ଆଜି ରବିବାର ଯୋଗୁଁ ମନ ଟିକିଏ ଅଲଗା ଅଲଗା ଲାଗୁଥାଏ।ତରତର ହୋଇ ସମସ୍ତ କାର୍ଯ୍ୟ ସାରିବାକୁ ହେବ। ଚା ଖଟିର ମଜା ନେବାର ଅଛି।ଆମର ଖଟି ସମୟ ଦିନ ୧୧ ଟାରୁ ଦିନ ଗୋଟାଏ ପର୍ଯ୍ୟନ୍ତ। ଟିକିଏ ଯାହାର ଡେରି ହୋଇଥାଏ ଦାସ ବାବୁ ତା ଉପରେ ବଡ଼ ବଡ଼ ଆଖିକରି ଦେଖି ବହୁ କଟୁ ଭାଷା ବର୍ଷିଥାନ୍ତି।ସେଥିପାଇଁ ପ୍ରାୟ ଠିକ୍ ସମୟରେ ପହଞ୍ଚି ଯାଇଥାଉ। ସମସ୍ତେ ପହଂଚିଲା ପରେ ଚା ବରାଦ ହୁଏ।ତାପରେ ଚାଲେ ନିଜ ନିଜ ପରିବାର କଥାରୁ ଆରମ୍ଭ କରି ଦେଶ ବିଦେଶ କଥା ପର୍ଯ୍ୟନ୍ତ। ବହୁତ ମଜା ଲାଗେ। ବେଳେ ବେଳେ ଏମିତି କିଛି ବିଷୟ ଆଲୋଚନାକୁ ଆସେ ଯାହାକି କିଛି ସମୟ ପାଇଁ ନିରବତା ଛାଇଯାଏ। ଏହିଭଳିଆ ନିରବତା ଛାଇଦେଖିବା ଦେଖି ଆମ ଭିତରେ ପଣ୍ଡା ବାବୁ ତାଙ୍କର ଚିରାଚରିତ ଢଙ୍ଗରେ ଆରମ୍ଭ କରିଦେଇଥାନ୍ତି କୋଉ ପୁରୁଣା ଦିନର ମଜାଳିଆ ସ୍ମୃତି। ସ୍ୱାଭାବିକ ହୋଇଉଠିଥାଏ ଖଟି। ଏହି ସମୟ ଭିତରେ କେତେବେଳେ ଯେ ଚା ଵାଲା ଚା ଦେଇଯାଇଅଛି ଆଉ କାହାର ମନେ ପଡ଼େ ନାହିଁ। ପୁଣିଥରେ ଚଟାପଟ ବରାଦ ରହେ ଚା ଦେବା ପାଇଁ।
ଏତିକିବେଳେ ମୁଁ ପଚାରିଲି ଆଜି କଣ କେହି ଡେରିରେ ଆସି ନଥିଲେ କାଇଁ ଆଜି ଦାସବାବୁଙ୍କ ରୂପତ କାହିଁ ଆଜି ସ୍ୱାଭାବିକ ରହିଥିଲା। ଆରେ କଣ କହିବେ ଆଜି ପରା ଦାସ ବାବୁ ନିଜେ ଡେରିରେ। ଦାସ ବାବୁ କହିଲେ କଣ କରାଯିବ ଯେତେ କହିଲେ ପୁଅ ମାନିଲା ନାହିଁ କଣ ଯାଇ ବିଦେଶରେ ଚାକିରୀ କରିବ। ବିଦେଶରେ ରହିଥିଲା ।କାଲି ଆସିବାର ଥିଲା ସନ୍ଧ୍ୟା ୬ଟା ସୁଦ୍ଧା ପହଞ୍ଚି ଯିବାକଥା। ହେଲେ ତମେ ମାନେ ତ ଜାଣିଛ ଆମେ କୋଉ ଅଞ୍ଚଳରେ ଓ କୋଉ ରାଜ୍ୟରେ ରହିଛେ।ଆମ ସହରକୁ ଆଜି ପର୍ଯ୍ୟନ୍ତ ରେଲ ଯୋଗାଯୋଗ ହୋଇପାରିଲା ନାହିଁ ଉଡାଣ ଯୋଜନା ତ ସ୍ୱପ୍ନ ଅଟେ। ସନ୍ଧ୍ୟା ୬ଟା ସୁଦ୍ଧା ପହଁଚିବା କଥା ପହଂଚିଲା ତା ପର ଦିନ ଭୋର ସକାଳ୬ ଟାରେ। କଣପ୍ଲେନ ସମୟରେ ବିଳମ୍ବ ।କଣ ବାତିଲ ହେବାକୁ ବସିଥିଲା ପୁଣି ଛଅ ସାତ ଘଣ୍ଟା ବିଳମ୍ବରେ ଯାତ୍ରା ଆରମ୍ଭ କଲା।
ଆମ ପାଖ ଅଞ୍ଚଳ ଝାରସୁଗୁଡା। ଏହି ବିମାନପଥ ବିଷୟରେ ନ କହିବା ଭଲ କହି ତାଙ୍କର ବିଳମ୍ବର କାରଣ ବଖାଣିଥିଲେ। ଏହା ସତକଥା କହି ସମସ୍ତେ ଏକସ୍ୱରରେ ନିଜକୁ ନିଜେ ସମସ୍ତେ ଲଜ୍ଜିତବୋଧକରି ମୁଣ୍ଡକୁ ଆପେ ଆପେ ତଳକୁ କରିଦେଇଥିଲେ। ଆମେ ଯେମିତି ଆମର ନେତାମାନେ ସେମିତି ନ ହେଲେ ଆଜି ସ୍ବାଧୀନତାର ୭୫ ବର୍ଷ ପରେ ମଧ୍ୟ ଆମ ସହରକୁ ରେଲ ଯୋଗାଯୋଗ ହୋଇପାରିନଥାନ୍ତା।
ଜଣେ ବନ୍ଧୁ କହିଲେ କଣ କରାଯିବ ଏଠାରେ ଚାକିରୀ ନାହିଁ ବୋଲି ଦେଶ ବିଦେଶ ଘୁରିବୁଲିଲେ।ପାଠ ପଢିବା ବେଳେ ଭଲ ବିଦ୍ୟାଳୟ ନାହିଁ ବୋଲି ବାହାରକୁ ପଢିବାକୁ ଗଲେ। ଭାଇ ସେତିକିନୁହେଁ ଦେହ ଟିକେ ବଥା ହେଲେ ଚିକିତ୍ସା ଏଠାରେ ନାହିଁ ବାହାରକୁ ଯିବା। ସତେ ଆମ ଏଠାରେ କିଛି କରୁନାହାନ୍ତି। ସବୁ କାର୍ଯ୍ୟ ସକାଶେ ବାହାର ଜିଲ୍ଲା ରାଜ୍ୟ ଉପରେ ନିର୍ଭର କରିବାକୁ ହେଉଛି। ଖାଲି ସେତିକି ନୁହଁ ଯୋଉ ମନ୍ଦିରକୁ ନେଇ ଆମ ସହରର ପରିଚୟ ଓ ଗର୍ଵ ଅନୁଭବ କରିଥାଉ ତାହା ମଧ୍ୟ ଆଜି ହଜିହଜି ଯିବାକୁ ଓ ଧ୍ୱଂସ ହେବାକୁ ବସିଲାଣି। ଇତିହାସ ପୃଷ୍ଠାରେ ଆଉ କିଛିଦିନ ପରେ ସ୍ଥାନିତ ହେବାର ଦେଖିବାକୁ ମିଳିପାରେ। ପୁରୁଣା କୀର୍ତ୍ତିରାଜି ସବୁ ଆଜି ଧ୍ୱଂସ ହୋଇଗଲାଣି।ଏବେ ଏହିଭଳିଆ ସ୍ଥିତି ସବୁ କିଛି ମନ୍ଦିରକୁ ନେଇ ମଧ୍ୟ ଦେଖାଗଲାଣି।
ଏବେ ଶ୍ରାବଣ ମାସ ଚାଲିଛି ସୋମବାର ଦିନ କାଉଡ଼ିଆଙ୍କର ଶିବାଳୟରେ କରିବେ ଜଳଲାଗି।
ସେଥିପାଇଁ ସେମାନଙ୍କର ରବିବାର ଦିନ ଠାରୁ ଆସିବାର ଦେଖିବାକୁ ମିଳିଥାଏ। ପୁଣି ଆମ ସହର ଛୋଟ ସହର କିନ୍ତୁ ଏଠାରେ ବିରାଜମାନ କରିରହିଛନ୍ତି ଅଷ୍ଟଶମ୍ଭୁ।ପୁଣି ସହରଟି ଖ୍ୟାତି ଲାଭ କରିଛି ତ୍ରିବେଣୀ ସଙ୍ଗମ୍ ଓ ଦ୍ଵିତୀୟ ବାରଣାସୀ ଭାବରେ। ସେଥିପାଇଁ କାଉଡ଼ିଆଙ୍କର ଭିଡ଼ ପରିଲକ୍ଷିତ ହୋଇଥାଏ। ସେଥିପାଇଁ ଆଜି ଶ୍ରାବଣ ମାସର ଦ୍ୱିତୀୟ ରବିବାର କାଲି ସୋମବାର ରହିଥିବାରୁ କାଉଡ଼ିଆଙ୍କର ଆଗମନର ସୂଚନା ପ୍ରଦାନ କରୁଥାଏ।
ଏହାକୁ ଦେଖି ଆଉ ଜଣେ ବନ୍ଧୁ ମନ ଦୁଃଖରେ କହିଲେ କଣ କହିବା ଆମେ ଖାଲି ମନକୁ ମନ ପଵିତ୍ରଦେବଭୂମି ଓ ଏହା ଅଷ୍ଟ ଶମ୍ଭୁ ପୀଠ ବୋଲି କହିଥାଉ। ଜାଣିଛି ଏହି ପବିତ୍ର ଶ୍ରାବଣ ମାସରେ ମଧ୍ୟ ବାବା ରୁଦ୍ରନାଥଙ୍କ ଦର୍ଶନ ଶ୍ରଦ୍ଧାଳୁ ମାନେ ପାଇପାରୁନାହାନ୍ତି। ବାବା ରୁଦ୍ରନାଥଙ୍କୁ ଦର୍ଶନ କରିବା ପାଇଁ ରାସ୍ତା ନାହିଁ। ଯାହାକି ଆଶ୍ଚର୍ଯ୍ୟ ଜନକଅଟେ। ଏହିଭଳିଆ ବୋଧହୁଏ ଆମ ରାଜ୍ୟ କାହିଁକି ଦେଶ ବିଦେଶରେ କାହିଁ ମଧ୍ୟ ଏହିଭଳିଆ ଘଟଣା ଦେଖିବାକୁ ମିଳିବ ନାହିଁ।
ସତେ ଧନ୍ୟ ଆମ ରାଜନେତା ଧନ୍ୟ ଆମ ପ୍ରଶାସନ ଓ ଧନ୍ୟ ଆମେ ବୁଦ୍ଧିଜୀବୀ।
ସିତାଂଶୁ ଶେଖର ମିଶ୍ର
ସୋନପୁର
୮୧୪୪୮୭୦୭୨୯