା ପାଇଁ ନିକଟସ୍ଥ ଜଙ୍ଗଲକୁ ଯାଇଥିବା ବେଳେ ଜଗଂଲ ଭିତରୁ ଏକ ହାତୀ ହଠାତ୍ ବାହାରି ଆସି ଏନେଏମ କୁ ଆକ୍ରମଣ କରିବାରୁ ସେ ଗୁରୁତର ହୋଇପଡିଥିଲେ। ପରିବାର ଲୋକେ ଦେଖି ଜର୍ଡା ରେଞ୍ଜର ପ୍ରସନ୍ନ କୁମାର ସେଠୀ ଓ ଫରେଷ୍ଟର ହରେକୃଷ୍ଣ ସାହୁ, ଫରେଷ୍ଟଗାର୍ଡ ତୋଫାନ କୁମାର ତ୍ରିପାଠୀ ପହଞ୍ଚି ଏକ ଗାଡି ସାହାଯ୍ୟରେ ଉଦ୍ଧାର କରି ପ୍ରଥମେ ଗୁରୁଣ୍ଡିଆ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ପ୍ରଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ପାଇଁ ବଣାଇଁ ଉପଖଣ୍ଡ ଚିକିତ୍ସାଳୟ କୁ ଆଣି ତାଙ୍କୁ ଭର୍ତ୍ତି ଚିକିତ୍ସା ଚାଲୁଥିବା ଜଣାପଡିଛି ।ତେବେ ହାତୀ ଆକ୍ରମଣରେ ଶ୍ରୀ ଟପ୍ନୋଙ୍କ ଅଣ୍ଟାରେ ମାଡ ହୋଇଥିବା ଜଣାପଡିଛି।