ଭଞ୍ଜନଗର- ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ପଞ୍ଚାୟତ ଆଗରେ ଥିବା ବିଜୁ ପଟ୍ଟନାୟକ ଛକ ପାର୍କ ରୁ ଗତ କିଛି ତଳେ ପୂର୍ତ୍ତ ବିଭାଗ ପକ୍ଷରୁ ଝାଉଁ ଗଛ ଗୁଡିକୁ କଟା ଯାଇଥିଲା। ଏହା ପରେ ସମସ୍ତ କାଠ ଗଣ୍ଡି ଗୁଡିକୁ ପୂର୍ତ୍ତ ବିଭାଗ ଦେହାନ୍ତ ସମୟରେ ଗରିବ ଲୋକ ଙ୍କ ଶବ ଦାହ ପାଇଁ ସ୍ଥାନୀୟ ପଂଚାୟତକୁ ହସ୍ତାନ୍ତର କରିଥିଲେ। ହେଲେ ମଙ୍ଗଳବାର କିଛି ଚାପ ବଶବର୍ତ୍ତୀ ହୋଇ କେନ୍ଦ୍ରୀୟ ବନାଞ୍ଚଳ କର୍ମଚାରୀ ମାନେ ସ୍ଥାନୀୟ ସରପଞ୍ଚ ଙ୍କ ବିନା ଅନୁମତିରେ ପଂଚାୟତ କାଯ୍ୟାଳୟରେ ପହଞ୍ଚି ଟ୍ରାକ୍ଟର ଯୋଗେ ସମସ୍ତ କାଠ ଜବତ କରି ବନାଞ୍ଚଳ କାଯ୍ୟାଳୟ କୁ ଆଣି ହେପାଜତରେ ରଖିଥିଲେ। ଯାହାକୁ ନେଇ ବୁଧବାର ସରପଞ୍ଚ ଉଦ୍ଧବ ମିଶ୍ର,ଯୁବ ନେତା ଅଯୋଧ୍ୟା ନାଥ ମହାପାତ୍ର ନେତୃତ୍ୱରେ ଶତାଧିକ ପଞ୍ଚାୟତ ବାସୀ କେନ୍ଦ୍ରୀୟ ବନାଞ୍ଚଳ ଅଧିକାରୀ ଙ୍କ କାଯ୍ୟାଳୟ ଘେରାଉ କରିବା ସହ କେଉଁ ଆଧାରରେ ବନ ବିଭାଗ ଏଭଳି କାଯ୍ୟ କଲା ସେ ନେଇ ଜବାବ ମାଗିଥିଲେ। କେନ୍ଦ୍ରୀୟ ବନାଞ୍ଚଳ ଅଧିକାରୀ କୁମର ବେହେରା ଜବତ ସମସ୍ତ କାଠ କୁ ପୁନର୍ବାର ଫେରାଇ ଦିଆଯିବା ବୋଲି ପ୍ରତିଶ୍ରୁତି ଦେବା ପରେ ଘଟଣା ଶାନ୍ତ ପଡିଥିଲା। ସନ୍ଧ୍ୟା ସମୟରେ ଟ୍ରାକ୍ଟର ଯୋଗେ ବାଉଁଶଲୁଣ୍ଡି ପଂଚାୟତକୁ ବନ ବିଭାଗ ପକ୍ଷରୁ ପୁଣି ସମସ୍ତ କାଠ ଫେରାଇ ଦିଆଯାଇଛି। ତେବେ ଘଟଣାକୁ ନେଇ ଅଂଚଳରେ କୌତୁହଳର ବାତାବରଣ ସୃଷ୍ଟି ହୋଇଥିବା ବେଳେ କାହା ଚାପରେ ବନ ବିଭାଗ ଏଭଳି କାଯ୍ୟ କରୁଛି ତାହା ସନ୍ଦେହ ଘେରରେ।