ଛୋଟ ଛୋଟ ଛୁଆ ଙ୍କ ବୋଲବମ୍ ଯାତ୍ରା

ଖପ୍ରାଖୋଲ – ଏହି ଶ୍ରାବଣ ମାସରେ ଭାରତର ବିଭିନ୍ନ ରାଜ୍ୟରେ ବୋଲବମ୍ ଭକ୍ତ ଙ୍କ ଦ୍ଵାରା ବିଭିନ୍ନ ଶିବାଳୟରେ ଦେବଦେବ ମହାଦେବ ଙ୍କୁ ଜଳାଭିଷେକ କରୁଛନ୍ତି ଓ ତାଙ୍କ ଆଶିଷ ଭିକ୍ଷା କରୁଛନ୍ତି।ଏହି ଶ୍ରାବଣ ମାସ ପ୍ରଭୁ ଶିବଙ୍କ ପ୍ରିୟ ମାସ।ସବୁଆଡେ ବୋଲବମ୍ ହର୍ ହର୍ ବମ୍ ଧ୍ବନି ରେ ଗଗନ ପବନ ପ୍ରକମ୍ପିତ କରୁଛନ୍ତି ଭକ୍ତ।ଏହି ପରିପ୍ରେକ୍ଷୀରେ ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଲାଠୋର ରେ ଏକ ଭିନ୍ନ ପ୍ରକାରର ଭକ୍ତି ଦେଖିବାକୁ ମିଳୁଛି। ବିଗତ ୨୮ ରୁ ୩୦ ବର୍ଷ ହେଲାଣି ଲାଠୋର ଅଞ୍ଚଳ ର ଛୋଟ ଛୋଟ ଛୁଆ ମାନଙ୍କୁ ନେଇ ଗାଁ ମୁଣ୍ଡରେ ଥିବା ଲାନ୍ଥ ନଦୀ ରୁ ଜଳ ଆଣି ସମସ୍ତ ଗ୍ରାମ ପରିକ୍ରମା କରି ଶେଷରେ ଗ୍ରାମ ରେ ଅବସ୍ଥିତ ବାବା ଅଖଣ୍ଡଳେଶ୍ବର ଙ୍କ ମନ୍ଦିରରେ ଦେବ ଦେବ ମହାଦେବ ଙ୍କୁ ଜଳାଭିଷେକ କରିଥାନ୍ତି। ଆଜି ଶ୍ରାବଣ ର ଦ୍ବିତୀୟ ସୋମବାର ହୋଇଥିବାରୁ ଅଞ୍ଚଳର ଛୋଟ ଛୋଟ ଛୁଆ ଙ୍କୁ ନେଇ ଲାହାନ୍ତ ବମ୍ ଅନୁଷ୍ଠିତ ହୋଇଥିଲା। ବାବାଙ୍କୁ ଜଳାଭିଷେକ କରିବାକୁ ଛୁଆ ଙ୍କ ମଧ୍ୟରେ ଆନନ୍ଦ ଉଦ୍ଦୀପନା ଦେଖିବାକୁ ମିଳିଥିଲା।

Leave A Reply

Your email address will not be published.